ଅବସର ନେଲେ ରବିନ ଉଥªା

ମୁମ୍ବାଇ : ଭାରତର ୨୦୦୭ ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ ବିଜୟର ଅନ୍ୟତମ ନାୟକ, ୨୦୦୪, ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ତଥା ବିସ୍ପୋରକ ଭାରତୀୟ ଓପନର ରବିନ ଉଥªା ବୁଧବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫଳରେ ତାଙ୍କ ୨୦ ବର୍ଷର ପେସାଗତ କ୍ରିକେଟ୍‌ ଜୀବନରେ ଜବନିକା ପଡ଼ିଛି । ଟ୍ୱିଟରରେ ଏହି ୩୬ ବର୍ଷୀୟ କ୍ରିକେଟର୍‌ ପରିବାର ସହ ସମୟ ବିତାଇବା ଏବଂ ନୂଆ ଜୀବନ ଆରମ୍ଭ […]

Samaya Live Picture
Published On

ମୁମ୍ବାଇ : ଭାରତର ୨୦୦୭ ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ ବିଜୟର ଅନ୍ୟତମ ନାୟକ, ୨୦୦୪, ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ତଥା ବିସ୍ପୋରକ ଭାରତୀୟ ଓପନର ରବିନ ଉଥªା ବୁଧବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫଳରେ ତାଙ୍କ ୨୦ ବର୍ଷର ପେସାଗତ କ୍ରିକେଟ୍‌ ଜୀବନରେ ଜବନିକା ପଡ଼ିଛି । ଟ୍ୱିଟରରେ ଏହି ୩୬ ବର୍ଷୀୟ କ୍ରିକେଟର୍‌ ପରିବାର ସହ ସମୟ ବିତାଇବା ଏବଂ ନୂଆ ଜୀବନ ଆରମ୍ଭ କରିବା ନେଇ ଦୁଇ ପୃଷ୍ଠାର ଅବସରକାଳୀନ ଲେଖା ପୋଷ୍ଟ କରିଛନ୍ତି ।

ଉଥªା ଭାରତ ପକ୍ଷରୁ ୫୯ ମ୍ୟାଚ୍‌ (୪୬ ଦିନିକିଆ ଓ ୧୩ ଟେ୍ୱଣ୍ଟି-୨୦) ଖେଳି ୧୧୮୩ ଅନ୍ତର୍ଜାତୀୟ ରନ୍‌ କରିଛନ୍ତି । ସେ ୨୦୦୭ ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ଏହି ଶୀର୍ଷକ୍ରମ ବ୍ୟାଟର୍‌ ମୋହାଲିରେ ଆୟୋଜିତ ୨୦୦୬ ଚ୍ୟାଲେଞ୍ଜର ଟ୍ରଫିରେ ଶତକ ମାରି ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ । ଇନ୍ଦୋରରେ ପଦାର୍ପଣ ମ୍ୟାଚରେ ସେ ଇଂଲଣ୍ଡ ବିପକ୍ଷରେ ୮୬ ରନରେ ପାଳି ଖେଳିଥିଲେ । ବିଭିନ୍ନ ଫ୍ରାଞ୍ଚାଇଜ୍‌ ଯଥା ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପୁନେ ୱାରିୟର୍ସ ପକ୍ଷରୁ ଆଇପିଏଲ୍‌ ଖେଳିଥିବା ଉଥାªା ୨୦୧୪ରେ ବିଜେତା କୋଲକାତା ନାଇଟ୍‌ ରାଇଡର୍ସର ସଦସ୍ୟ ରହିଥିଲେ । ସେହି ସଂସ୍କରଣରେ ସେ କମଳା ଟୋପି ଜିତିଥିଲେ ।