ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ,୫ ଖେଳାଳିଙ୍କ ଭୁଲ ପାଇଁ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଭାରତ

ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ,୫ ଖେଳାଳିଙ୍କ ଭୁଲ ପାଇଁ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଭାରତ
Samaya Live News Picture
Published On

ପ୍ରଥମ ତିନୋଟି ମ୍ୟାଚ୍ରେ ଦମଦାର ବିଜୟ, ଆଉ ଚତୁର୍ଥ ମ୍ୟାଚ୍ରେ ସବୁକିଛି ଓଲଟପାଲଟ! ଯେଉଁ ଦଳ ନ୍ୟୁଜିଲାଣ୍ଡକୁ ଲଗାତାର ଧୂଳି ଚଟାଉଥିଲା, ସେହି ଦଳ ଆଜି ନିଜେ ନିଜର ପରାଜୟର କାହାଣୀ ଲେଖିଲା । ବୋଲରଙ୍କ ବଲ୍ରେ ନଥିଲା ଧାର, ବ୍ୟାଟରଙ୍କ ବ୍ୟାଟ୍ରେ ନଥିଲା ଦମ୍ । ଫିଲ୍ଡିଂରେ ମଧ୍ୟ ହେଲା ବଡ଼ ଭୁଲ୍ । ମାତ୍ର କିଛି ଓଭର ଭିତରେ ଦଳର ବିଜୟ ଆଶା ଧୂଳିସାତ୍ ହୋଇଗଲା । ତେବେ କିଏ ସାଜିଲା ଏହି ପରାଜୟର ସବୁଠାରୁ ବଡ଼ ଖଳନାୟକ? କାହିଁକି ଚାମ୍ପିଅନ୍ ଦଳକୁ ଏଭଳି ଲଜ୍ଜାଜନକ ପରାଜୟ ମିଳିଲା । ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

କ୍ରମାଗତ ତିନୋଟି ବିଜୟ ପରେ ହଠାତ୍ ବଦଳିଗଲା ଟିମ୍ ଇଣ୍ଡିଆର ଭାଗ୍ୟ । ଯେଉଁ ଦଳ ପ୍ରଥମ ତିନୋଟି ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଥିଲା, ସେହି ଦଳ ଚତୁର୍ଥ ଟି-୨୦ରେ ନିଜେ ନିଜର ପରାଜୟର କାରଣ ପାଲଟିଗଲା । ବ୍ୟାଟିଂ ହେଉ କି ବୋଲିଂ, ଫିଲ୍ଡିଂ ହେଉ କି ରଣନୀତି, ସବୁଠି ଦେଖିବାକୁ ମିଳିଲା ନିରାଶାଜନକ ପ୍ରଦର୍ଶନ ।

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତକୁ ମିଳିଛି ଏକ ବଡ଼ ଝଟକା। ୨୫୯ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ ଚାପରେ ଭାଙ୍ଗିପଡ଼ିଥିଲା । ଯାହା ଫଳରେ ଦଳକୁ ଏକ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଉପରେ ପ୍ରବଳ ଆକ୍ରମଣ କରିଥିଲା । ବିଶେଷ କରି ଗ୍ଲେନ୍ ଫିଲିପ୍ସଙ୍କ ବ୍ୟାଟ୍ରୁ ଆସିଥିଲା ଧୂଆଁଧାର ଶତକ। ମାତ୍ର ୪୯ଟି ବଲ୍ରୁ ୧୦୭ ରନ୍ର ଇନିଂସ ଖେଳି ସେ ଭାରତୀୟ ବୋଲରଙ୍କୁ ନିରୁତ୍ତର କରିଦେଇଥିଲେ। ତାଙ୍କ ସହ ମାଇକେଲ୍ ବ୍ରେସୱେଲ୍ ମଧ୍ୟ ଦ୍ରୁତ ରନ୍ ସଂଗ୍ରହ କରି ଭାରତର ସମସ୍ୟା ବଢ଼ାଇଥିଲେ ।

ଫଳରେ ନ୍ୟୁଜିଲାଣ୍ଡ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା । ଅନ୍ୟପଟେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ମୟଙ୍କ ଯାଦବ ୪ ଓଭରରେ ୪୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂହ ୩୮ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିଥିଲେ। ପ୍ରିନ୍ସ ଯାଦବ ମଧ୍ୟ ପ୍ରାୟ ୫୦ ରନ୍ ବ୍ୟୟ କରିଥିଲେ। କିନ୍ତୁ ନୀତୀଶ କୁମାର ରେଡ୍ଡୀଙ୍କ ବୋଲିଂ ଭାରତ ପାଇଁ ଆହୁରି ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସେ ୪ ଓଭରରେ ୬୪ ରନ୍ ଦେଇଥିବା ବେଳେ ଅକ୍ଷର ପଟେଲ ମଧ୍ୟ ୩ ଓଭରରେ ୪୩ ରନ୍ କରିଥିଲେ। ଏପରିକି ଫିଲ୍ଡିଂରେ ମଧ୍ୟ ଭାରତ ଏକ ସୁଯୋଗ ହାତଛଡ଼ା କରିଥିଲା। ଗ୍ଲେନ୍ ଫିଲିପ୍ସ ୫୫ ରନ୍ରେ ଥିବାବେଳେ ତାଙ୍କର ଏକ କ୍ୟାଚ୍ ହାତଛଡ଼ା ହୋଇଥିଲା। ଏହା ଭାରତକୁ କେତେ ମହଙ୍ଗା ପଡ଼ିଲା, ତାହା ପରବର୍ତ୍ତୀ ଇନିଂସରୁ ସ୍ପଷ୍ଟ ହୋଇଥିଲା। ଏବେ ଆସନ୍ତୁ ଭାରତୀୟ ବ୍ୟାଟିଂ ଉପରେ ନଜର ପକାଇବା। ୨୬୦ ରନ୍ର ବିଶାଳ ଲକ୍ଷ୍ୟ ଥିବାବେଳେ ଭାରତୀୟ ଟପ୍ ଅର୍ଡର ଆରମ୍ଭରୁ ହିଁ ବିଫଳ ହୋଇଥିଲା । ସଞ୍ଜୁ ସାମସନ୍ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଇଶାନ କିଶନ ମାତ୍ର ୨ଟି ବଲ୍ରୁ ୪ ରନ୍ କରି ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା ୧୫ଟି ବଲ୍ରୁ ୨୭ ରନ୍ କରିଥିଲେ ମଧ୍ୟ ନିଜ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଅଧିନାୟକ ଶ୍ରେୟସ ଆୟର ମଧ୍ୟ ୧୧ଟି ବଲ୍ରୁ ୨୨ ରନ୍ କରି ପାଭିଲିୟନ୍ ଫେରିଥିଲେ । ଫଳରେ ମାତ୍ର ୫୬ ରନ୍ ମଧ୍ୟରେ ଭାରତର ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ପତନ ଘଟିଥିଲା। ଏହାପରେ ମ୍ୟାଚ୍କୁ ଫେରିବା ଭାରତ ପାଇଁ କଷ୍ଟକର ହୋଇପଡ଼ିଥିଲା । ବାକି ବ୍ୟାଟରମାନେ ଚେଷ୍ଟା କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ଯେଉଁ ଦଳଠାରୁ ଏକ ବଡ଼ ରନ୍ ଚେଜ୍ର ଆଶା ରହିଥିଲା, ସେହି ଦଳ ଆଜି ନିଜର ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ନିରାଶ କରିଥିଲା । ଏହି ପରାଜୟ ପାଇଁ କେବଳ ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କୁ ଦୋଷ ଦେଇ ହେବନାହିଁ । ବୋଲରଙ୍କ ଅତିରିକ୍ତ ରନ୍ କରିବା, ବ୍ୟାଟରଙ୍କ ଦାୟିତ୍ୱହୀନ ସଟ୍ ଚୟନ, ଫିଲ୍ଡିଂରେ ତ୍ରୁଟି ଏବଂ ଦଳର ରଣନୀତି ଉପରେ ଏବେ ପ୍ରଶ୍ନ ଉଠିଛି । ବିଶ୍ୱ ଚାମ୍ପିଅନ୍ ଟିମ୍ ଇଣ୍ଡିଆଠାରୁ ଏଭଳି ପ୍ରଦର୍ଶନ ଆଦୌ ଆଶା କରାଯାଉନଥିଲା। ମ୍ୟାଚ୍ ହାରିବା ଖେଳର ଏକ ଅଂଶ, କିନ୍ତୁ ଲଢ଼େଇ ନକରି ହାରିବା ନିଶ୍ଚିତ ଭାବେ ପ୍ରଶଂସକଙ୍କୁ ନିରାଶ କରିବ । ତେବେ ଏହି ପରାଜୟ ପାଇଁ ପ୍ରକୃତରେ ଦାୟୀ କିଏ? ଭାରତୀୟ ବୋଲର, ବ୍ୟାଟର ନା ଦଳର ରଣନୀତି? ଏହି ପରାଜୟ ପରେ ଗୌତମ ଗମ୍ଭୀରଙ୍କ ଟିମ୍ ମ୍ୟାନେଜମେଣ୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏବେ ଦେଖିବାକୁ ବାକି ରହିଲା, ଆଗାମୀ ମ୍ୟାଚ୍ରେ ଟିମ୍ ଇଣ୍ଡିଆ କିପରି ପ୍ରତ୍ୟାବର୍ତ୍ତନ କରୁଛି ।

ଏହି ୩ ଖେଳାଳୀଙ୍କ ପାଇଁ ହାରିବ ଟିମ ଇଣ୍ଡିଆ!  

ଟିମ୍ ଇଣ୍ଡିଆରେ ଏବେ ସବୁକିଛି ଠିକ୍ ଚାଲିଛି ତ? ଦଳ ମ୍ୟାଚ୍ ଜିତୁଛି ବୋଲି କ'ଣ ସବୁ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଛି? ନା ଅନ୍ୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ପଛରେ ଲୁଚି ଯାଉଛି କିଛି ଖେଳାଳିଙ୍କ ଦୁର୍ବଳତା?କାରଣ ଗୋଟିଏ ପଟେ ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂରେ ବିପକ୍ଷ ଦଳର ବୋଲରଙ୍କ ନିଦ ହଜାଉଛନ୍ତି। ଅନ୍ୟପଟେ ତିଳକ ବର୍ମା ଏବଂ ନୀତିଶ କୁମାର ରେଡ୍ଡୀଙ୍କ ଭଳି ଖେଳାଳି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଏପରିକି ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ନିଜ ପ୍ରତିଭାର ଝଲକ ଦେଖାଇଛନ୍ତି।କିନ୍ତୁ ଏହିସବୁ ସଫଳତା ମଧ୍ୟରେ ଟିମ୍ ଇଣ୍ଡିଆର ତିନୋଟି ବଡ଼ ଦୁର୍ବଳତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁଇଜଣ ଖେଳାଳି ଏବଂ ଜଣେ କୋଚ୍ଙ୍କ ନିଷ୍ପତ୍ତିକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉଠିଛି ଅନେକ ପ୍ରଶ୍ନ।
 
ପ୍ରଥମେ ଆସୁଛନ୍ତି ସଞ୍ଜୁ ସାମସନ।
WhatsApp Image 2026-10-31 at 2.59.58 PM (2)
 
ସଞ୍ଜୁ ସାମସନଙ୍କ ପ୍ରତିଭାକୁ ନେଇ କାହାରି ସନ୍ଦେହ ନାହିଁ। ଟି-୨୦ ବିଶ୍ୱକପ୍ର ଗୁରୁତ୍ୱପୂର୍ଣ୍ଣ ନକଆଉଟ୍ ମ୍ୟାଚ୍ଗୁଡ଼ିକରେ ସେ ଦମଦାର ବ୍ୟାଟିଂ କରି ନିଜ କ୍ଷମତା ପ୍ରମାଣ କରିଥିଲେ। କିନ୍ତୁ କେବଳ ପୁରୁଣା ସଫଳତାକୁ ନେଇ ଆଗକୁ ବଢ଼ିଲେ ହେବ ନାହିଁ।ଜଣେ ଖେଳାଳିଙ୍କ ପାଇଁ ପ୍ରତ୍ୟେକ ସିରିଜ୍ରେ ନିଜର ଫର୍ମ ବଜାୟ ରଖିବା ଜରୁରୀ। କିନ୍ତୁ ସଞ୍ଜୁଙ୍କ ପ୍ରଦର୍ଶନରେ ନିୟମିତତାର ଅଭାବକୁ ନେଇ ପ୍ରଶ୍ନ ଉଠୁଛି। କିଛି ମ୍ୟାଚ୍ରେ ବଡ଼ ଇନିଂସ ଖେଳିବା ପରେ ଲଗାତାର ମ୍ୟାଚ୍ରେ ବିଫଳ ହେବା ଦଳ ପାଇଁ ଚିନ୍ତାର ବିଷୟ।ଏପଟେ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ନେଇ ମଧ୍ୟ ଦାବି ହେଉଛି। ଯଦି ଜଣେ ଖେଳାଳି ବାରମ୍ବାର ସୁଯୋଗ ପାଉଛନ୍ତି, ତେବେ ଅନ୍ୟ ଜଣେ ପ୍ରତିଭାଶାଳୀ ଖେଳାଳିଙ୍କୁ କାହିଁକି ବେଞ୍ଚ୍ରେ ବସିବାକୁ ପଡ଼ିବ? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ।
 
ଦ୍ୱିତୀୟ ଖେଳାଳି ହେଉଛନ୍ତି ଅକ୍ଷର ପଟେଲ।
WhatsApp Image 2026-10-31 at 2.59.58 PM (3)
 
ଅକ୍ଷର ପଟେଲ ଜଣେ ଅଲରାଉଣ୍ଡର। ତାଙ୍କଠାରୁ ଦଳ ବ୍ୟାଟିଂ ଏବଂ ବୋଲିଂ ଉଭୟ କ୍ଷେତ୍ରରେ ଭଲ ପ୍ରଦର୍ଶନ ଆଶା କରେ। କିନ୍ତୁ ତାଙ୍କ ବୋଲିଂର ପ୍ରଭାବ ଏବଂ ମ୍ୟାଚ୍ରେ ନିର୍ଣ୍ଣାୟକ ଯୋଗଦାନକୁ ନେଇ ପ୍ରଶ୍ନ ଉଠୁଛି।କିଛି ମ୍ୟାଚ୍ରେ ତାଙ୍କ ଇକୋନୋମି ରେଟ୍ ଅଧିକ ରହିବା ଦଳର ଚିନ୍ତା ବଢ଼ାଇଛି। ଟି-୨୦ ଭଳି ଫର୍ମାଟ୍ରେ ଜଣେ ଅଲରାଉଣ୍ଡରଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅକ୍ଷର ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ଜରୁରୀ ବୋଲି ମତ ପ୍ରକାଶ ପାଉଛି।ଯଦି ତାଙ୍କ ସ୍ଥାନରେ ଅନ୍ୟ କୌଣସି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଏ, ତେବେ ଦଳକୁ ନୂଆ ବିକଳ୍ପ ମିଳିପାରିବ କି? 
 
ଏହା ମଧ୍ୟ ଏକ ବଡ଼ ପ୍ରଶ୍ନ।ଏବେ ଆସନ୍ତୁ ତୃତୀୟ ନାମକୁ। ଆଉ ସେ ହେଉଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର।
 
ଗମ୍ଭୀରଙ୍କ କୋଚିଂ ଏବଂ ଦଳ ଚୟନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। କେଉଁ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବ, କିଏ ଓପନିଂ କରିବେ ଏବଂ କାହାକୁ ବେଞ୍ଚ୍ରେ ବସିବାକୁ ପଡ଼ିବ, ଏସବୁ ନିଷ୍ପତ୍ତି ଦଳର ପ୍ରଦର୍ଶନକୁ ପ୍ରଭାବିତ କରିଥାଏ।ବିଶେଷକରି ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । ଯେଉଁ ଖେଳାଳି ନିଜ ବ୍ୟାଟିଂରେ ଦର୍ଶକଙ୍କୁ ପ୍ରଭାବିତ କରୁଛନ୍ତି, ତାଙ୍କୁ ଅଧିକ ସୁଯୋଗ ମିଳିବା ଉଚିତ୍ ବୋଲି ଅନେକ କ୍ରିକେଟ୍ ପ୍ରେମୀ ମତ ଦେଉଛନ୍ତି ।
 
ଅଭିଷେକ ଶର୍ମାଙ୍କ ସହ ଯଦି ସୂର୍ଯ୍ୟବଂଶୀଙ୍କୁ ଓପନିଂରେ ଖେଳିବାର ସୁଯୋଗ ମିଳେ, ତେବେ ଭାରତର ଆକ୍ରମଣାତ୍ମକ ବ୍ୟାଟିଂ ଆହୁରି ଶକ୍ତିଶାଳୀ ହୋଇପାରେ । କିନ୍ତୁ ଏଥିପାଇଁ ଦଳ ପରିଚାଳନାକୁ ନିଜ ନିଷ୍ପତ୍ତିରେ ସ୍ପଷ୍ଟତା ରଖିବାକୁ ପଡ଼ିବ।କେବଳ ପୁରୁଣା ପ୍ରଦର୍ଶନ କିମ୍ବା ଖେଳାଳିଙ୍କ ନାମକୁ ଦେଖି ଦଳ ଗଠନ କଲେ ହେବ ନାହିଁ। ବର୍ତ୍ତମାନର ଫର୍ମ, ଫିଟନେସ୍ ଏବଂ ଦଳର ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ନେବାକୁ ହେବ ।
 
ତେବେ ପ୍ରଶ୍ନ ହେଉଛି, ଟିମ୍ ଇଣ୍ଡିଆରେ ଏହି ତିନିଟି ବଡ଼ ପରିବର୍ତ୍ତନ ଆବଶ୍ୟକ କି? ସଞ୍ଜୁ ସାମସନ ଓ ଅକ୍ଷର ପଟେଲଙ୍କ ପ୍ରଦର୍ଶନରେ ସୁଧାର ଆସିବା ଦରକାର କି? ନା ଗୌତମ ଗମ୍ଭୀରଙ୍କୁ ଦଳ ଚୟନର ରଣନୀତି ବଦଳାଇବାକୁ ପଡ଼ିବ?କାରଣ ଭାରତକୁ କେବଳ ମ୍ୟାଚ୍ ଜିତିବାକୁ ନୁହେଁ, ଆଗାମୀ ବଡ଼ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହେବାକୁ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ।ଆପଣଙ୍କ ମତରେ ଏହି ତିନିଜଣଙ୍କ ମଧ୍ୟରୁ କାହାର ପ୍ରଦର୍ଶନ ଓ ନିଷ୍ପତ୍ତି ସବୁଠାରୁ ଅଧିକ ନିରାଶ କରିଛି ?

 

         

Tags: