୨୫ ଘଣ୍ଟା ଧରି ଘର ଭିତରେ ପଡି ରହିଛି ମୃତଦେହ

୨୫ ଘଣ୍ଟା ଧରି ଘର ଭିତରେ ପଡି ରହିଛି ମୃତଦେହ

ଜଳେଶ୍ୱର : ଧର୍ମାନ୍ତରୀକରଣ ଯୋଗୁଁ ହୋଇପାରୁନାହିଁ ମୃତଦେହ ସଂସ୍କାର । ୨୫ ଘଣ୍ଟା ଧରି ଘର ଭିତରେ ପଡି ରହିଛି ବୃଦ୍ଧଙ୍କ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଇବଣିଆ ବ୍ଲକ ରଙ୍ଗମାଟିଆ ଗାଁ ରେ । ଦୁଇ ପୁଅ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବାପାଙ୍କ ମୃତଦେହ ସଂସ୍କାର ନେଇ ଚାଲିଛି ଟଣାଓଟରା । ମୃତକ ହେଲେ ରଙ୍ଗାମାଟିଆ ଗାଁ ର ଛୁଟା ହାଁସଦା । ଗତ ବୁଧବାର ମଧ୍ୟରାତ୍ରିରେ ତାଙ୍କର ମୃତ୍ୟୁ ହୋଇଛି । 

ସମ୍ବନ୍ଧିତ ଖବର ଆଜି ଠାରୁ କଳିଙ୍ଗ ଷ୍ଟାଡିଅମରେ ହକି ଲିଗ

ଘଟନାନୁସାରେ, ରଙ୍ଗମାଟିଆ ଗାଁ ର ମୃତକ ଛୁଟା ହାଁସଦା ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର । ତେବେ ତାଙ୍କ ସାନ ପୁଅ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ବାପାଙ୍କ ମୃତ୍ୟୁ ପରେ ସେ ନିଜ ବାଡ଼ି ପଟେ ଖ୍ରୀଷ୍ଟ ଧର୍ମ ଅନୁଯାୟୀ କବର ଦେବାକୁ କହିବାରୁ ଏହାକୁ ବଡ଼ ପୁଅ ବିରୋଧ କରିଥିଲେ । ଏହାସହ ସାନ୍ତାଳୀ ସମାଜ ମୃତଦେହକୁ ଆଦିବାସୀ ପରମ୍ପରା ଅନୁସାରେ ସଂସ୍କାର କରିବାକୁ ଚାହୁଁଛନ୍ତି । ଏହି ଟଣା ଓଟରା ଭିତରେ ଦୀର୍ଘ ୨୫ ଘଣ୍ଟା ଧରି ସଂସ୍କାର ହୋଇ ନ ପାରି ବୃଦ୍ଧଙ୍କ ମୃତଦେହ ଘର ଭିତରେ ପଡି ରହିଛି । ଘଟଣାସ୍ଥରେ ଜଳେଶ୍ୱର ସ୍ୱଦପ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ନିରାଶ ହୋଇ ଫେରିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର ଆଇସିସି ରାଙ୍କିଂ,୫ ବର୍ଷ ପରେ କୋହଲି ପୁଣି ନମ୍ବର ୱାନ୍

Tags: