ବିଶ୍ୱକପ ହକି ୨୦୨୩ : କେଉଁ ଦେଶ ଖେଳିଛି କେତେ ମ୍ୟାଚ

ଭାରତ-୯୫ ମ୍ୟାଚ୍‌ ନେଦରଲାଣ୍ଡସ୍‌ ପଛକୁ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଦେଶ ଭାବେ ଦ୍ୱିତୀୟରେ ରହିଛି ଭାରତ । ଆଗାମୀ ବିଶ୍ୱକପ୍‌ ଆୟୋଜନ କରୁଥିବା ଏହି ଦେଶ ପ୍ରଥମ ବିଶ୍ୱକପରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି । ବିଗତ ୧୪ ସଂସ୍କରଣ ମଧ୍ୟରେ ଭାରତ ଖେଳିଛି ମୋଟ ୯୫ ମ୍ୟାଚ୍‌ ଏବଂ ସେଥିରୁ ଜିତିଛି ୪୦ । ଏହାର ବିଜୟ ପ୍ରତିଶତ ରହିଛି ୪୨ । ୧୯୭୫ରେ ହିଁ କେବଳ ଥରେ ଜିତିଛି ବିଶ୍ୱକପ୍‌ । ସେହି ସଂସ୍କରଣ […]

Samaya Live Picture
Published On

ଭାରତ-୯୫ ମ୍ୟାଚ୍‌
ନେଦରଲାଣ୍ଡସ୍‌ ପଛକୁ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଦେଶ ଭାବେ ଦ୍ୱିତୀୟରେ ରହିଛି ଭାରତ । ଆଗାମୀ ବିଶ୍ୱକପ୍‌ ଆୟୋଜନ କରୁଥିବା ଏହି ଦେଶ ପ୍ରଥମ ବିଶ୍ୱକପରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି । ବିଗତ ୧୪ ସଂସ୍କରଣ ମଧ୍ୟରେ ଭାରତ ଖେଳିଛି ମୋଟ ୯୫ ମ୍ୟାଚ୍‌ ଏବଂ ସେଥିରୁ ଜିତିଛି ୪୦ । ଏହାର ବିଜୟ ପ୍ରତିଶତ ରହିଛି ୪୨ । ୧୯୭୫ରେ ହିଁ କେବଳ ଥରେ ଜିତିଛି ବିଶ୍ୱକପ୍‌ । ସେହି ସଂସ୍କରଣ ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରିଥିଲା । ଭାରତ ଏବେ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ରହିଥିଲା ବେଳେ ଥରେ ମଧ୍ୟ ଉପବିଜେତା ହୋଇଥିଲା ।

ସ୍ପେନ୍‌-୯୪ ମ୍ୟାଚ୍‌
ଭାରତଠାରୁ ଗୋଟିଏ ମ୍ୟାଚ୍‌ କମ୍‌ ଖେଳି ତୃତୀୟରେ ରହିଛି ସ୍ପେନ୍‌ । ନେଦରଲାଣ୍ଡସ୍‌ ଓ ଭାରତ ଭଳି ସମସ୍ତ ୧୪ଯାକ ସଂସ୍କରଣରେ ଅଂଶଗ୍ରହଣ କରିଥିବା ଏହି ଦେଶ ମୋଟ ୯୪ ମ୍ୟାଚ୍‌ ଖେଳିଥିଲା ବେଳେ ୪୪ ଜିତିଛି । ହେଲେ ଇଂଲଣ୍ଡ ଭଳି ଏହି ଦେଶ ପାଇଁ ଏପର୍ଯ୍ୟନ୍ତ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ହାସଲ କରି ପାରି ନାହିଁ । ଇଂଲଣ୍ଡ ସହ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳିଥିଲା ବେଳେ ଗୋଟିଏ ଗୋଲ୍‌ ଅଧିକ ଭିତ୍ତିରେ ତାଲିକାର ତୃତୀୟ ସ୍ଥାନ ଦଖଲ କରିଛି । ସଂପ୍ରତି ବିଶ୍ୱ ମାନ୍ୟତାର ଅଷ୍ଟମରେ ରହିଥିବା ସ୍ପେନ ବିଶ୍ୱକପରେ ସବୁଠୁ ସଫଳ ପ୍ରଦର୍ଶନ ୧୯୭୧ ଓ ୧୯୯୮ରେ ରହିଛି । ଉଭୟ ସଂସ୍କରଣର ଫାଇନାଲରେ ଯଥାକ୍ରମେ ପାକିସ୍ତାନଠୁ ୧-୦ ଏବଂ ନେଦରଲାଣ୍ଡସ୍‌ ନିକଟରୁ ୨-୩ ଗୋଲରେ ହାରି ଉପବିଜେତା ହୋଇଥିଲା ।

