ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ସଚିନ, କୋହଲି

ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ସଚିନ, କୋହଲି

ମୁମ୍ବାଇ: ଭାରତୀୟ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ପ୍ରଶଂସା ଏବଂ ଅଭିନନ୍ଦନର ସୁଅ ଛୁଟିଛି। ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି ଭାରତୀୟ ଦଳକୁ ଯେଉଁଭଳି ଅଭିନନ୍ଦନ ଜଣାଇଛନ୍ତି ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉଭୟ କିମ୍ବଦନ୍ତୀ ଖେଳାଳୀ ଭାରତୀୟ ଦଳ ନିର୍ଭୟ ତଥା ବିସ୍ଫୋରକ ଶୈଳୀକୁ ପ୍ରସଂଶା କରିଛନ୍ତି। ବିଶେଷକରି ସଚିନ ଭାରତୀୟ ଦଳର ଆକ୍ରାମକ ଖେଳକୁ କ୍ରିକେଟ୍ ଏକ ସ୍ବତନ୍ତ୍ର ବ୍ରାଣ୍ଡ୍ ବୋଲି କହିଛନ୍ତି। ଏକ୍ସରେ ଭାରତୀୟ ଦଳକୁ ଅଭିନନ୍ଦନ ବାର୍ତ୍ତା ଜଣାଇ ସଚିନ ଲେଖିଛନ୍ତି , ‘ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ବିଜୟ, ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ପ୍ରଥମ ଥର ପାଇଁ କୌଣସି ଦଳ ଏହି ସଫଳତା ହାସଲ କରିଛି। ଏଥିପାଇଁ ଭାରତ ସଂପୂର୍ଣ୍ଣ ଯୋଗ୍ୟ ଟ୍ରଫିର ଉଚିତ୍‌ ବିଜେତା। ଆମ ଦଳର କି ଚମତ୍କାର ବିଜୟ! କ୍ରିକେଟ୍‌ର ଏକ ସ୍ବତନ୍ତ୍ର ବ୍ରାଣ୍ଡ୍‌ର ପ୍ରଦର୍ଶନ। ସାବାସ୍‌ ଟିମ୍‌ ଇଣ୍ଡିଆ, ଜୟ ହିନ୍ଦ୍‌!’। ସେହିପରି ବିରାଟ କୋହଲି ମଧ୍ୟ ଇନଷ୍ଟାଗ୍ରାମ୍‌ ମାଧ୍ୟମରେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଅହମଦାବାଦରେ ଭାରତୀୟ ଦଳର ଚମତ୍କାର ବିଜୟ। ସମଗ୍ର ପ୍ରତିଯୋଗିତାରେ ଆମ ଦ୍ବାରା ଖେଳାଯାଇଥିବା ବିସ୍ଫୋରକ କ୍ରିକେଟ୍‌ର କୌଣସି ତୁଳନା ଥିଲା। ଆମ ପିଲାମାନେ କଠିନ ସମୟରେ ଲଢେଇ କରି ପୁଣି ଥରେ ବିଶ୍ବ ଚାମ୍ପିୟନ ହୋଇଛନ୍ତି। ଏହି ସଫଳତା ପାଇଁ ସମସ୍ତ ଖେଳାଳି ଦଳ ପରିଚାଳନାର ସଦସ୍ୟମାନଙ୍କୁ ଅଭିନନ୍ଦନ।

ସମ୍ବନ୍ଧିତ ଖବର ସଞ୍ଜୁଙ୍କ ଦମଦାର ଇଂନିସ , ଭାରତର ଶାନଦାର ବିଜୟ

Tags: