ପୁଲ୍‌ ରାଙ୍କିଙ୍ଗ୍‌ ବାଛିବାକୁ ଟାଇ ବ୍ରେକର ନିୟମ

ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହକି ବିଶ୍ୱକପ୍‌ ପାଇଁ ୧୬ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ । ସମସ୍ତ ଦଳଙ୍କୁ ନେଇ ୪ଟି ପୁଲ୍‌ କରାଯାଇଛି । ପ୍ରତି ପୁଲର ବିଜେତା ସିଧାସଳଖ କ୍ୱାର୍ଟରଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ତେବେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳମାନଙ୍କୁ ନେଇ କ୍ରସ୍‌ଓଭର ମ୍ୟାଚ୍‌ ଖେଳାଯିବ । ଏମାନଙ୍କ ଭିତରୁ ଆଉ ୪ ଦଳ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହେବେ । ଯଦି ପୁଲ୍‌ ପର୍ଯ୍ୟାୟରେ ଏକାଧିକ ମ୍ୟାଚ୍‌ […]

Samaya Live Picture
Published On

ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହକି ବିଶ୍ୱକପ୍‌ ପାଇଁ ୧୬ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ । ସମସ୍ତ ଦଳଙ୍କୁ ନେଇ ୪ଟି ପୁଲ୍‌ କରାଯାଇଛି । ପ୍ରତି ପୁଲର ବିଜେତା ସିଧାସଳଖ କ୍ୱାର୍ଟରଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ତେବେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳମାନଙ୍କୁ ନେଇ କ୍ରସ୍‌ଓଭର ମ୍ୟାଚ୍‌ ଖେଳାଯିବ । ଏମାନଙ୍କ ଭିତରୁ ଆଉ ୪ ଦଳ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହେବେ । ଯଦି ପୁଲ୍‌ ପର୍ଯ୍ୟାୟରେ ଏକାଧିକ ମ୍ୟାଚ୍‌ ପରେ ବି ଦୁଇ ଦଳ ସମାନ ପଏଣ୍ଟରେ ରୁଅନ୍ତି, ସେ କ୍ଷେତ୍ରରେ ଟାଏ ଭାଙ୍ଗିବାକୁ ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) କିଛି ନିୟମ ନିର୍ଧାରଣ କରିଛି ।
ନିୟମାବଳୀର ଆପେଣ୍ଡିକ୍ସ ୨ର ନିୟମ ୨.୨ ଅନୁଯାୟୀ, ଯଦି ଏକାଧିକ ଦଳ ପୁଲ୍‌ ପର୍ଯ୍ୟାୟ ପରେ ସମାନ ପଏଣ୍ଟରେ ରୁହନ୍ତି, ସେଠାରେ ଯେଉଁ ଦଳ ଅଧିକ ମ୍ୟାଚ୍‌ ଜିତିଥିବ ସେ ଉପରକୁ ଉଠିବ । ଏହାସତ୍ତେ୍ୱ ଯଦି ଦଳମାନେ ସମାନ ସ୍ଥିତିରେ ରୁହନ୍ତି, ସେକ୍ଷେତ୍ରରେ ଗୋଲ୍‌ ବ୍ୟବଧାନକୁ ବିଚାରକୁ ନିଆଯିବ । ପୁଣି ଯଦି ଗୋଲ୍‌ ବ୍ୟବଧାନରେ ବି ସମାନ ସ୍ଥିତି ବଜାୟ ରୁହେ, ତାହେଲେ ଯେଉଁ ଦଳ ଅଧିକ ଗୋଲ୍‌ ସ୍କୋର କରିଥିବ ସେ ଆଗରେ ରହିବ । ଏଥିରେ ବି ସମାନ ଅବସ୍ଥା ରହିଲେ, ଯେଉଁ ଦଳମାନଙ୍କ ଭିତରେ ସମାନ ସ୍ଥିତି ରହୁଛି, ସେମାନେ ପରସ୍ପର ସହିତ ଖେଳିଥିବା ମ୍ୟାଚର ଫଳାଫଳ ଉପରେ ରାଙ୍କ ନିର୍ଭର କରିବ । ଯଦି ଦୁଇରୁ ଅଧିକ ଦଳଙ୍କ ମଧ୍ୟରେ ସମାନ ପଏଣ୍ଟ ରୁହେ, ତାହେଲେ ନିଜ ନିଜ ଭିତରେ ଖେଳିଥିବା ମ୍ୟାଚର ଫଳାଫଳ ଉପରେ ସେମାନଙ୍କ ସ୍ଥାନ ନିର୍ଭର କରିବ ।