ଇଂଲଣ୍ଡ-୯୪ ମ୍ୟାଚ୍‌
ବିଶ୍ୱକପ୍‌ ଇତିହାସରେ ସ୍ପେନ୍‌ ସହ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ତାଲିକାରେ ସମାନ ରହିଥିବା ଇଂଲଣ୍ଡ କି;ୁ ଚତୁର୍ଥରେ ରହିଛି । ସଂପ୍ରତି ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନ ପାଇଥିବା ଇଂଲଣ୍ଡ ୯୪ ମ୍ୟାଚ୍‌ ଖେଳିଥିଲା ବେଳେ ୪୪ ମଧ୍ୟ ଜିତିଛି । ଏହାର ବିଜୟ ପ୍ରତିଶତ ୪୬.୮୧ ରହିଛି । ବିଶ୍ୱକପରେ ଥରେ ହେଲେ ବିଜେତା ହୋଇପାରିନଥିବା ଇଂଲଣ୍ଡର ଶ୍ରେଷ୍ଠ ପ୍ରଦର୍ଶନ ୧୯୮୬ରେ ରହିଛି । ନିଜେ ଆୟୋଜନ କରିଥିବା ସେହି ସଂସ୍କରଣ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ୧-୨ ଗୋଲରେ ହାରି ଉପବିଜେତାରେ ସ;ୁଷ୍ଟ ରହିଥିଲା ।

ଅଷ୍ଟ୍ରେଲିଆ-୯୨ ମ୍ୟାଚ୍‌
ବିଶ୍ୱକପ୍‌ ଇତିହାସରେ ଦ୍ୱିତୀୟ ସଫଳତମ ଦଳ ହେଉଛି ଅଷ୍ଟ୍ରେଲିଆ । ପାକିସ୍ତାନ ପଛକୁ ସର୍ବାଧିକ ୩ ଥର ଟ୍ରଫି ଜିତିଥିବା ଏହି କୋକାବୁରା ଦଳ କି;ୁ ସବୁଠୁ ଅଧିକ ମ୍ୟାଚ୍‌ ଜିତିବାର ରେକର୍ଡ ନିଜ ନାମରେ ରଖିଛି । ମୋଟ ୯୨ ମ୍ୟାଚ୍‌ ଖେଳିଥିଲା ବେଳେ ଅଷ୍ଟ୍ରେଲିଆ ୬୯ ଜିତିଛି । ପୁଣି ସବୁଠୁ ଅଧିକ ବିଜୟ ପ୍ରତିଶତ (୭୫%) ମଧ୍ୟ ଅଷ୍ଟ୍ରେଲିଆ ଖାତାରେ ରହିଛି । ଏହି ଦଳ ମଧ୍ୟ ବିଶ୍ୱ ମାନ୍ୟତାର ଶୀର୍ଷ ଦଳ ଭାବେ ଗୌରବ ବହନ କରିଛି । ଏହି ଦେଶ ତିନି ଥର (୧୯୮୬, ୨୦୧୦ ଓ ୨୦୧୪) ବିଶ୍ୱକପ୍‌ ଟ୍ରଫି ହାତେଇଥିବା ବେଳେ ଦୁଇଥର (୨୦୦୨ ଓ ୨୦୦୬) ଉପବିଜେତା ରହିଛି ।