ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ: ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ
ହରାରେ : ଭାରତ ଓ ଜିମ୍ବାେୱ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ ଶନିବାର ହରାରେ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ଅପରାହ@ ୧୨.୪୫ରେ ଆରମ୍ଭ ହେବ । ଦର୍ଶକ ଏହି ମ୍ୟାଚର ସିଧାପ୍ରସାରଣ ସୋନୀ ନେଟୱାର୍କରେ ଦେଖିବାକୁ ପାଇବେ । ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ୧୦ ୱିକେଟରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ରହିଛି । ତେଣୁ ଶନିବାର ମ୍ୟାଚରେ ଲୋକେଶ ରାହୁଲ ଦଳ […]
ହରାରେ : ଭାରତ ଓ ଜିମ୍ବାେୱ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ ଶନିବାର ହରାରେ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ଅପରାହ@ ୧୨.୪୫ରେ ଆରମ୍ଭ ହେବ ।

ଦର୍ଶକ ଏହି ମ୍ୟାଚର ସିଧାପ୍ରସାରଣ ସୋନୀ ନେଟୱାର୍କରେ ଦେଖିବାକୁ ପାଇବେ । ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ୧୦ ୱିକେଟରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ରହିଛି । ତେଣୁ ଶନିବାର ମ୍ୟାଚରେ ଲୋକେଶ ରାହୁଲ ଦଳ ପାଇଁ ଆଗୁଆ ଶୃଙ୍ଖଳା ବିଜୟ ଆଣି ଦେବାକୁ ଚେଷ୍ଟା କରିବେ । ଭାରତୀୟ ଖେଳାଳି ଭଲ ଲୟରେ ଥିବାରୁ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଭାରତର ପକ୍ଷ ଭାରି ରହିବ । ଓପନର ଶିଖର ଧାୱନ ଓ ଶୁଭମନ ଗିଲ ପ୍ରଥମ ମ୍ୟାଚରେ ଧମାକାଦାର ପ୍ରଦର୍ଶନ ଦେଖାଇଥିଲେ । ତେଣୁ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଜମାଣିଆ ପ୍ରଦର୍ଶନ ଆଶା କରାଯାଉଛି । ଘରୋଇ ମାଟିରେ ଶୃଙ୍ଖଳାରେ ତିଷ୍ଠି ରହିବା ପାଇଁ ଜିମ୍ବାେୱକୁ ଶନିବାର ମ୍ୟାଚରେ କର ବା ମର ସ୍ଥିତିରେ ସମ୍ମୁଖୀନ ହେବାକୁ ପଡିବ । ରେଗିସ ଚକାଭ, ସେନ୍ ୱିଲିୟମ୍ସ ଏବଂ ସିକନ୍ଦର ରାଜାଙ୍କ ପ୍ରଦର୍ଶନ ଉପରେ ଫଳାଫଳ ନିର୍ଭର କରିବ ।

ସମ୍ଭାବ୍ୟ ଜିମ୍ବାେୱ ଦଳ: ତାକୁଜ୍ୱାନସି କାଇଟାନୁ, ତାଡିୱାନ ସି, ମରୁମାମି, ଇନୋସେଣ୍ଟ କାୟା, ୱିସଲି ମାଦେଭେରେ, ରେଗିସ୍ ଚକାଭ (ଅଧିନାୟକ), ସିକନ୍ଦର ରାଜା, ଟୋନି ମୁନୟୋନଗା, ରିଆନ ବ୍ରୁଲ, ଲୁକେ ଜଙ୍ଗୱି ରିଚାର୍ଡ ଗାରାଭା, ଡୋନାଲï ତିରିପାନୋ ।
ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧାୱନ, ଲୋକେଶ ରାହୁଲ (ଅଧିନାୟକ), ଶୁଭମନ ଗିଲ, ଇଶାନ କିଷାନ, ସଞ୍ଜୁ ସାମସନ, ଦୀପକ ହୁଦା, ଅକ୍ଷର ପଟେଲ, ଦୀପକ ଚହର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ।




