MI କୁ କାହିଁକି ଅନଫଲୋ କଲେ ସୂର୍ଯ୍ୟକୁମାର ଯାଦବ?

MI କୁ କାହିଁକି ଅନଫଲୋ କଲେ ସୂର୍ଯ୍ୟକୁମାର ଯାଦବ?
Samaya Live News Picture
Published On

ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ହାତଛଡ଼ା ହେବା ପରେ କଣ ଏବେ ମୁମ୍ବାଇ ଇଣ୍ଡିଆନ୍ସ ସହ ମଧ୍ୟ ସମ୍ପର୍କ ତିକ୍ତ ହୋଇଯାଇଛି ସୂର୍ଯ୍ୟକୁମାର ଯାଦବଙ୍କର? କାହିଁକି ହଠାତ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ ସ୍କାଏ? କାହିଁକି ସୋସିଆଲ ମିଡିଆରୁ ହଟିଗଲା ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ସମସ୍ତ ପରିଚୟ? ଏହା କେବଳ ଏକ ସାଧାରଣ ସୋସିଆଲ ମିଡିଆ ଅପଡେଟ୍ ନା ଏହା ପଛରେ ଲୁଚି ରହିଛି ଏକ ବଡ଼ ରହସ୍ୟ? ଆଉ କଣ ଆସନ୍ତା IPL ସିଜନରେ ନୂଆ ଦଳର ଜର୍ସିରେ ନଜର ଆସିପାରନ୍ତି ସୂର୍ଯ୍ୟକୁମାର ଯାଦବ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।
ଟିମ୍ ଇଣ୍ଡିଆରେ ଅଧିନାୟକତ୍ୱ ହରାଇବା ପରେ ଏବେ କଣ ମୁମ୍ବାଇ ଇଣ୍ଡିଆନ୍ସ ସହ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କର ସମ୍ପର୍କ ଖରାପ ହୋଇଯାଇଛି? କ୍ରିକେଟ ଜଗତରେ ଏବେ ଏହି ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଷ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସର ଏକ ଭରସାଯୋଗ୍ୟ ଖେଳାଳି ଭାବେ ପରିଚିତ ସୂର୍ଯ୍ୟକୁମାର ଯାଦବଙ୍କ ସୋସିଆଲ ମିଡିଆ କାର୍ଯ୍ୟକଳାପ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଖବର ଅନୁଯାୟୀ, ସେ ତାଙ୍କ Instagram ଆକାଉଣ୍ଟରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଦେଇଛନ୍ତି। ଏପରିକି ନିଜ Bio ରୁ ମୁମ୍ବାଇ ଇଣ୍ଡିଆନ୍ସର ନାମ ମଧ୍ୟ ହଟାଇ ଦେଇଥିବା କୁହାଯାଉଛି। ଖାଲି ଏତିକି ନୁହେଁ, ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଅନେକ ଫଟୋ ମଧ୍ୟ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ ହଟିଯାଇଛି। ଏହା ପରେ ଫ୍ୟାନମାନଙ୍କ ମନରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଦଳ ଭିତରେ କିଛି ଠିକ୍ ଚାଲିନାହିଁ କି? ସୂତ୍ର ଅନୁସାରେ, ସୂର୍ଯ୍ୟକୁମାର ଯାଦବ ଭବିଷ୍ୟତରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ଆଶା ରଖିଥିଲେ। କିନ୍ତୁ ଫ୍ରାଞ୍ଚାଇଜିର ଭବିଷ୍ୟତ ଯୋଜନାରେ ଅନ୍ୟ ନାମ ଉପରେ ଆଲୋଚନା ହେଉଥିବା ଖବର ଆସୁଛି। ଏହାକୁ ନେଇ ସୂର୍ଯ୍ୟକୁମାର ଅସନ୍ତୁଷ୍ଟ ଥାଇପାରନ୍ତି ବୋଲି ଅନେକେ ଅନୁମାନ କରୁଛନ୍ତି। ଟିମ୍ ଇଣ୍ଡିଆରେ ଅଧିନାୟକତ୍ୱର ସୁଯୋଗ ହାତଛଡ଼ା ହେବା ପରେ ଆଇପିଏଲରେ ମଧ୍ୟ ନେତୃତ୍ୱର ସୁଯୋଗ ନ ମିଳିବା ସୂର୍ଯ୍ୟକୁମାରଙ୍କ ଭବିଷ୍ୟତ ଯୋଜନାକୁ ପ୍ରଭାବିତ କରିଥାଇପାରେ। ସେହି କାରଣରୁ ଆସନ୍ତା ସିଜନ ପୂର୍ବରୁ କୌଣସି ନୂଆ ଫ୍ରାଞ୍ଚାଇଜି ସହ ତାଙ୍କ ନାମ ଯୋଡ଼ାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଏସବୁ ଏପର୍ଯ୍ୟନ୍ତ କେବଳ ଚର୍ଚ୍ଚା ଏବଂ ଅନୁମାନ ମାତ୍ର। ସୂର୍ଯ୍ୟକୁମାର ଯାଦବ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏହାକୁ ନେଇ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ତେଣୁ ଆଗାମୀ ଦିନରେ ଏହି ଘଟଣା କେଉଁ ମୋଡ଼ ନେଉଛି, ତାହା ଦେଖିବା ବାକି ରହିଲା।

Tags: