ଡବ୍‌ଲ୍ୟୁପିଏଲ୍‌ ଫାଇନାଲ୍‌ରେ ଆର୍‌ସିବି

ଡବ୍‌ଲ୍ୟୁପିଏଲ୍‌ ଫାଇନାଲ୍‌ରେ ଆର୍‌ସିବି

ବଡ଼ୋଦରା: ଚଳିତ ମହିଳା ପ୍ରିମିୟର୍‌ ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌)ରେ ଆର୍‌ସିବି ସିଧାସଳଖ ଫାଇନାଲ୍‌ ଖେଳିବ। ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ଆର୍‌ସିବି ଗୁରୁବାର ୟୁପି ୟାରିୟର୍ସକୁ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହ ଆର୍‌ସିବି ୮ରୁ ବିଜୟ ସହ ଶୀର୍ଷ ସ୍ଥାନକୁ ନିଶ୍ଚିତ କରିଛି। ଗୁରୁବାର ମେଗ୍‌ ଲାନିଙ୍ଗ୍ (୪୧) ଦୀପ୍ତି ଶର୍ମା (୫୫) ପ୍ରଥମ ୱିକେଟ୍‌ ପାଇଁ ଓଭରରେ ୭୪ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ୟୁପି ୱାରିୟର୍ସ ୧୪୩/୮ରେ ସୀମିତ ରହିଯାଇଥିଲା। ନାଡିନ୍‌ ଡିକ୍ଲାର୍କ ୱିକେଟ୍‌ ନେଇଥିଲେ। ଜବାବରେ‌ ଗ୍ରେସ୍ ହାରିସ୍‌ (୩୭ ବଲ୍‌ରୁ ୭୫ ରନ୍) ଏବଂ ଅଧିନାୟିକା ସ୍ମୃତି ମନ୍ଧାନା (୨୭ ବଲ୍‌ରୁ ୫୪* ରନ୍‌) ପ୍ରଥମ ୱିକେଟ୍‌ ପାଇଁ ଓଭରରେ ୧୦୮ ରନ୍‌ ଉଠାଇବା ପରେ ଆର୍‌ସିବି ୪୧ ବଲ୍‌ ପୂର୍ବରୁ ୱିକେଟ୍‌ ହରାଇ ୧୪୭ ରନ୍‌ ସଂଗ୍ରହ କରି ନେଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ କରିଥିବାରୁ ଗ୍ରେସ୍‌ ହାରିସ୍ (/୨୨ ୭୫ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତା ହୋଇଥିଲେ।

ସମ୍ବନ୍ଧିତ ଖବର ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ପରଲୋକ

Tags: