ଅଷ୍ଟ୍ରେଲିଆକୁ ୨୨ ରନ୍‌ରେ ହରାଇଲା ପାକିସ୍ତାନ୍

ଅଷ୍ଟ୍ରେଲିଆକୁ ୨୨ ରନ୍‌ରେ ହରାଇଲା ପାକିସ୍ତାନ୍

 ଲାହୋର: ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୨୨ ରନ୍‌ରେ ହରାଇ ଦେଇଛି ପାକିସ୍ତାନ। ପାକିସ୍ତାନର ୧୬୯ ର୍‌ନ ଲକ୍ଷ୍ୟର ଜବାବରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୧୪୬ ରନ୍‌ ହିଁ କରିପାରିଥିଲା। ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୱିକେଟ୍‌ ହରାଇ ୧୬୮ ରନ୍‌ କରିଥିଲା। ଦଳ ପକ୍ଷରୁ ସାଇମ୍ ଆୟୁବ ୪୦ ଅଧିନାୟକ ସଲମାନ ଆଗା ୩୯ ରନ କରିଥିଲେ। ବାବର ଆଜମ ୨୪ ରନ୍‌ର ଯୋଗଦାନ ଦେଇଥିଲେ।  ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ୍ ଜାମ୍ପା ୨୪ ରନ ଦେଇ ୪ଟି ୱିକେଟ୍‌ ନେଇଥିବାବେଳେ ମାହିଲା ବିୟର୍ଡମ୍ୟାନ ଜାଭିଏର୍ ବାର୍ଟଲେଟ୍ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୧୬୯ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୱିକେଟ୍‌ ହରାଇ ୧୪୬ ରନ କରିଥିଲା। ଦଳ ପକ୍ଷରୁ ଟ୍ରାଭିସ୍ ହେଡ୍ ୨୩, କାମେରୁନ ଗ୍ରିନ୍ ୩୬ ଜାଭିଏର୍ ବାର୍ଟଲେଟ୍ ୩୪ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ସାଇମ ଆୟୁବ ଅବରାର ଅହମ୍ମଦ ୨ଟି ଲେଖାଏ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର ଭାରତ ବିପକ୍ଷ T 20 ବିଶ୍ବକପ୍ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ

Tags: