ଟିମ୍ ଇଣ୍ଡିଆରେ ମିଳିଲା ବଡ ଦାୟିତ୍ୱ! ବଦଳିବ କି ରିଙ୍କୁଙ୍କ ଭାଗ୍ୟ?

ଟିମ୍ ଇଣ୍ଡିଆରେ ମିଳିଲା ବଡ ଦାୟିତ୍ୱ! ବଦଳିବ କି ରିଙ୍କୁଙ୍କ ଭାଗ୍ୟ?
Samaya Live News Picture
Published On

ଭାରତୀୟ କ୍ରିକେଟ୍ରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯେଉଁ ଖେଳାଳିଙ୍କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା, ଯାହାଙ୍କ ଟିମ୍ ଇଣ୍ଡିଆକୁ ଫେରିବା ବାଟକୁ ନେଇ ପ୍ରଶଂସକମାନେ ଅପେକ୍ଷା କରିଥିଲେ, ଏବେ ସେହି ଖେଳାଳିଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ। ହଁ, ଆମେ କଥା ହେଉଛୁ ରିଙ୍କୁ ସିଂହଙ୍କ ବିଷୟରେ । ଟିମ୍ ଇଣ୍ଡିଆର ଞ୨୦ ସେଟଅପ୍ରୁ ବାଦ୍ ପଡ଼ିବା ପରେ ତାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। କିନ୍ତୁ ଏବେ ରିଙ୍କୁଙ୍କୁ ମିଳିଛି ଏକ ନୂଆ ପରିଚୟ। ସେ ହୋଇଛନ୍ତି ଭାରତ ଇ ଦଳର ଉପ-ଅଧିନାୟକ। ଆଉ ତାଙ୍କ ସହ ଦଳର ଅଧିନାୟକ ଭାବେ ରହିବେ ତିଲକ ବର୍ମା। କିନ୍ତୁ ଏହି ନିଷ୍ପତ୍ତି ପଛରେ ରହିଛି ଆଉ ଏକ ବଡ଼ କାରଣ। ରଜତ ପାଟିଦାରଙ୍କ ଆଘାତ ଯୋଗୁଁ ଦଳରେ ହୋଇଛି ପରିବର୍ତ୍ତନ। ତେବେ କ'ଣ ହୋଇଛି ରଜତଙ୍କୁ? କାହିଁକି ସେ ରାଇଜିଂ ଏସିଆ କପ୍ରୁ ଓହରିଗଲେ? ଆଉ ରିଙ୍କୁଙ୍କ ହାତକୁ କେମିତି ଆସିଲା ଏତେ ବଡ଼ ଦାୟିତ୍ୱ? ଆସନ୍ତୁ ଜାଣିବା ପୂରା ଖବର।

ରଜତ ପାଟିଦାରଙ୍କ ଆଘାତ, ଦଳରେ ବଡ଼ ପରିବର୍ତ୍ତନ

ରାଇଜିଂ ଏସିଆ କପ୍ ଆରମ୍ଭ ହେବା ପୂର୍ବରୁ ଭାରତ ଇ ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ରଜତ ପାଟିଦାର ଆଘାତ ସମସ୍ୟା ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ପ୍ରତ୍ୟାହାର କରିଛନ୍ତି। ସୂଚନା ଅନୁସାରେ, ଗତ କିଛି ସମୟ ଧରି ରଜତ ଆଘାତ ସମସ୍ୟାର ସାମ୍ନା କରୁଛନ୍ତି। ପୂର୍ବରୁ ତାଙ୍କ ବାମ ଆଣ୍ଠୁରେ ସମସ୍ୟା ଦେଖାଦେଇଥିଲା। ଏହା ସହ ଓଚଖ ସମୟରେ ମଧ୍ୟ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସେ ୫୦ ଓଭର ଫର୍ମାଟ୍ର ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ। ଏନେଇ ରଜତ ପାଟିଦାର ନିଜେ ବିସିସିଆଇକୁ ଜଣାଇଥିବା କୁହାଯାଉଛି। ସେ ବର୍ତ୍ତମାନ ନିଜ ଆଘାତର ଯତ୍ନ ନେବାକୁ ଚାହୁଁଥିବାରୁ ୫୦ ଓଭର ଫର୍ମାଟ୍ର ଚୟନ ପାଇଁ ତାଙ୍କୁ ବିଚାର ନକରିବାକୁ ଅନୁରୋଧ କରିଛନ୍ତି। 

ଆୟୁଷ ବାଡୋନିଙ୍କୁ ସୁଯୋଗ, ରିଙ୍କୁଙ୍କୁ ନୂଆ ଦାୟିତ୍ୱ

ରଜତ ପାଟିଦାରଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଆୟୁଷ ବାଡୋନି। ଅନ୍ୟପଟେ ରିଙ୍କୁ ସିଂହଙ୍କୁ ଦଳର ଉପ-ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ତିଲକ ବର୍ମା ଅଧିନାୟକ ରହିବେ। ଅର୍ଥାତ୍ ଏହି ଟୁର୍ଣ୍ଣାମେଣ୍ଟରେ ତିଲକ ଓ ରିଙ୍କୁଙ୍କ ଯୋଡ଼ି ଭାରତ  - ଦଳର ନେତୃତ୍ୱ ନେବେ । ଏହି ଦଳରେ ଅନେକ ପ୍ରତିଭାବାନ ଖେଳାଳିଙ୍କୁ ସ୍ଥାନ ମିଳିଛି। ଅଭିଷେକ ଶର୍ମା, ବୈଭବ ସୂର୍ୟ୍ୟବଂଶୀ ଏବଂ ପ୍ରଭସିମରନ ସିଂହଙ୍କ ଭଳି ଖେଳାଳି ଦଳର ଶକ୍ତି ବଢ଼ାଇବେ। ଏହା ବ୍ୟତୀତ କୁମାର କୁଶାଗ୍ରା, ସୂର୍ୟ୍ୟାଂଶ ଶେଗଡେ, ଶାହାବାଜ ଅହମ୍ମଦ, ବିପରାଜ ନିଗମ, ହର୍ଷ ଦୁବେ, ତନୁଷ କୋଟିୟାନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ଆଶୁତୋଷ ଶର୍ମା ଏବଂ ଆୟୁଷ ବାଡୋନିଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। 
କେବେ ଆରମ୍ଭ ହେବ ରାଇଜିଂ ଏସିଆ କପ୍?
ଆସନ୍ତା ନଭେମ୍ବର ୧୯ ତାରିଖରୁ ରାଇଜିଂ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଇ ଦଳର ମ୍ୟାଚ୍ ସୂଚୀ ମଧ୍ୟ ବେଶ୍ ରୋଚକ ରହିଛି।

ନଭେମ୍ବର ୨୦: ଭାରତ  - ବନାମ ନେପାଳ।
ନଭେମ୍ବର ୨୨: ଭାରତ  - ବନାମ ପାକିସ୍ତାନ ଇ।
ନଭେମ୍ବର ୨୪: ଭାରତ  - ବନାମ ଟଇଋ।
ନଭେମ୍ବର ୨୯: ଟୁର୍ଣ୍ଣାମେଣ୍ଟର ଫାଇନାଲ୍। 
ଏଥିମଧ୍ୟରୁ ନଭେମ୍ବର ୨୨ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ଇ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ।

ରିଙ୍କୁଙ୍କ ପାଇଁ କମବ୍ୟାକ୍ର ବଡ଼ ସୁଯୋଗ
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ନୂଆ ଦାୟିତ୍ୱ କ'ଣ ରିଙ୍କୁ ସିଂହଙ୍କ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବା ରାସ୍ତାକୁ ସହଜ କରିବ? ରିଙ୍କୁଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ କେବଳ ଆଉ ଏକ କ୍ରିକେଟ୍ ପ୍ରତିଯୋଗିତା ନୁହେଁ । ବରଂ ନିଜ ଦକ୍ଷତା ଓ ନେତୃତ୍ୱର ପ୍ରମାଣ ଦେବା ପାଇଁ ଏହା ଏକ ବଡ଼ ମଞ୍ଚ । ଘରୋଇ କ୍ରିକେଟ୍ରେ ରିଙ୍କୁଙ୍କ ପ୍ରଦର୍ଶନ ତାଙ୍କୁ ଚର୍ଚ୍ଚାରେ ରଖିଛି । ଏବେ ଉପ-ଅଧିନାୟକ ଭାବେ ଦଳକୁ ଆଗକୁ ନେବା ସହ ନିଜ ବ୍ୟାଟିଂରେ ମଧ୍ୟ ଚମକିବାକୁ ପଡ଼ିବ । ଅନ୍ୟପଟେ ତିଲକ ବର୍ମାଙ୍କ ପାଇଁ ମଧ୍ୟ ଏହା ନେତୃତ୍ୱର ଏକ ବଡ଼ ପରୀକ୍ଷା ହେବ। ଅଭିଷେକ ଶର୍ମା ଓ ବୈଭବ ସୂର୍ୟ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କ ଉପସ୍ଥିତି ଭାରତୀୟ ଦଳକୁ ଆହୁରି ଶକ୍ତିଶାଳୀ କରିପାରେ। ତେଣୁ ଏବେ ଅପେକ୍ଷା ନଭେମ୍ବର ୨୨ ତାରିଖର ବଡ଼ ମୁକାବିଲାକୁ । ରିଙ୍କୁ ସିଂହ କ'ଣ ନିଜ ନେତୃତ୍ୱ ଓ ବ୍ୟାଟିଂରେ କମାଲ କରିପାରିବେ? ଭାରତ ଇ କ'ଣ ପାକିସ୍ତାନ ଇକୁ ହରାଇବା ସହ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବ? ଏହାର ଉତ୍ତର ମିଳିବ ପଡ଼ିଆରେ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ରିଙ୍କୁ ସିଂହଙ୍କ ପାଇଁ ଏହା ନିଜକୁ ପୁଣିଥରେ ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ ।

Tags: