ଟି-୨୦ ଦଳରୁ ଆଉଟ୍ ହେବେକି ସୂର୍ଯ୍ୟକୁମାର?
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଟି-୨୦ ଦଳରେ ହେବକି ବଡ଼ ପରିବର୍ତ୍ତନ? ଶେଷ ହୋଇପାରେ କି ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ ? ଆଶା ଆଶଙ୍କା ଲାଗି ରହିଥିବାବେଳେ ସୂର୍ଯ୍ୟକୁମାରଙ୍କ ସ୍ଥାନରେ କିଏ ଧରିବେ ଟିମ୍ ଇଣ୍ଡିଆର କମାଣ୍ଡ ? ଆୟରଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଚୟନକର୍ତ୍ତାଙ୍କ ବୈଠକରୁ ଆସୁଛି ବଡ଼ ସଙ୍କେତ। ନୂଆ ଅଧିନାୟକ, ନୂଆ ଉପ-ଅଧିନାୟକ ଏବଂ ଏକ ସମ୍ପୂର୍ଣ୍ଣ ଯୁବ ଟିମ୍ ଗଠନର ଚର୍ଚ୍ଚା ଏବେ କ୍ରିକେଟ୍ ମହଲରେ ଜୋର ଧରିଛି। ତେବେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ କ୍ୟାପ୍ଟେନ୍?
.jpeg)
ଆସନ୍ତୁ ଜାଣିବା ଏହି ବଡ଼ ଖବର ସମ୍ପର୍କରେ।
ଟିମ୍ ଇଣ୍ଡିଆର ଟି-୨୦ ଦଳରେ ବଡ଼ ପରିବର୍ତ୍ତନ! ସୂର୍ୟ୍ୟକୁମାର ଯାଦବଙ୍କ ସ୍ଥାନରେ ନୂଆ ଅଧିନାୟକ, ଉପ-ଅଧିନାୟକ ପଦ ପାଇଁ ଦୁଇ ଦାବିଦାର ଟିମ୍ ଇଣ୍ଡିଆର ଟି-୨୦ ଦଳକୁ ନେଇ ଏବେ ଏକ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି । ଖବର ମିଳୁଛି ଯେ ଆଗାମୀ ଆୟରଲ୍ୟାଣ୍ଡ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ । ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ଯେ ବର୍ତ୍ତମାନର ଟି-୨୦ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ ନେତୃତ୍ୱରୁ ହଟାଯାଇପାରେ। ସୂତ୍ର ଅନୁସାରେ, ଗତ କିଛି ସମୟ ଧରି ସୂର୍ୟ୍ୟକୁମାରଙ୍କ ବ୍ୟାଟିଂ ପ୍ରଦର୍ଶନ ଆଶାନୁରୂପ ରହିନଥିବାରୁ ଟିମ୍ ମ୍ୟାନେଜମେଣ୍ଟ ଏକ ନୂତନ ନେତୃତ୍ୱ ମଡେଲ୍ ବିଷୟରେ ଚିନ୍ତା କରୁଛି। କୋଚ୍ ଗୌତମ ଗମ୍ଭୀର ଏପରି ଜଣେ ଅଧିନାୟକ ଚାହୁଁଛନ୍ତି ଯିଏ ନିଜ ପ୍ରଦର୍ଶନ ଦ୍ୱାରା ଦଳକୁ ଆଗରୁ ନେତୃତ୍ୱ ଦେଇପାରିବେ। ଏହି ପରିସ୍ଥିତିରେ ଶ୍ରେୟସ ଆୟରଙ୍କ ନାମ ସବୁଠାରୁ ଆଗରେ ରହିଛି । ଆଇପିଏଲରେ ତାଙ୍କର ନେତୃତ୍ୱ ଏବଂ ବ୍ୟାଟିଂ ପ୍ରଦର୍ଶନ ତାଙ୍କୁ ଏହି ଦୌଡ଼ରେ ଶକ୍ତିଶାଳୀ ଦାବିଦାର କରିଛି । ତିନୋଟି ଭିନ୍ନ ଆଇପିଏଲ ଦଳକୁ ଫାଇନାଲରେ ପହଞ୍ଚାଇବାର ରେକର୍ଡ ତାଙ୍କ ନେତୃତ୍ୱ କ୍ଷମତାର ପ୍ରମାଣ ବୋଲି ଦେଖାଯାଉଛି। ଅନ୍ୟପଟେ, ଟିମ୍ର ନୂତନ ଉପ-ଅଧିନାୟକ କିଏ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତିଲକ ବର୍ମା ଏବଂ ଇଶାନ କିଶାନଙ୍କ ନାମ ଏହି ଦୌଡ଼ରେ ରହିଛି ।
.jpeg)
ଯୁବ ଖେଳାଳିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏହି ଦାୟିତ୍ୱ ମିଳିପାରେ। ଜୁନ୍ ୨୬ରୁ ଆରମ୍ଭ ହେବାକୁ ଥିବା ଆୟରଲ୍ୟାଣ୍ଡ ସିରିଜ୍ ପାଇଁ ଏକ ନୂତନ ଓ ଯୁବ ଟିମ୍ ଇଣ୍ଡିଆ ଗଠନ କରିବାର ଯୋଜନା ଚାଲିଥିବା କୁହାଯାଉଛି। ଚୟନକର୍ତ୍ତାମାନେ ଏବଂ ଟିମ୍ ମ୍ୟାନେଜମେଣ୍ଟ ଆଗାମୀ ଦୁଇ ବର୍ଷକୁ ଲକ୍ଷ୍ୟ କରି ଏକ ସ୍ଥାୟୀ ଓ ଶକ୍ତିଶାଳୀ ଦଳ ଗଠନ କରିବାକୁ ଚାହୁଁଛନ୍ତି। ଏହି କାରଣରୁ କିଛି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଟିମ୍ ମ୍ୟାନେଜମେଣ୍ଟ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବା ପକ୍ଷରେ ଥିବାରୁ ଆଗାମୀ ଦିନରେ ଆଉ କିଛି ବଡ଼ ନିଷ୍ପତ୍ତି ଦେଖିବାକୁ ମିଳିପାରେ। ତେବେ ପ୍ରଶ୍ନ ହେଉଛି ଯଦି ସୂର୍ୟ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦରୁ ହଟାଯାଏ, ତେବେ ଏହା କଣ ସଠିକ୍ ନିଷ୍ପତ୍ତି ହେବ?



