ବିସିସିଆଇର ଚରମ ନିଷ୍ପତି କଣ କରିବେ ସୂର୍ଯ୍ୟ କୁମାର ?

ବିସିସିଆଇର ଚରମ ନିଷ୍ପତି କଣ କରିବେ ସୂର୍ଯ୍ୟ କୁମାର ?
Samaya Live News Picture
Published On

ପ୍ରଦର୍ଶନ ଦେଖାଅ ଟିମରେ ରୁହ । ଏମିତି କିଛି ଚରମ ବାଣୀ ସୂର୍ଯ୍ୟକୁମାର ଯାଦବଙ୍କ ଶୁଣାଇଛି ବିସିସିଆଇ । ଯିଏ ଭଲ ଖେଳୁଛି ତାକୁ ସୁଯୋଗ ଦିଆ ଯିଏ ଖରାପ ଖେଳୁଛି ତା ଉପରେ ଆକ୍ସନ ନିଆଯାଉା ବର୍ତ୍ତମାନ ଟିମ ଇଣ୍ଡିଆର ଟି-୨୦ ଟିମକୁ ଅନୁଧ୍ୟାନ କଲେ ଜଣାପଡୁଛି, କ୍ୟାପେଟନଙ୍କ ସହ କିଛି ଖେଳାଳୀ ଫର୍ମରେ ନାହାଁନ୍ତିା ତାହାଙ୍କୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛିା ପ୍ରଶଂସକ କହିବାକୁ ଆରମ୍ଭ କଲେଣି ପ୍ରଦର୍ଶନ କର, ଟିମରେ ରୁହା ଏଭଳି ପରିସ୍ଥିତିରେ ଚର୍ଚ୍ଚା ହେଉଛି କଣ ସୂର୍ଯ୍ୟ କୁମାର ଯାଦବଙ୍କ ହାତରୁ ଚାଲିଯିବ କି କ୍ୟାପଟେନସିପା ସୂଯ୍ୟକୁମାରଙ୍କ କ୍ୟାପଟେନସିପର ଅଧ୍ୟାୟ କଣ ଏହି ଟି-୨୦ ମ୍ୟାଚରେ ହିଁ ଶେଷ ହୋଇଯିବା  ଏବେ ଯେଉଁ ସବୁ ଖବର ସାମ୍ନାକୁ ଆସୁଛି ତାକୁ ଶୁଣି ଗମ୍ଭୀର ଏବଂ ଅଗରକରଙ୍କ ଚିନ୍ତା ବଢିଯାଇଛିା ଗତ କିଛି ଦିନ ତଳୁ ଟିମ ଇଣ୍ଡିଆର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାକୁ ଦେଖି ଲାଗୁଛି ଯେ, ଟିମ ଇଣ୍ଡିଆରେ କ୍ରିକେଟ କମ ରାଜନୀତି ଅଧିକ ଦେଖିବାକୁ ମିଳୁଛିା ଲଗାତାର ଖରାପ ପ୍ରଦର୍ଶନ, ଟିମ ଇଣ୍ଡିଆର ଲଜ୍ଜ୍ୟାଜନକ ପରାଜୟ ପରେ ବି କୌଣସି ପରିବର୍ତନ ନହେବା ପଛରେ କାରଣ କଣା ରିପୋର୍ଟ ଅନୁସାରେ ବିସିସିଆଇ ର୍ମିଟିଂରେ ଏବେ ଏକ ବଡ ନିଷ୍ପତି ନିଆଯାଇଛିା ସିଧା ସିଧା କୁହାଯାଉଛି ଏଥର ଆଉ କାହାକୁ ଛଡା ଯିବ ନାହିାଁ ସବୁଠୁ ବଡ ଝଟକା ଏବେ ଲାଗିଛି କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବଙ୍କୁା ରିପୋର୍ଟ ସିଧା କହୁଛି ସାଉଥ ଆଫ୍ରିକା ସହ ଶେଷ ମ୍ୟାଚ ପରେ ସୂର୍ଯ୍ୟଙ୍କୁ କ୍ୟାପଟେନସିପ ଛାଡିବାକୁ କୁହାଯାଇଛିା ଆଉ ଏହି କଥାରେ କୌଣସି ସନେ୍ଦହ ନାହିାଁ କ୍ୟାପଟେନ ସିଏ ଯିଏ କି ଟିମକୁ ଏକାଠି କରି ରଖୋ ନିଜର ରଣ କୌଶଳ ଦେଖାଇ ଟିମର ଗତିପଥ ବଦଳାଇଦିଏା କିନ୍ତୁ ସୂର୍ଯ୍ୟଙ୍କ କ୍ଷେତ୍ରରେ ଓଲଟା ଦେଖିବାକୁ ମିଳିଥିଲାା ଏଠି କ୍ୟାପଟେନ ଗମ୍ଭୀରଙ୍କ ଇଷାରାରେ ନାଚୁଛନ୍ତିା ଟସଠୁ ଆରମ୍ଭ କରି ଫିଲ୍ଡିଂ ଯାଏଁ  ନିଷ୍ପତି କ୍ୟାପଟେନ ନୁହେଁ ବରଂ ଡଗ ଆଉଟ ନେଉଛନ୍ତିା ବଡ ବଡ ମ୍ୟାଚରେ କ୍ୟାପଟେନ ସୂର୍ଯ୍ୟଙ୍କର କୌଣସି ଗେମ ପ୍ଲେ ଦେଖିବାକୁ ମିଳୁନଥିଲାା ଫଳରେ ଏହି ସବୁ କଥାକୁ ଧ୍ୟାନରେ ରଖି ବିସିସିଆଇ ଏଭଳି ଚରମ ନିସ୍ପପତି ନେଇଛିା ଆଉ ଏହି ସମାନ ଅବସ୍ଥା ଏବେ ସୁଭମନ ଗିଲଙ୍କର ବିା ଭାଇସ କ୍ୟାପଟେନ ସୁଭମନ ଗିଲଙ୍କ ଟିମ ଇଣ୍ଡିଆ ପାଇଁ ପ୍ରଦର୍ଶନ ଏତେତା ବି ଭଲ ନଥିଲାା ଏତେ ଖରାପ ପ୍ରଦର୍ଶନ ତାଙ୍କଠୁ କେହି ଆଶା କରିନଥିଲୋ ଏତେ ଖରାପ ପ୍ରଦର୍ଶନ ପରେ ବି ତାଙ୍କୁ କାହିଁକି ଖେଳାଯାଉଛିା 
କିନ୍ତୁ ଏସବୁ ବାଦ ଯଦି ଆମେ ଦେଖିବା ଭୁଲ କେବଳ ଖେଳାଳୀଙ୍କର ନାହିାଁ କିଛି ଭୁଲ ସିଷ୍ଟମର ବି ଅଛିା ଗମ୍ଭୀର ଏବଂ ଅଗରକରଙ୍କ ନିଷ୍ପତିରେ ଟିମ ଇଣ୍ଡିଆ ଚାଲିଛିା ଯେଉଁ ଖେଳାଳୀ ଫର୍ମରେ ନାହାଁନ୍ତି ତାଙ୍କୁ ଲଗାତାର ଖେଳିବାକୁ କାହିଁକି ସୁଯୋଗ ଦିଆଯାଉଛିା ଗିଲ , ସୂର୍ଯ୍ୟ କୁମାର ସିଭମ ଦୁବେ ୩ ଖେଳାଳୀ ଏଭଳି ପ୍ରଦର୍ଶନ ଯଦି ଆଉ କୌଣସି ଦଳରେ କରିଥାନ୍ତେ , କୁଏତଃ ତାଙ୍କୁ ବାହାର କରି ଦିଆସାରନ୍ତାଣିା କିନ୍ତୁ ଏଠି ଏବେ ଖରାପ ଗମେ ପ୍ଲେ ପରେ ବି ଏମାନଙ୍କୁ ଟିମରୁ ବାହାର କରିଯାଉନିା ବିସିସିଆଇର ମିଟିଂରେ ଏହି କଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛିା ଗମ୍ଭୀରଙ୍କୁ ସିଧା ସିଧା କୁହାଯାଇଛି, ଟିମ ଇଣ୍ଡିଆ ଜଣଙ୍କ ନିଷ୍ପତିରେ କେବେ ଚାଲିବନିା ଟିମ ଚୟନ, ଭୁଲ କ୍ୟାପଟନ ଚୟନ, ଫର୍ମରେ ନଥିବା ଖେଳାଳୀଙ୍କୁ ଟିମରେ ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସିସିଆଇ ମିଟିଂରେ ଆଲୋଚନା ହୋଇଛିା ମିଟିଂରେ ଗମ୍ଭୀର ହାଲତ ଏତେ ଖରାପ ଥିଲା ଯେ ଗମ୍ଭୀରଙ୍କ ପାଟିରୁ କୌଣସି ଶବ୍ଦ ବାହାରୁ ନଥିଲା । ସୂର୍ଯ୍ୟଙ୍କ ପରେ ଏବେ ତିନୋଟି ନୂଆ ନାଁ ସାମ୍ନାକୁ ଆସିଛିା ସ୍ରେୟସ ଅୟର, ରୁତୁରାଜ ଗାଇକ୍ୱାଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବିସିସିଆଇର ଅଧିକାଂଶ ମେମ୍ବର ଏହି ନିଷ୍ପତି ସହ ସମମତି ପ୍ରକାଶ କରିଥିଲେ ଯେ,ଯଦି ସ୍ରେୟସ ଅୟର ନେଷ୍ଟ ମ୍ୟାଚ ପର୍ଯନ୍ତ ଫିଟ ରୁହଁନ୍ତି ତେବେ ସେହି କ୍ୟାପଟେନ ହୋଇପାରନ୍ତିା କାରଣ କ୍ୟାପଟେନ ହେଲାଭଳି ରଣନୀତି ତାଙ୍କ ପାଖରେ ଅଛିା ପଡିଆରେ ନିଜ ଉଣନୀତି, ନିଜେ ନିଷ୍ପତି ନିଅନ୍ତିା ଏବଂ ଚାପରେ ଡରନ୍ତି ନାହିାଁ କିନ୍ତୁ ଏଇଠୁ ହିଁ ଗମ୍ଭୀରଙ୍କର ଚିନ୍ତା ବଢିଯାଇଛିା ଗମ୍ଭୀର ଅୟରଙ୍କୁ କ୍ୟାପଟେନ ହିସାବରେ ଦେଖିବାକୁ ଚାହୁଁ ନାହାଁନ୍ତିା କାହିଁକି ନା ସ୍ରୟସ ଅୟର ଗମ୍ଭୀରଙ୍କ ଇଷାରେରେ ନାଚିବେ ନାହିାଁ ସେ ନିଜ ନିଷ୍ପତି ନିଜେ ନିଅନ୍ତିା ସେଥିପାଇଁ ଗମ୍ଭୀର ତାଙ୍କୁ କ୍ୟାପଟ୍ନ ହିସାବରେ ଦେଖିବାକୁ ଚାହୁଁନାହାଁନ୍ତିା କାହିଁନା ଗମ୍ଭୀରଙ୍କୁ ସବୁ ଜିନିଷର କ୍ରେଡିଟ ଦରକାରା କିନ୍ତୁ ଅୟରଙ୍କୁ ଏହାର ସମ୍ପୂର୍ଣ୍ଣ ବିପରୀତା ସମାନ କ୍ଷେତ୍ର ମଧ୍ୟ ରୁତୁରାଜ ଗାଇକ୍ୱାଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କା ତାଙ୍କୁ ମଧ୍ୟ ଗୌତମ ଗମ୍ଭୀର ବିଶେଷ ପସନ୍ଦ କରନ୍ତି ନାହିାଁ

 

 

Tags: