ଅଣ୍ଡର ୧୯ ୱାର୍ଲଡ କପ ମହାମୁକାବିଲା...

ଅଣ୍ଡର ୧୯ ୱାର୍ଲଡ କପ ମହାମୁକାବିଲା...

ନୂଆଦିଲ୍ଲୀ : ଆଜି ସମଗ୍ର କ୍ରିକେଟ ଜଗତର ଦୃଷ୍ଟି ଅଟକିଛି ଅଣ୍ଡର–୧୯ କ୍ରିକେଟ ୱାର୍ଲଡ କପ ଫାଇନାଲ ମହାମୁକାବିଲା ଉପରେ। ଫାଇନାଲ ମ୍ୟାଚର ମଞ୍ଚରେ ଆଜି ମୁହାଁମୁହିଁ ଭାରତ ଓ ଇଂଲଣ୍ଡ। ପାଞ୍ଚଥରର ଚମ୍ପିୟାନ ଭାରତ ଆଉଥରେ ଇତିହାସ ରଚିବ, ନା ଇଂଲଣ୍ଡ ଦଳ ଭାଙ୍ଗିଦେବ ଭାରତର ସ୍ବପ୍ନ? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ଆରମ୍ଭ ହୋଇଛି ଫାଇନାଲ ଯୁଦ୍ଧ, ଯେଉଁଠାରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ସିଦ୍ଧାନ୍ତ ନେଇଛିା ବୈଭବ ସୂର୍ୟ୍ୟବଂଶୀଙ୍କ ଛକା ଚାକାରେ କମ୍ପୁଛି ଷ୍ଟାଡିୟମା ୨୨ ଉଭର ସୁଦ୍ଧା ଭାରତ ୨ ଓିକେଟ ହରାଇ  ୨୧୫ ରନ କରିଛିା  ଏଥିରେ ବର୍ତମାନ ବୌଭବ ୧୫୦ ରନ କରି ଦମଦାର ପ୍ରଦର୍ଶନ କରିଛନ୍ତିା  କ୍ୟାପଟେନ ଆୟୁସ ଙ୍କ ଅଧ୍ୟ ଶତକ ମଧ୍ୟ ଦେଖିବାକୁ ମିଳିଛିା 

ସମ୍ବନ୍ଧିତ ଖବର ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ

ଇର୍ମାନ ଭାରତ ବିଶାଳ ସ୍କୋର ୍ଭିମୁଖେ ଗତି କରୁଛିା 
ଆଜି ଭାରତ ବନାମ ଇଂଲଣ୍ଡ ଅଣ୍ଡର ୧୯ ବିଶ୍ୱକପ ଫାଇନାଲ ମୁକାବିଲା , ୫ଥର ଚମ୍ପିୟାନ ହୋଇଥିବା ଭାରତୀୟ ଦଳ ଖେଳୁଛି ୧୯୯୮ ର ବିଜେତା ଇଂଲଣ୍ଡ ଟିମ ସହିତ, ଭାରତୀୟ ଟିମ ବର୍ତମାନ ସୁଧା ୧୦ ଥର ଫାଇନାଲ ରେ ପହଂଚିଛି ଓ ୫ଥର ବିଜୟ ମୁକୁଟ ପିନ୍ଧି ସାରିଛି, ଅନ୍ୟ ପକ୍ଷରେ ଇଂଲିଶ ଟିମ ତୃତୀୟ ଥର ଫାଇନାଲ କୁ ଯାଇଛି ଏବଂ ଥରେ ମାତ୍ର ୧୯୯୮ ରେ ଟ୍ରଫି ଜିତି ପାରିଥିଲା ।

ସମ୍ବନ୍ଧିତ ଖବର ଲିଭର କର୍କଟ ରୋଗରେ ପୀଡିତ ରିଙ୍କୁ ସିଂହଙ୍କ ବାପାଙ୍କ ମୃତ୍ୟୁ

ଏହା ପୂର୍ବରୁ ୨୦୨୨ ଫାଇନାଲ ରେ ଭାରତ ଇଂଲଣ୍ଡ କୁ ହରାଇ ପଞ୍ଚମ ଥର ଟ୍ରଫି ଲାଭ କରିଥିଲା, ଭାରତ ବିନା କୌଣସି ପରିବର୍ତ୍ତନ ରେ ଆଜି ପଡିଆକୁ ଓଲ୍ହାଇଛି, ଏବଂ ଇଂଲିଶ ଦଳର ଜଣେ ଖେଳାଳି ଆଲେକସ ଫ୍ରେଞ୍ଚ ଙ୍କ ସ୍ଥାନରେ ଏଲେକ୍ସ ଗ୍ରୀନ ଙ୍କୁ ମଉକା ଦେଇଛି ।

ସମ୍ବନ୍ଧିତ ଖବର ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଭୀଷିକା : ୟୁରୋପକୁ ଗ୍ୟାସ ବନ୍ଦ ଧମକ ଦେଲେ ପୁଟିନ

ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ତମାନ ସୁଧା ଖେଳାଯାଇଥିବା ୫୬ ଟି ୟୁଥ ୱାନ ଡେ ରେ ଭାରତର ଡବଡବା ରହିଆସିଛି, ସେଥିମଧ୍ୟରୁ ୪୧ ଟି ରେ ଟିମ ଇଣ୍ଡିଆ ବିଜୟଲାଭ କରିଥିବା ବେଳେ ୧୩ ଟି ମ୍ୟାଚ ରେ ଇଂଲିଶ ଟିମ ଜିତିଛି । 

ବର୍ତମାନ ସୁଧା ଅଣ୍ଡର ୧୯ ୱାର୍ଲଡ କପରେ ଭାରତୀୟ ଦଳର ଟପ ସ୍କୋରର ବୈଭବ ସୂର୍ୟ୍ୟବଂଶୀ , ସେ ସମୁଦାୟ ୬ଟି ମ୍ୟାଚ ରେ ୨୬୪ ରନ ସଂଗ୍ରହ କରିଛନ୍ତି, ତାଙ୍କର ବେଷ୍ଟ ସ୍କୋର ୮୨ ରନ , ଏବଂ ସେ ୩ଟି ଅର୍ଧ ଶତକ କରିଛନ୍ତି, ଯଦି ବୋଲିଂ କୁ ଦେଖିବା ତେବେ ହେନିଲ ପଟେଲ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି , ସେ ୬ଟି ମ୍ୟାଚ ରେ ୧୧ ଟି ଉଇକେଟ ନେଇଛନ୍ତି, ତାଙ୍କର ବେଷ୍ଟ ପ୍ରଦର୍ଶନ ରହିଛି ୧୬ ରନରେ ୫ ଉଇକେଟ । 

ସେହିଭଳି ଇଂଲିଶ ଟିମ ର ବେନ ମେୟସ ବ୍ୟାଟିଂ ରେ ଦମଦାର ପ୍ରଦର୍ଶନ କରିଛନ୍ତି, ସେ ୬ଟି ମ୍ୟାଚ ରେ ୩୯୯ ରନ କରିଛନ୍ତି, ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଲା ୧୯୧ ରନ , ସେହିଭଳି ଇଂଲିଶ ଟିମ ର ବୋଲିଂ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ମେନି ଲୂମସଡେନ , ସେ ସାମ୍ୱଦୟ ୧୫ ଟି ଉଇକେଟ ନେଇଛନ୍ତି, ଏବଂ ଏହି ଟୁର୍ନାମେଣ୍ଟ ରେ ମଧ୍ୟ ଲୁମ୍ସଡେନ ସର୍ବାଧିକ ଉଇକେଟ ନେଇଛନ୍ତି । ଦେଖାଯାଉ ଆଜିର ମ୍ୟାଚ ରେ କିଏ ମାରୁଚି ବାଜି  ।

 

Tags: