ବିଶ୍ବକପ୍‌ରୁ ଓହରିବନି ପାକିସ୍ତାନ

ବିଶ୍ବକପ୍‌ରୁ ଓହରିବନି ପାକିସ୍ତାନ
Samaya Live Desk Picture
Published On

କରାଚୀ:ଆଇସିସି ବିରୋଧରେ ବାଂଲାଦେଶର ଆଭିମୁଖ୍ୟକୁ ସମର୍ଥନ କରିଆସିଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ଠିକ୍‌ ସମୟରେ ବାଂଲାଦେଶର ହାତ ଛାଡ଼ି ଦେଇଛି। ବାଂଲାଦେଶର ଜିଦ୍‌କୁ ନେଇ ଆଇସିସି କଠୋର ହେବା ପରେ ପାକିସ୍ତାନ ନରମି ଯାଇଛି।  ଭାରତ ଗସ୍ତ ନକରିବାକୁ ବାଂଲାଦେଶ ଘୋଷଣା କରିବା ପରେ ପାକିସ୍ତାନ ସ୍ପଷ୍ଟ କରିଦେଇଛି ଯେ ବିଶ୍ବକପ୍‌ରୁ ଓହରିବାର ପ୍ରଶ୍ନ ଉଠୁନାହିଁ। ପିସିବି ସୂତ୍ର ଅନୁସାରେ ଆଇସିସିର ନିଷ୍ପତ୍ତିକୁ ପିସିବି ନୈରାଶ୍ୟଜନକ ବୋଲି କହିଥିଲେ ବି ବିଶ୍ବକପ୍‌ରୁ ଓହରିବା ଏକ ବିକଳ୍ପ ନୁହେଁ ବୋଲି କହିଛି। ବାଂଲାଦେଶର ନିଷ୍ପତ୍ତିକୁ ପାକିସ୍ତାନ ନୀତିଗତଭାବେ ସମର୍ଥନ କରିଥିଲା। କାରଣ ଭାରତର ଅନୁରୋଧରେ ତାହାର ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ ପାକିସ୍ତାନ ବାହାରେ ଆୟୋଜନ କରାଯାଇଥିଲା। କିନ୍ତୁ ବାଂଲାଦେଶର ଅନୁରୋଧ ଗ୍ରହଣ କରା ଯିବା ନୈରାଶ୍ୟଜନକ। ତେବେ ବାଂଲାଦେଶକୁ ସମର୍ଥନ କରି ବିଶ୍ବକପ୍‌ରୁ ଓହରିବା ସଂପର୍କରେ ପିସିବି ବିଚାର କରୁନାହିଁ। କାରଣ ଆଇସିସି ପୂର୍ବରୁ ହିଁ ପାକିସ୍ତାନର ଅନୁରୋଧକୁ ଗ୍ରହଣ କରି ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଆୟୋଜନ କରିଛି। ଏଣୁ ବିଶ୍ବକପ୍‌ରୁ ଓହରିବା ନେଇ କୌଣସି ବୈଧ କାରଣ ନାହିଁ। ଅନ୍ୟପକ୍ଷରେ ପାକିସ୍ତାନର ପୂର୍ବତନ ଖେଳାଳି କମରନ୍‌ ଅକମଲ୍ ଆଇସିସିକୁ ସମାଲୋଚନା କରି କହିଛନ୍ତି ଯେ ଆଇସିସି ସବୁବେଳେ ଭାରତ ସପକ୍ଷରେ ନିଷ୍ପତ୍ତି ଶୁଣାଉଛି। କିନ୍ତୁ ଏକ ଅନ୍ତର୍ଜାତୀୟ ସଂସ୍ଥାଭାବେ ଏହା ସବୁ ସଦସ୍ୟଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ।  

Tags: