କାବୁଲ ବିମାନ ବନ୍ଦରରେ ବାପାମାଆଠାରୁ ଅଲଗା ହେଲା ୭ମାସର ଶିଶୁ !
ଭୁବନେଶ୍ୱର: ଅଗଷ୍ଟ ୧୮: ଆଫଗାନିସ୍ତାନର କାବୁଲକୁ ତାଲିବାନ କବ୍ଜା କରିବା ପରେ ଆଫ୍ଗାନବାସୀ ଆତଙ୍କିତ ହୋଇଉଠିଛନ୍ତି । ସେମାନେ ତାଲିବାନର କùର ଶାସନରୁ ମୁକ୍ତି ପାଇବା ପାଇଁ ନିଜ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ଏହି ପରିପ୍ରେକ୍ଷୀରେ କାବୁଲ ବିମାନ ବନ୍ଦରରେ ଭିଡ଼ ଦେଖାଯାଇଥିବା ଦୃଶ୍ୟ ସମସ୍ତେ ଦେଖିଥିବେ ଏବଂ ବିମାନରେ ଲଦି ହୋଇ ଲୋକ ଯାଉଥିବାର ହୃଦୟବିଦାରକ ଦୃଶ୍ୟ ମଧ୍ୟ ସମସ୍ତେ ସୋସାଲ ମିଡିଆରେ ଦେଖିଥିବେ । ଏହାରି ଭିତରେ ଆଉ ଏକ ହୃଦୟବିଦାରକ […]
ଭୁବନେଶ୍ୱର: ଅଗଷ୍ଟ ୧୮: ଆଫଗାନିସ୍ତାନର କାବୁଲକୁ ତାଲିବାନ କବ୍ଜା କରିବା ପରେ ଆଫ୍ଗାନବାସୀ ଆତଙ୍କିତ ହୋଇଉଠିଛନ୍ତି । ସେମାନେ ତାଲିବାନର କùର ଶାସନରୁ ମୁକ୍ତି ପାଇବା ପାଇଁ ନିଜ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ଏହି ପରିପ୍ରେକ୍ଷୀରେ କାବୁଲ ବିମାନ ବନ୍ଦରରେ ଭିଡ଼ ଦେଖାଯାଇଥିବା ଦୃଶ୍ୟ ସମସ୍ତେ ଦେଖିଥିବେ ଏବଂ ବିମାନରେ ଲଦି ହୋଇ ଲୋକ ଯାଉଥିବାର ହୃଦୟବିଦାରକ ଦୃଶ୍ୟ ମଧ୍ୟ ସମସ୍ତେ ସୋସାଲ ମିଡିଆରେ ଦେଖିଥିବେ । ଏହାରି ଭିତରେ ଆଉ ଏକ ହୃଦୟବିଦାରକ ଭିଡିଓ ସୋସାଲ୍ ମିଡ଼ିଆରେ ଆସିଛି । ଭିଡିଓରେ ଜଣେ ୭ମାସର ଶିଶୁ ନୀଳ ରଙ୍ଗର ଏକ ବକେଟ୍ରେ ଶୋଇ କାବୁଲ୍ ବିମାନବନ୍ଦରରେ ଏକୁଟିଆ କାନ୍ଦୁଥିବା ଦୃଶ୍ୟ ରହିଛି । ସୂଚନା ଅନୁସାରେ, କାବୁଲର ପିଡି-୫ରେ ରହୁଥିବା ଶିଶୁର ପରିବାରବର୍ଗ କାବୁଲ ଛାଡ଼ି ଯିବା ସମୟରେ ଅତ୍ୟଧିକ ଭିଡ଼ ଯୋଗୁଁ ତାଙ୍କଠାରୁ ୭ମାସର ଶିଶୁ ଅଲଗା ହୋଇଯାଇଥିଲା । ଏବେ ଶିଶୁ ଜଣକ କାବୁଲ ବିମାନ ବନ୍ଦର କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଛି । ବାପାମାଆକୁ ଖୋଜିବା ପାଇଁ ଶିଶୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।




