ଇଣ୍ଡୋନେସିଆରେ ଭୂକମ୍ପ,୨୦ ମୃତ ୩୦୦ରୁ ଅଧିକ ଆହତ

ଦିଲ୍ଲୀ: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ବଡ ଧରଣର ଭୂମିକମ୍ପ ହୋଇଛି । ଏଥିରେ ୨୦ ଜଣ ମୃତୁ୍ୟ ହେବା ସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥିରେ ବହୁ କୋଠା ଭୁଶୁଡି ଯାଇଛି । ବହୁ ଲୋକ କୋଠା ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି । ଏଣୁ ମୃତୁ୍ୟ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି । BREAKING: #BNNIndonesia Reports According to local officials, "nearly 20 people were […]

Samaya Live Picture
Published On

ଦିଲ୍ଲୀ: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ବଡ ଧରଣର ଭୂମିକମ୍ପ ହୋଇଛି । ଏଥିରେ ୨୦ ଜଣ ମୃତୁ୍ୟ ହେବା ସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥିରେ ବହୁ କୋଠା ଭୁଶୁଡି ଯାଇଛି । ବହୁ ଲୋକ କୋଠା ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି । ଏଣୁ ମୃତୁ୍ୟ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି ।

ରିପୋର୍ଟ ଅନୁସାରେ, ରେକଫର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ଥିଲା । ପଶ୍ଚିମ ଜାଭାର ସିୟାନପୁରଠାରୁ ୧୦ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିଲା । ତେବେ ସୁନାମୀ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ପୂର୍ବରୁ ମଧ୍ୟ ଗତ ଶୁକ୍ରବାର ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂମିକମ୍ପ ସୃଷ୍ଟି ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ ବେଙ୍ଗକୁଲଠାରୁ ୨୦୨ କିଲୋମିଟର ଦୂରରେ ସଙ୍ଗଠିତ ହୋଇଥିଲା ।