ଏଭରେଷ୍ଟ ଦଖଲ ଲକ୍ଷ୍ୟରେ ଚୀନ୍
ଏଭରେଷ୍ଟ ଶୃଙ୍ଗ ସମ୍ପର୍କରେ ନେପାଳ ଓ ଚୀନ୍ ଏକ ମିଳିତ ବିବୃତି ଖୁବ୍ଶୀଘ୍ର ଦେବେ । ପୃଥିବୀର ଏହି ଉଚ୍ଚତମ ଶୃଙ୍ଗ ଚୀନ୍ର ବୋଲି କିଛିମାସ ପୂର୍ବେ ବେଜିଂ ପକ୍ଷରୁ ଦାବି କରାଯାଇଥିଲା । ମେ’ ମାସରେ ଚୀନା ଗଣମାଧ୍ୟମରେ ଏଇ ଖବର ପ୍ରକାଶ ପାଇବାରୁ ନେପାଳ ସରକାର ତୀବ୍ର ବିରୋଧ କରିଥିଲେ । ଏ ଭିତରେ ନେପାଳ ଭାରତ ସହ ବନ୍ଧୁ ସମ୍ପର୍କ ଛିନ୍ନ କରି ଚୀନ୍ର ଆଶ୍ରୟ ନେଇଥିବାରୁ ଆଗାମୀ ମିଳିତ ଏଭରେଷ୍ଟ ଘୋଷଣା […]
ଏଭରେଷ୍ଟ ଶୃଙ୍ଗ ସମ୍ପର୍କରେ ନେପାଳ ଓ ଚୀନ୍ ଏକ ମିଳିତ ବିବୃତି ଖୁବ୍ଶୀଘ୍ର ଦେବେ । ପୃଥିବୀର ଏହି ଉଚ୍ଚତମ ଶୃଙ୍ଗ ଚୀନ୍ର ବୋଲି କିଛିମାସ ପୂର୍ବେ ବେଜିଂ ପକ୍ଷରୁ ଦାବି କରାଯାଇଥିଲା । ମେ’ ମାସରେ ଚୀନା ଗଣମାଧ୍ୟମରେ ଏଇ ଖବର ପ୍ରକାଶ ପାଇବାରୁ ନେପାଳ ସରକାର ତୀବ୍ର ବିରୋଧ କରିଥିଲେ । ଏ ଭିତରେ ନେପାଳ ଭାରତ ସହ ବନ୍ଧୁ ସମ୍ପର୍କ ଛିନ୍ନ କରି ଚୀନ୍ର ଆଶ୍ରୟ ନେଇଥିବାରୁ ଆଗାମୀ ମିଳିତ ଏଭରେଷ୍ଟ ଘୋଷଣା ଚିନ୍ତାର ବିଷୟ ହୋଇଛି । ଏ ସମ୍ବନ୍ଧରେ ଚୀନ୍ ସହ ନେପାଳ ଏକ ବୁଝାମଣାପତ୍ର (ଏମ୍ଓୟୁ)ରେ ସ୍ୱାକ୍ଷର କରିଛି । ସେଥିରେ ଝୁମୁଲାଙ୍ଗମା/ସାଗରମାଥା ଶୃଙ୍ଗ ପ୍ରସଙ୍ଗ ରହିଛି । ବାହାରକୁ କୁହାଯାଉଛି ଏଭରେଷ୍ଟ ଏବଂ ହିମାଳୟର ଅନ୍ୟ ଉଚ୍ଚତର ଶୃଙ୍ଗଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ଦୁଇ ଦେଶ ପକ୍ଷରୁ ମିଳିତ ବିବୃତି ଦିଆଯିବ । ପ୍ରକୃତପକ୍ଷେ ଦୁଇ ଦେଶ ଏଭରେଷ୍ଟ ପ୍ରସଙ୍ଗରେ ନୂଆ ମାନଚିତ୍ର ଜାରି କରିବାକୁ ଯାଉଛନ୍ତି । ଏମ୍ଓୟୁର ଆର୍ଟିକଲ୍ ୫ରୁ ଏପରି ସୂଚନା ମିଳୁଛି ।
ଗତବର୍ଷ ନେପାଳ ତରଫରୁ ହିମାଳୟ ପର୍ବତର ଉଚ୍ଚତା ମାପିବା ଅଭିଯାନ ହୋଇଥିଲା । ଚଳିତବର୍ଷ ସେଥିରୁ ଚୀନ୍ ସାମିଲ ହୋଇଛି । ଚୀନ୍ ସ୍ୱତନ୍ତ୍ର ଭାବେ ଏଭରେଷ୍ଟର ଉଚ୍ଚତା ଘୋଷଣା କରିବାକୁ ବ୍ୟାକୁଳ । ଏହା ଚୀନ୍ର ବିସ୍ତାରବାଦୀ ନୀତିର ଅଂଶବିଶେଷ । ଚଳିତବର୍ଷ ମେ’ ୨ ତାରିଖ ଦିନ ଗ୍ଲୋବାଲ ଟେଲିଭିଜନରେ ଖବର ପ୍ରସାରିତ ହୋଇଥିଲା ଯେ ପୃଥିବୀର ଉଚ୍ଚତମ ପର୍ବତଶୃଙ୍ଗ ଚୀନ୍ର ।




