୩୪ ବର୍ଷରେ ପଦାର୍ପଣ କଲେ ବିରାଟ କୋହଲି

ଆଜି ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ବିରାଟ ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି I ଏହି ଅବସରରେ ସାରା ବିଶ୍ୱରୁ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିରାଟଙ୍କ ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିରାଟ କୋହଲିଙ୍କ ଜନ୍ମଦିନରେ ବିସିସିଆଇ ଏକ ଫୋଟ ସେୟାର କରିଛି ଯେଉଁଥିରେ ଲେଖା ଅଛି- “ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆଧୁନିକ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ […]

Samaya Live Picture
Published On

ଆଜି ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ବିରାଟ ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି I ଏହି ଅବସରରେ ସାରା ବିଶ୍ୱରୁ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିରାଟଙ୍କ ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବିରାଟ କୋହଲିଙ୍କ ଜନ୍ମଦିନରେ ବିସିସିଆଇ ଏକ ଫୋଟ ସେୟାର କରିଛି ଯେଉଁଥିରେ ଲେଖା ଅଛି- “ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆଧୁନିକ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା।

ସେହିପରି ପାକିସ୍ତାନର ଶାହନାୱାଜ ଦIହନି ଟ୍ୱିଟରରେ କୋହଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କୋହଲିଙ୍କୁ ‘ସବୁ ସମୟର ମହାନ’ ବୋଲି ବର୍ଣ୍ଣନା କରିଥିଲେ। ଦIହନି କ୍ୟାପସନରେ ଲେଖିଛନ୍ତି ଯେ କ୍ରିକେଟ କୁ ଏପରି ସୁନ୍ଦର ଖେଳ କରିଥିବା ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମୁଁ ୫ ନଭେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ । ଟି -୨୦ ବିଶ୍ୱକପରେ ଶାହନାୱାଜ ଡାହନି ପାକିସ୍ତାନ ଦଳର ଏକ ଅଂଶ।

‘ରନ୍ ମେସିନ୍’ ଭାବରେ ଜଣାଶୁଣା ବିରାଟ କୋହଲି ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ଏହା କ୍ରିକେଟ ଜଗତକୁ ଏପରି ଏକ ଖେଳାଳି ମିଳିଥିଲା କ୍ରିକେଟ ମୈଦାନ ରେ ଯାହାର ଉପସ୍ଥିତିହିଁ ବିଜୟକୁ ସୁନିଶ୍ଚିତ କରିଥାଏ I କୋହଲି ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୮ ହଜାର ୭୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ୨୭ଟି ଶତକ ସହିତ ୨୮ ଅର୍ଦ୍ଧ ଶତକ ରହିଛି Iଏଥି ସହିତ, ଏକ ଦିବସୀୟ ମ୍ୟାଚ ରେ ସେ ୪୩ ଟିଶତକ ଏବଂ ୬୪ ଅର୍ଦ୍ଧଶତକ ସହ ୧୨ ହଜାର ୩୪୪ ରନ୍ କରିଛନ୍ତି। କ୍ରିକେଟର ସବୁଠାରୁ କମ୍ ଫର୍ମାଟରେ କୋହଲି ୩ ହଜାର ୯୩୨ ରନ୍ ସ୍କୋର କରିଛନ୍ତି ଯେଉଁଥିରେ ଗୋଟିଏ ଶତକ ଏବଂ ୩୬ ଟି ଅର୍ଦ୍ଧଶତକ ରହିଛି I