ସ୍ପଷ୍ଟିକରଣ ଦେଲେ ରୁଷର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖାରେଭା
ମସ୍କୋ: ଜୁନ ୨୫: ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ କେବେ ବି କାହାକୁ ଧମକ ଦେଇନି ବୋଲି ସ୍ପଷ୍ଟ କରିଛନ୍ତି ସରକାରୀ ଅଧିକାରୀ । ମସ୍କୋର ଆଣବିକ ଅସ୍ତ୍ର ପ୍ରୟୋଗ ଆଭିମୁଖ୍ୟ ବୋଲି ଯାହା ପ୍ରଚାର ଚାଲିଛି ତାହା ସମ୍ପୂର୍ଣ୍ଣ କଳ୍ପନାପ୍ରସୂତ ବୋଲି କହିଛନ୍ତି ରୁଷୀୟ ବେଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ମାରିଆ ଜାଖାରେଭା । ସେ ତାଙ୍କବିବୃତିରେ କହିଛନ୍ତି ଯେ ୟୁକ୍ରେନ୍ ଯୁଦ୍ଧରେ ପରସ୍ପର ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ ଧମକ ପରିପ୍ରେକ୍ଷୀରେ ଷ୍ଟେଟ୍ ପାର୍ଟିଜର […]
ମସ୍କୋ: ଜୁନ ୨୫: ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ କେବେ ବି କାହାକୁ ଧମକ ଦେଇନି ବୋଲି ସ୍ପଷ୍ଟ କରିଛନ୍ତି ସରକାରୀ ଅଧିକାରୀ । ମସ୍କୋର ଆଣବିକ ଅସ୍ତ୍ର ପ୍ରୟୋଗ ଆଭିମୁଖ୍ୟ ବୋଲି ଯାହା ପ୍ରଚାର ଚାଲିଛି ତାହା ସମ୍ପୂର୍ଣ୍ଣ କଳ୍ପନାପ୍ରସୂତ ବୋଲି କହିଛନ୍ତି ରୁଷୀୟ ବେଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ମାରିଆ ଜାଖାରେଭା । ସେ ତାଙ୍କବିବୃତିରେ କହିଛନ୍ତି ଯେ ୟୁକ୍ରେନ୍ ଯୁଦ୍ଧରେ ପରସ୍ପର ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ ଧମକ ପରିପ୍ରେକ୍ଷୀରେ ଷ୍ଟେଟ୍ ପାର୍ଟିଜର ସମ୍ମିଳନୀ ଆରମ୍ଭ ହେବାର ଦିନକ ପୂର୍ବରୁ ଉପରୋକ୍ତ ବିବୃତି ସବୁ ଦିଆଯାଇଛି । ଏହାଛଡ଼ା, ସମ୍ମିଳନୀର ଡାଏସରେ ବକ୍ତାମାନଙ୍କ ବ୍ୟକ୍ତିଗତ ବିବୃତିରେ ମଧ୍ୟ କହିଥିଲେ କି, ରୁଷ୍ ନ୍ୟୁକ୍ଲିଅର୍ ବ୍ଲାକମେଲ୍ କଥାଟି ବଡ଼ ବିସ୍ମୟ ସୃଷ୍ଟି କରୁଛି । ଆମେ ପୁନର୍ବାର ଗୁରୁତ୍ୱାରୋପ କରି କହୁଛୁ ଯେ, ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ଆଦୌ ଧମକ ଦିଆଯାଇ ନାହିଁ କି, ରୁଷ୍ ମୁହଁରୁ ସେ କଥା ଶୁଣାଯାଇନାହିଁ । ଜାଖାରୋଭାଙ୍କ କହିବା ଅନୁସାରେ, ନାଟୋ ରାଷ୍ଟ୍ର ସମୂହ ୟୁକ୍ରେନ୍ ସଙ୍କଟକୁ ଉତ୍କଟ କରାଇ ରୁଷ୍ ବିପକ୍ଷରେ ହାଇବ୍ରିଡ ଅଭିଯାନ ଚଳାଇ ଆପଣାକୁ ଆଣବିକ ମେଣ୍ଟ ରାଷ୍ଟ୍ର ବୋଲି ଘୋଷଣା କରିବାରୁ ରୁଷ୍ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି କାଳ୍ପନିକ ଖବର ପ୍ରଘଟ ହୋଇଥିଲା । କେହି ପସନ୍ଦ କର;ୁ କି, ନ କର;ୁ, ଆଣବିକ ଅସ୍ତ୍ରଶସ୍ତ୍ର ଥିବା ପର୍ଯ୍ୟନ୍ତ ଆଣବିକ ଯୁଦ୍ଧ ଏବଂ ବଡ଼ଧରଣର ଯୁଦ୍ଧ ଏଡ଼ାଇବା ଲାଗି ଏଭଳି କାଳ୍ପନିକ ବା ମନଗଢା ।




