ଖରାରେ ସିଜୁଛି ଟିଟିଲାଗଡ

ଭୁବନେଶ୍ୱର: ଏପ୍ରିଲ ୦୨: ଗ୍ରୀଷ୍ମ ଆରମ୍ଭରୁ ବର୍ଷୁଛି ନିଆଁ । ରାଜ୍ୟରେ ଅନେକ ସହରରେ ୪୦ ଡିଗ୍ରୀ ସେଲସିଅସ୍‌ ଟପିଗଲାଣି । କାଲି ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ୨୦୧୬ ଏପ୍ରିଲ ୨୪ରେ ଟିଟିଲାଗଡ଼ରେ ପାରଦ ସର୍ବାଧିକ ୪୮.୫ ଡିଗ୍ରୀ ଛୁଇଁଥିଲା। ଟିଟିଲାଗଡ଼ ପରେ ବଲାଙ୍ଗିର ଥିଲା ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସ ଥିଲା। ଝାରସୁଗୁଡ଼ା, ସୁନ୍ଦରଗଡ଼, ତାଳଚେର, ସୋନପୁର, ବୌଦ୍ଧ, ଭବାନୀପାଟଣା ଆଦି […]

Samaya Live Picture
Published On

ଭୁବନେଶ୍ୱର: ଏପ୍ରିଲ ୦୨: ଗ୍ରୀଷ୍ମ ଆରମ୍ଭରୁ ବର୍ଷୁଛି ନିଆଁ । ରାଜ୍ୟରେ ଅନେକ ସହରରେ ୪୦ ଡିଗ୍ରୀ ସେଲସିଅସ୍‌ ଟପିଗଲାଣି । କାଲି ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ୨୦୧୬ ଏପ୍ରିଲ ୨୪ରେ ଟିଟିଲାଗଡ଼ରେ ପାରଦ ସର୍ବାଧିକ ୪୮.୫ ଡିଗ୍ରୀ ଛୁଇଁଥିଲା। ଟିଟିଲାଗଡ଼ ପରେ ବଲାଙ୍ଗିର ଥିଲା ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସ ଥିଲା। ଝାରସୁଗୁଡ଼ା, ସୁନ୍ଦରଗଡ଼, ତାଳଚେର, ସୋନପୁର, ବୌଦ୍ଧ, ଭବାନୀପାଟଣା ଆଦି ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେଲାଣି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି।