ବାରବାଟୀରେ ରଣବୀର ସିଂହ, ଦିଶା ପଟାନୀ ଦେଖାଇବେ ଜଲୱା

ବିଶ୍ୱକପ୍‌ ଆରମ୍ଭର ଦୁଇ ଦିନ ପୂର୍ବରୁ ୧୧ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ଏହି ଉଦଘାଟନୀ ଉତ୍ସବର ଟିକେଟ୍‌ କେବଳ ଅନଲାଇନ୍‌ ବିକ୍ରି ହେବ । ଟିକେଟ୍ର ଦାମ୍‌ ୨୫୦ ଓ ୫୦୦ ଟଙ୍କା ରଖାଯାଇଛି । ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ପୂରା ଜୋରସୋରରେ ଉଦ୍ୟମ ଚଲାଇଛନ୍ତି । ଏଥିରେ ସୋମ୍ୟାନ୍ସିପ୍‌, […]

Samaya Live Picture
Published On

ବିଶ୍ୱକପ୍‌ ଆରମ୍ଭର ଦୁଇ ଦିନ ପୂର୍ବରୁ ୧୧ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ଏହି ଉଦଘାଟନୀ ଉତ୍ସବର ଟିକେଟ୍‌ କେବଳ ଅନଲାଇନ୍‌ ବିକ୍ରି ହେବ । ଟିକେଟ୍ର ଦାମ୍‌ ୨୫୦ ଓ ୫୦୦ ଟଙ୍କା ରଖାଯାଇଛି ।
ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ପୂରା ଜୋରସୋରରେ ଉଦ୍ୟମ ଚଲାଇଛନ୍ତି । ଏଥିରେ ସୋମ୍ୟାନ୍ସିପ୍‌, ବେଷୟିକ ଓ ସଂସ୍କୃତିର ଅବିଶ୍ୱସନୀୟ ପ୍ରଦର୍ଶନ କରାଯିବ । ଉଦଘାଟନୀ ଉତ୍ସବର ନାମ ‘ସେଲିବ୍ରେସନ’ ରଖାଯାଇଛି । ଏଥିରେ ଓଡ଼ିଶାର ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୂର ମନୋରଂଜନ ରହିବ ।
ବଲିଉଡ୍‌ ତାରକା ରଣବୀର ସିଂହ ଓ ଦିଶା ପଟାନୀଙ୍କ ସହ ପ୍ରସିଦ୍ଧ କେ-ପପ୍‌ ବ୍ୟାଣ୍ଡ ବ୍ଲାକସାନ ଗ୍ରୁପ୍‌, ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା ନିଜ ନିଜର ଜଲୱା ଦେଖାଇବେ । ସୁନାମଧନ୍ୟ କଣ୍ଠ ଶିଳ୍ପି ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାଶ ଅଜିଜ, ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ୱକପ୍‌ ୨୦୨୩ ଗୀତର ଲେଖକ ପ୍ରୀତମ ଷ୍ଟେଜକୁ ଆସିବେ । ନୃତ୍ୟୁ ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାରପ୍ରାପ୍ତ ସିଆମକ ଡାଭର ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫ କରିଛନ୍ତି । ଏମାନଙ୍କ ସହ ଓଡ଼ିଶାର ଅନେକ କଳାକାର ମଧ୍ୟ ଯୋଗ ଦେବାର କାର୍ଯକ୍ରମ ରହିଛି ।