ଏସିଆ କପ୍‌: କୋଚ୍‌ ରାହୁଲଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ଦିଲ୍ଲୀ : ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଜିମ୍ବାେୱ ଗସ୍ତ କରି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ । ଲୋକେଶ ରାହୁଲ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଳାଇବେ । ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କୁ କିଛି ଦିନ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ୍‌ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯାଇଛି । ଜିମ୍ବାେୱଗସ୍ତ ସମୟରେ ଲକ୍ଷ୍ମଣ ଭାରତର କାର୍ଯ୍ୟବାହାକ କୋଚ୍‌ ଦାୟିତ୍ୱ ସମ୍ଭାଳିବେ […]

Samaya Live Picture
Published On

ଦିଲ୍ଲୀ : ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଜିମ୍ବାେୱ ଗସ୍ତ କରି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ । ଲୋକେଶ ରାହୁଲ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଳାଇବେ । ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କୁ କିଛି ଦିନ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ୍‌ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯାଇଛି । ଜିମ୍ବାେୱଗସ୍ତ ସମୟରେ ଲକ୍ଷ୍ମଣ ଭାରତର କାର୍ଯ୍ୟବାହାକ କୋଚ୍‌ ଦାୟିତ୍ୱ ସମ୍ଭାଳିବେ । ବିସିସିଆଇ ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି ।

 ଏସିଆ କପ୍‌: କୋଚ୍‌ ରାହୁଲଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ଜିମ୍ବାେୱଗସ୍ତରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ଲକ୍ଷ୍ମଣ ଜାତୀୟ କୋଚ୍‌ ଦାୟିତ୍ୱ ସମ୍ଭାଳିବେ । ଆଗାମୀ ୨୨ ତାରିଖରେ ଜିମ୍ବାେୱ ବିପକ୍ଷ ଶେଷ ହେବ । ରାହୁଲ ଦ୍ରାବିଡଙ୍କ ସହ ଭାରତୀୟ ଦଳ ୨୩ ତାରିଖରେ ୟୁଏଇ ଗସ୍ତ କରିବ । ଏହି ଦୁଇ ପ୍ରତିଯୋଗିତା ମଧ୍ୟରେ ସମୟସୀମା କମ୍‌ ରହିଛି । ତେଣୁ ଲକ୍ଷ୍ମଣ ଜିମ୍ବାେୱଗସ୍ତରେ ଦାୟିତ୍ୱ ନେଇଛନ୍ତି । ଜିମ୍ବାେୱ ଗସ୍ତରେ ଯାଇଥିବା ଭାରତୀୟ ଦଳର ଦୁଇ ଜଣ ସଦସ୍ୟ ଲୋକେଶ ରାହୁଲ ଓ ଦୀପକ ହୁଦା ଏସିଆ କପ୍‌ ଟି-୨୦ ପାଇଁ ଭାରତୀୟ ଦଳରେ ଯୋଗଦେବେ ।

ଅନ୍ୟମାନେ ଏସିଆ କପ୍‌ ଦଳରେ ସ୍ଥାନ ପାଇନାହାନ୍ତି । ଏପରି ସ୍ଥିତିରେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଏସିଆ କପ୍‌ ଦଳ ସହ ରହିବେ । ପୂର୍ବରୁ ଜୁନ୍‌, ଜୁଲାଇରେ ଭାରତୀୟ ଦଳ ଇଂଲଣ୍ଡରେ ଥିବା ବେଳେ ସେହି ସମୟରେ ଲକ୍ଷ୍ମଣ ଆୟର୍ଲାଣ୍ଡରେ ଟି-୨୦ ଦଳ ସହ ଥିଲେ । ଦ୍ରାବିଡ ଟେଷ୍ଟ ଦଳ ସହ ଇଂଲଣ୍ଡଗସ୍ତରେ ଥିଲେ । ଆଗାମୀ ୧୮, ୨୦ ଓ ୨୨ ତାରିଖରେ ଭାରତ ଓ ଜିମ୍ବାେୱ ମଧ୍ୟରେ ୩ଟି ମ୍ୟାଚ ଖେଳାଯିବ ।