ହକି ଆନ୍ଥେମ ପ୍ରସ୍ତୁତ କଲେ ପ୍ରେମ ଆନନ୍ଦ

ହକିକୁ ନେଇ ଓଡ଼ିଶା ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୨୦୧୮ରେ ପ୍ରଥମଥର ପାଇଁ ଓଡ଼ିଶାରେ ହକି ବିଶ୍ୱକପ ହୋଇଥିବାବେଳେ ୨୦୨୩ ଲଗାତାର ଭାବେ ଦ୍ୱିତୀୟଥର ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସମଗ୍ର ଓଡ଼ିଶା ଚଳଚଞ୍ଚଳ । ରାଜଧାନୀ ଭୁବନେଶ୍ୱର ଓ ଇସ୍ପାତ ନଗରୀ ରାଉରକେଲା ସଜେଇ ହୋଇଛି । ହକିକୁ ନେଇ ଓଡ଼ିଆଙ୍କ ଭିତରେ ଏକ ଭିନ୍ନ ଉନ୍ମାଦନା ସୃଷ୍ଟି ହୋଇଥିବାବେଳେ ଜଣେ ଓଡ଼ିଆ ଚର୍ଚ୍ଚାକୁ ଆସିଛନ୍ତି । ସେ […]

Samaya Live Picture
Published On

ହକିକୁ ନେଇ ଓଡ଼ିଶା ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୨୦୧୮ରେ ପ୍ରଥମଥର ପାଇଁ ଓଡ଼ିଶାରେ ହକି ବିଶ୍ୱକପ ହୋଇଥିବାବେଳେ ୨୦୨୩ ଲଗାତାର ଭାବେ ଦ୍ୱିତୀୟଥର ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସମଗ୍ର ଓଡ଼ିଶା ଚଳଚଞ୍ଚଳ । ରାଜଧାନୀ ଭୁବନେଶ୍ୱର ଓ ଇସ୍ପାତ ନଗରୀ ରାଉରକେଲା ସଜେଇ ହୋଇଛି । ହକିକୁ ନେଇ ଓଡ଼ିଆଙ୍କ ଭିତରେ ଏକ ଭିନ୍ନ ଉନ୍ମାଦନା ସୃଷ୍ଟି ହୋଇଥିବାବେଳେ ଜଣେ ଓଡ଼ିଆ ଚର୍ଚ୍ଚାକୁ ଆସିଛନ୍ତି । ସେ ହେଉଛନ୍ତି ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।
ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଆନ୍ଥେମକୁ ସ୍ୱରରେ ସଜାଇଛନ୍ତି । ଏହି ଆନ୍ଥେମକୁ ବଲିଉଡର ପ୍ରଖ୍ୟାତ ଗୀତିକାର ସମୀର ଲେଖିଥିବା ବେଳେ ଗାଇଛନ୍ତି ସୁଖ୍ୱିନ୍ଦର ସିଂହ । ଗତ ନଭେମ୍ବର ମାସରେ ଏହି ଆନ୍ଥେମର ନିର୍ଦ୍ଦେଶନା ଦେବା ପାଇଁ ପ୍ରେମ ଆନନ୍ଦଙ୍କୁ ଦାୟିତ୍ୱବ ଦିଆଯାଇଥିଲା । ପ୍ରାୟ ଏକ ମାସ ଲାଗି ଏଇ ଗୀତର ସ୍ୱର ଦିଆଯିବ ସହ ସୁଖବିନ୍ଦରଙ୍କ କଣ୍ଠରେ ପ୍ରସ୍ତୁତ କରାଯାଇଥିଲା । ହକି ଇଣ୍ଡିଆ ଭଳି ଏକ ଜାତୀୟସ୍ତରୀୟ କ୍ରୀଡ଼ା ଅନୁଷ୍ଠାନ ପାଇଁ ପ୍ରସ୍ତୁତ ଆନ୍ଥେମର ସ୍ୱର କରିବାରେ ପ୍ରେମ ଆନନ୍ଦ ହେଉଛନ୍ତି ପ୍ରଥମ ଓଡ଼ିଆ