ଶେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ: ମାର୍ଚ୍ଚ ୦୫: ଅଷ୍ଟ୍ରେଲିଆର ମହାନ ବୋଲର ଶେନ ଓ୍ୱର୍ଣ୍ଣଙ୍କ ଦେହାନ୍ତ । ଶୁକ୍ରବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ବିଶ୍ୱର କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଶନିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ୍ ସିରିଜର ଦ୍ୱିତୀୟ ଦିନ ଖେଳ ସମୟରେ, ଟିମ୍ ସଦସ୍ୟ ହାତରେ କଳାପଟି ବାନ୍ଧି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ମ୍ୟାଚ୍‌ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ଖେଳାଳି ଦୁଇ ମିନିଟ୍ […]

Samaya Live Picture
Published On

ନୂଆଦିଲ୍ଲୀ: ମାର୍ଚ୍ଚ ୦୫: ଅଷ୍ଟ୍ରେଲିଆର ମହାନ ବୋଲର ଶେନ ଓ୍ୱର୍ଣ୍ଣଙ୍କ ଦେହାନ୍ତ । ଶୁକ୍ରବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ବିଶ୍ୱର କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଶନିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ୍ ସିରିଜର ଦ୍ୱିତୀୟ ଦିନ ଖେଳ ସମୟରେ, ଟିମ୍ ସଦସ୍ୟ ହାତରେ କଳାପଟି ବାନ୍ଧି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ମ୍ୟାଚ୍‌ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ଖେଳାଳି ଦୁଇ ମିନିଟ୍ ଧରି ନିରବ ପ୍ରାର୍ଥନା କରିଥିଲେ । ଏପରି ଭାବେ ସେମାନେ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ୍ୱର୍ଣ୍ଣଙ୍କ ଦେହାନ୍ତରେ ଇମୋଶନାଲ ମେସେଜ ଦେଇଛନ୍ତି । ବିସିସିଆଇ ତରଫରୁ ରୋହିତଙ୍କ ଏକ ଭିଡିଓ ସେୟାର କରାଯାଇଛି । ଏଥିରେ ରୋହିତ କହୁଛନ୍ତି ଯେ, ଓ୍ୱର୍ଣ୍ଣଙ୍କ ଦେହାନ୍ତ ଖବର ଶୁଣି ସେ ଖୁବ୍ ମର୍ମାହତ ହୋଇଛନ୍ତି । ଏହା କ୍ରିକେଟ ଜଗତ ପାଇଁ ବହୁତ ବଡ ଝଟ୍କା ଅଟେ ।