ରାଜସ୍ଥାନ ରୟାଲ୍ସର ଗୁପ୍ତ ରଣନୀତି କଣ?

ରାଜସ୍ଥାନ ରୟାଲ୍ସର ଗୁପ୍ତ ରଣନୀତି କଣ?
Samaya Live News Picture
Published On

ଗୋଟିଏ ନୁହେଁ, ଦୁଇଟି ନୁହେଁ, ଏକାଥରକେ ୮ ଜଣ ଖେଳାଳିଙ୍କୁ ବିଦାୟ ଦେଲା ଏହି ଆଇପିଏଲ ଦଳ। ଏମିତି କିଛି ବଡ଼ ନାମ ଏହି ତାଲିକାରେ ଅଛନ୍ତି, ଯାହାଙ୍କୁ ଦଳରୁ ବାହାର କରାଯିବ ବୋଲି କେହି ସହଜରେ ଭାବିନଥିଲେ। କୋଟି କୋଟି ଟଙ୍କାରେ କିଣିଥିବା ଖେଳାଳିଙ୍କୁ ବି ଛାଡ଼ିବାକୁ ପଛାଇଲାନି ଫ୍ରାଞ୍ଚାଇଜ୍। ହେଲେ ଏହି ବଡ଼ ହଲଚଲ୍ ପଛରେ ରହିଛି ଆଉ ଏକ ବଡ଼ ରଣନୀତି। କାହାକୁ ରଖିଲା, କାହାକୁ ବିଦା କଲା ଏହି ଦଳ? ଆଉ ୧୫ ବର୍ଷୀୟ ବୈଭବଙ୍କୁ ନେଇ କ'ଣ ରହିଛି ଯୋଜନା? ଆସନ୍ତୁ ଜାଣିବା ପୂରା ଖବର ।

WhatsApp Image 2026-11-18 at 2.54.58 PM (1)

ଆଇପିଏଲ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଶିବିରରୁ ଆସିଛି ବଡ଼ ଖବର। ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୮ ଜଣ ଖେଳାଳିଙ୍କୁ ଦଳରୁ ବାଦ୍ ଦେଇଛି ରାଜସ୍ଥାନ। ଏହି ତାଲିକାରେ ରହିଛନ୍ତି ଅନେକ ଚର୍ଚ୍ଚିତ ଖେଳାଳି । ଏପଟେ ୧୫ ବର୍ଷ ବୟସରେ ନିଜ ବ୍ୟାଟିଂରେ କ୍ରିକେଟ୍ ଜଗତକୁ ଚମକାଇଥିବା ବୈଭବ ସୂର୍ୟ୍ୟବଂଶୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କୁ ନେଇ ରାଜସ୍ଥାନ ରୟାଲ୍ସର ଆଗାମୀ ଯୋଜନା କ'ଣ, ତାହା ଜାଣିବାକୁ ପ୍ରଶଂସକଙ୍କ ଉତ୍ସାହ ବଢ଼ିଛି। ସବୁଠାରୁ ବଡ଼ କଥା ହେଉଛି, ରାଜସ୍ଥାନ ରୟାଲ୍ସରୁ ବାଦ୍ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶିମରନ୍ ହେଟମାୟର । ୧୧ କୋଟି ଟଙ୍କାରେ ଦଳରେ ସାମିଲ ହୋଇଥିବା ହେଟମାୟରଙ୍କ ପ୍ରଦର୍ଶନକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥିଲା। ଆଶା ଅନୁସାରେ ରନ୍ କରିବାରେ ବିଫଳ ହେବା ପରେ ତାଙ୍କୁ ଦଳରୁ ରିଲିଜ୍ କରାଯାଇଛି । ସେହିପରି ୬.୫ କୋଟି ଟଙ୍କାରେ ଦଳରେ ସାମିଲ ହୋଇଥିବା ତୁଷାର ଦେଶପାଣ୍ଡେ ମଧ୍ୟ ଏଥର ରାଜସ୍ଥାନର ଜର୍ସିରେ ନଜର ଆସିବେ ନାହିଁ। ଏହାବ୍ୟତୀତ ଆଡାମ ମିଲ୍ନେ, କ୍ୱେନା ମଫାକା, କୁଲଦୀପ ସେନ୍, ଯୁଦ୍ଧବୀର ସିଂହ ଏବଂ ବିଗ୍ନେଶ ପୁଥୁରଙ୍କୁ ମଧ୍ୟ ଦଳରୁ ରିଲିଜ୍ କରାଯାଇଛି। ଅର୍ଥାତ୍ ଏକାଥରକେ ୮ ଜଣ ଖେଳାଳିଙ୍କୁ ବିଦାୟ ଦେଇଛି ରାଜସ୍ଥାନ ରୟାଲ୍ସ । ଏହି ନିଷ୍ପତ୍ତି ପରେ ଆଗାମୀ ନିଲାମରେ ଦଳ ପାଖରେ ଭଲ ଖେଳାଳି କିଣିବା ପାଇଁ ଅଧିକ ଅର୍ଥ ଉପଲବ୍ଧ ହେବ ବୋଲି ଆଲୋଚନା ହେଉଛି । ଅନ୍ୟପଟେ ଦଳର ମୁଖ୍ୟ ଖେଳାଳିଙ୍କ ମଧ୍ୟରେ ବୈଭବ ସୂର୍ୟ୍ୟବଂଶୀ, ଯଶସ୍ୱୀ ଜୟସ୍ୱାଲ, ରିୟାନ ପରାଗ, ଧ୍ରୁବ ଜୁରେଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ନାମ ରହିଛି । ଏହା ସହିତ ମହମ୍ମଦ ଶାମି ମଧ୍ୟ ଦଳରେ ରହିବେ ବୋଲି ଏହି ତାଲିକାରେ ଉଲ୍ଲେଖ ରହିଛି । ବିଶେଷକରି ମହମ୍ମଦ ଶାମିଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଆଗାମୀ ଓଚଖରେ ଭଲ ପ୍ରଦର୍ଶନ କରି ସେ ପୁଣିଥରେ ଟିମ୍ ଇଣ୍ଡିଆକୁ ଫେରିବାର ସୁଯୋଗ ସୃଷ୍ଟି କରିପାରିବେ । ତେଣୁ ତାଙ୍କ ପାଇଁ ଏହି ସିଜିନ୍ ଗୁରୁତ୍ୱପୂର୍ଣ୍ଣ ହେବ । ତେବେ ରାଜସ୍ଥାନ ରୟାଲ୍ସ ଏଥର ନିଲାମରେ କେଉଁ ଖେଳାଳିଙ୍କୁ ଟାର୍ଗେଟ୍ କରିବ? କେଉଁ ନୂଆ ଚେହେରା ଦଳରେ ସାମିଲ ହେବେ? ଆଉ ବୈଭବ ସୂର୍ୟ୍ୟବଂଶୀ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିପାରିବେ କି? ଏସବୁ ଉପରେ ରହିବ କ୍ରିକେଟ୍ ପ୍ରେମୀଙ୍କ ନଜର ।

Tags: