ୟୁଏଇରେ ହିନ୍ଦୁ ମନ୍ଦିରର କମାଲ, ଆଶ୍ଚର୍ଯ୍ୟ ହେଲା ସାରା ବିଶ୍ୱ!

ୟୁଏଇରେ ହିନ୍ଦୁ ମନ୍ଦିରର କମାଲ, ଆଶ୍ଚର୍ଯ୍ୟ ହେଲା ସାରା ବିଶ୍ୱ!
Samaya Live News Picture
Published On

ଯେଉଁ ଦେଶକୁ ଇସଲାମିକ୍ ରାଷ୍ଟ୍ର ଭାବେ ଜଣାଯାଏ, ସେହି ଦେଶରେ ଆଜି ହିନ୍ଦୁ ମନ୍ଦିରକୁ ଦର୍ଶନ ପାଇଁ ପହଞ୍ଚୁଛନ୍ତି ମୁସଲମାନ ମହିଳା, ଶେଖ୍ ଏବଂ ଅନେକ ସ୍ଥାନୀୟ ଲୋକ। କେବଳ ମନ୍ଦିର ଦର୍ଶନ ନୁହେଁ, ହିନ୍ଦୁ ଧାର୍ମିକ କାର୍ୟ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି ସେମାନେ ।

ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି, ଏହି ମନ୍ଦିରରେ ଦୀପାବଳି ଭଳି ପର୍ବ ମଧ୍ୟ ଆୟୋଜିତ ହେଉଛି। ମରୁଭୂମିର ଛାତି ଉପରେ କିପରି ଗଢ଼ିଉଠିଲା ଏତେ ବଡ଼ ହିନ୍ଦୁ ମନ୍ଦିର? କାହିଁକି ଏଠାକୁ ଆସୁଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକ? ଆଉ କିପରି ଏହି ମନ୍ଦିର ପାଲଟିଛି ଧାର୍ମିକ ସଦ୍ଭାବନାର ଏକ ବଡ଼ ଉଦାହରଣ? ଆସନ୍ତୁ ଜାଣିବା ପୂରା ଘଟଣା।

WhatsApp Image 2026-11-23 at 3.18.08 PM (2)

ଆପଣ ଯେଉଁ ଦୃଶ୍ୟ ଦେଖୁଛନ୍ତି, ତାହା ଭାରତର ନୁହେଁ। ଏହା ହେଉଛି ସଂଯୁକ୍ତ ଆରବ ଏମିରେଟ୍ସ ବା ଟଇଋର ଦୃଶ୍ୟ। ଏଠାରେ ଆରବୀୟ ପୋଷାକ ପିନ୍ଧିଥିବା ମହିଳାମାନେ ହିନ୍ଦୁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଦେଖିବାକୁ ମିଳୁଛି। କେବଳ ମହିଳା ନୁହନ୍ତି, ଅନେକ ସ୍ଥାନୀୟ ଶେଖ୍ ମଧ୍ୟ ମନ୍ଦିରରେ ଆୟୋଜିତ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହା ପଛରେ ରହିଛି ଟଇଋରେ ନିର୍ମିତ ଏକ ବିଶାଳ ହିନ୍ଦୁ ମନ୍ଦିରର କାହାଣୀ। ଯାହାର ନାଁ ହେଉଛି ଈଇଚଝ ହିନ୍ଦୁ ମନ୍ଦିର।

ଏହି ମନ୍ଦିରଟି ଆବୁଧାବିରେ ନିର୍ମାଣ କରାଯାଇଛି । ଏହାର ନିର୍ମାଣ ପାଇଁ ଟଇଋ ସରକାରଙ୍କ ପକ୍ଷରୁ ୨୭ ଏକର ଜମି ଯୋଗାଇ ଦିଆଯାଇଥିଲା। ଟଇଋର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହ୍ୟାନ ଏହି ଜମି ଦାନ କରିଥିଲେ।
ଦୀର୍ଘ ଦିନର ନିର୍ମାଣ କାର୍ୟ୍ୟ ପରେ ୧୪ ଫେବୃଆରୀ ୨୦୨୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରର ଉଦ୍ଘାଟନ କରିଥିଲେ ।

ଏହି ମନ୍ଦିରରେ ସାତଟି ଶିଖର ରହିଛି । ଏହା କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ବିଶ୍ୱରେ ଶାନ୍ତି, ସଦ୍ଭାବନା ଓ ଏକତାର ବାର୍ତ୍ତା ଦେଉଥିବା ଏକ ପ୍ରତୀକ ଭାବେ ଦେଖାଯାଉଛି ।

ତେବେ ଟଇଋରେ ହିନ୍ଦୁ ମନ୍ଦିର ନିର୍ମାଣ ଏହା ପ୍ରଥମ ଘଟଣା ନୁହେଁ। ଦୁବାଇର ବୁର୍ ଦୁବାଇ ଅଞ୍ଚଳରେ ପୂର୍ବରୁ ମଧ୍ୟ ହିନ୍ଦୁ ମନ୍ଦିର ରହିଥିଲା। କିନ୍ତୁ ଆବୁଧାବିର ଏହି ବିଶାଳ ମନ୍ଦିର ନିର୍ମାଣ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ୪ ନିୟୁତରୁ ଅଧିକ ଲୋକ ଏହି ମନ୍ଦିର ପରିଦର୍ଶନ କରିଥିବା ନେଇ ରିପୋର୍ଟରେ ଦାବି କରାଯାଇଛି। ଏପରିକି କିଛି ବିଶେଷ ଦିନରେ ୬୫ ହଜାରରୁ ଅଧିକ ଲୋକ ଗୋଟିଏ ଦିନରେ ଏଠାକୁ ଆସିଥିବା କୁହାଯାଉଛି ।

ଟଇଋରେ ବହୁ ସଂଖ୍ୟାରେ ଭାରତୀୟ ରହୁଛନ୍ତି। ପ୍ରାୟ ୪୩ ଲକ୍ଷ ଭାରତୀୟ ସେଠାରେ ବସବାସ କରୁଥିବା ଆକଳନ କରାଯାଏ। ଏହି କାରଣରୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଭାବ ମଧ୍ୟ ସେଠାରେ ଦେଖିବାକୁ ମିଳୁଛି।

ଏବେ ପ୍ରଶ୍ନ ଉଠୁଛି, ମୁସଲମାନ ସମ୍ପ୍ରଦାୟର ଲୋକମାନେ କାହିଁକି ଏହି ମନ୍ଦିରକୁ ଆସୁଛନ୍ତି?
ବାସ୍ତବରେ, ଟଇଋରେ ଭିନ୍ନ ଭିନ୍ନ ଧର୍ମର ଲୋକ ଏକାଠି ରହୁଛନ୍ତି। ଏଠାରେ ଧାର୍ମିକ ସହନଶୀଳତା ଓ ପରସ୍ପରର ପରମ୍ପରାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦିଆଯାଏ । ତେଣୁ ମନ୍ଦିରରେ ଆୟୋଜିତ କାର୍ୟ୍ୟକ୍ରମକୁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଆଗ୍ରହର ସହ ଦେଖିବାକୁ ଆସୁଛନ୍ତି।

ବିଶେଷକରି ରମଜାନ ଓ ଇଦ୍ ଭଳି ପର୍ବ ସମୟରେ ମନ୍ଦିରରେ ଭିଡ଼ ଦେଖିବାକୁ ମିଳୁଥିବା ଖବର ସାମ୍ନାକୁ ଆସିଛି। ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଆୟୋଜନରେ ସ୍ଥାନୀୟ ଲୋକମାନେ ମଧ୍ୟ ଭାଗ ନେଉଛନ୍ତି।

ଏହା ସହିତ ଭାରତରୁ ଯାଉଥିବା ସାଧୁସନ୍ଥ ଓ ଧାର୍ମିକ ବ୍ୟକ୍ତିତ୍ୱମାନେ ମଧ୍ୟ ଏଠାରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଉଛନ୍ତି। ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭଳି ସନ୍ଥଙ୍କ କାର୍ୟ୍ୟକ୍ରମରେ ମଧ୍ୟ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ଚର୍ଚ୍ଚାକୁ ଆସିଛି।
ତେବେ ଏଠାରେ ଏକ କଥା ସ୍ପଷ୍ଟ କରିବା ଜରୁରୀ । ମନ୍ଦିରକୁ କେତେ ସଂଖ୍ୟକ ମୁସଲମାନ ଆସୁଛନ୍ତି, ସେନେଇ କୌଣସି ନିର୍ଦ୍ଦିଷ୍ଟ ସରକାରୀ ତଥ୍ୟ ସାର୍ବଜନୀନ ହୋଇନାହିଁ । ତେଣୁ ଏହି ସଂଖ୍ୟାକୁ ନେଇ କରାଯାଉଥିବା ଦାବିକୁ ଆକଳନ ଭାବେ ଦେଖିବା ଉଚିତ।

ଧର୍ମ ଅଲଗା ହୋଇପାରେ, ପୂଜା ପଦ୍ଧତି ଅଲଗା ହୋଇପାରେ, କିନ୍ତୁ ପରସ୍ପରର ଧର୍ମ ଓ ସଂସ୍କୃତିକୁ ସମ୍ମାନ ଦେବା ହିଁ ପ୍ରକୃତ ମାନବିକତା। ଟଇଋର ଏହି ହିନ୍ଦୁ ମନ୍ଦିର ଆଜି ସେହି ସଦ୍ଭାବନାର ଏକ ଉଦାହରଣ ଭାବେ ଚର୍ଚ୍ଚାରେ ରହିଛି।

Tags: