ଲିଓନେଲ ମେସିଙ୍କୁ ସଚିନଙ୍କ ଜର୍ସି ଉପହାର
ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଲିଓନେଲ ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ ତେନ୍ଦୁଲକର I ଏଥିରେ ସଚିନଙ୍କ ଅଟୋଗ୍ରାଫ୍ ଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକର, ସୁନୀଲ ଛେତ୍ରୀ ଏବଂ ଅନେକ ସେଲିବ୍ରିଟିଙ୍କୁ ଭେଟିଥିଲେ ମେସି। ଏହି ସମୟରେ କ୍ରିକେଟର ଭଗବାନ ତେନ୍ଦୁଲକରଙ୍କୁ ଫୁଟବଲର କିମ୍ବଦନ୍ତୀ ପୁରୁଷ ମେସିଙ୍କ ଭେଟିବା ଏକ ଐତିହାସିକ ମୁହୂର୍ତ୍ତ ଥିଲା ।
ସେହିପରି ଭାରତୀୟ ଫୁଟବଲ୍ କିମ୍ବଦନ୍ତୀ ସୁନୀଲ ଛେତ୍ରୀ ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ୍ ଖେଳାଳି ମେସିଙ୍କୁ ଆଲିଙ୍ଗନ କରିଥିଲେ । ମେସି ଏବଂ ସଚିନ ଏକାଠି ଫଟୋ ପାଇଁ ପୋଜ୍ ଦେଇଥିଲେ। ଏହା ଏକ ଐତିହାସିକ ମୁହୂର୍ତ୍ତ, ଗୋଟିଏ ମଞ୍ଚରେ ନିଜ ନିଜ ଖେଳର କିମ୍ବଦନ୍ତୀମାନେ ଏକାଠି ଥିଲେ। ମେସି ମଧ୍ୟ ସଚିନଙ୍କୁ ଏକ ଫୁଟବଲ୍ ଉପହାର ଦେଇଥିଲେ। ମେସି ସୁନୀଲ ଛେତ୍ରୀଙ୍କୁ ତାଙ୍କର ଜର୍ସି ଉପହାର ଦେଇଥିଲେ।
Tags:




