ମ୍ୟାଚ ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ଖେଳାଳି

ମ୍ୟାଚ ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ଖେଳାଳି

ଭୁବନେଶ୍ୱର : ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଲୋଡିଲେ ଟିମ ଇଣ୍ଡିଆର ୪ ଖେଳାଳି ।  କୋଚ୍‌ ଗୌତମ ଗମ୍ଭୀରଙ୍କ ସହିତ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ୱାଶିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲୋଡିଛନ୍ତି । ବିସିସିଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଖେଳାଳି । ଆଜିର ମ୍ୟାଚ ଭାରତ ନିଶ୍ଚୟ ବିଜୟ ହେବ ବୋଲି ସଭିଁଏ ଆଶା ରଖିବା ସହ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Read More ୫% ବିମାନ ସଂଖ୍ୟା କମାଇବାକୁ ଇଣ୍ଡିଗୋକୁ ନିର୍ଦେଶ ଦେଲେ କେନ୍ଦ୍ର ସରକାର

ଏହାପୂର୍ବୁ ଟିମ୍‌ ଇଣ୍ଡିଆ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଦୀପଦାନ କରାଯାଇ ଆଜିର ମ୍ୟାଚରେ ଭାରତୀୟ ଦଳର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ଆଜି ବାରବାଟୀରେ ଖେଳାଯିବ ସିରିଜର ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ I ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ସଂଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ । ଏକ ହାଇସ୍କୋରିଂ ମ୍ୟାଚ  ଦେଖିବାକୁ ପାଇବେ ଦର୍ଶକ । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଦର୍ଶନ ଭଲ ହେବ । ୪୨ ହଜାର ଦର୍ଶକ ମ୍ୟାଚକୁ ଉପଭୋଗ କରିବେ । ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ । 

Read More ପୁଟିନଙ୍କୁ ମୋଦୀ ଦେଇଥିବା ଉପହାରରେ ରହିଛି ଆସାମ ଚା, ଭଗବଦ୍ ଗୀତା, ରୂପା ଘୋଡା 

Tags: