ନିଜେ ଅନୁଭବ କଲି ଆଗକୁ ବଢ଼ିପାରିବିନି   : ସାଇନା  

ନିଜେ ଅନୁଭବ କଲି ଆଗକୁ ବଢ଼ିପାରିବିନି   : ସାଇନା  
Samaya Live Desk Picture
Published On

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନର ପ୍ରଥମ ସଫଳ ଅଲିମ୍ପିଆନ ସାଇନା ନେହୱାଲ  ନିରବରେ ଅସବର ନେଇ ଯାଇଛନ୍ତି। ବୟସ, ଶାରୀରିକ ଦକ୍ଷତା ଓ ଆଣ୍ଠୁ ସମସ୍ୟାକୁ ଦୃଷ୍ଟିରେ ରଖି ସାଇନା ଅବସର ନେବାର ନିଷ୍ପତ୍ତି ନେଇଛନ୍ତି। ସାଇନା କହିଛନ୍ତି, ନିଜେ ଅନୁଭବ କଲି ଯେ ଆଗକୁ ଆଉ ବଢ଼ି ପାରିବି ନାହିଁ। ଶାରୀରିକ ପ୍ରତିବନ୍ଧକ ଆଗକୁ ବଢ଼ିବାକୁ ଦେଉନାହିଁ। ଏହି କ୍ରୀଡ଼ାର ପ୍ରତିଦ୍ବନ୍ଦ୍ବିତା ପାଇଁ ଆବଶ୍ୟକ ଶାରୀରିକ ଦକ୍ଷତା ମୋ ନିକଟରେ ଆଉ ନାହିଁ ବୋଲି କହିଛନ୍ତି, ୩୫ ବର୍ଷୀୟା ସାଇନା।‌ ତେବେ ସେ ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିନାହାନ୍ତି। ସେ ୨ ବର୍ଷ ହେବ କୌଣସି ପ୍ରମୁଖ ପ୍ରତିଯୋଗିତାରେ ଖେଳି ନାହାନ୍ତି। ଶେଷ ଥର ପାଇଁ ସେ ୨୦୨୩ ସିଙ୍ଗାପୁର ଓପନ୍‌ରେ ଖେଳିଥିଲେ।

Tags: