ଭାରତ ବିପକ୍ଷ T 20 ବିଶ୍ବକପ୍ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ
ଇସଲାମାବାଦ : ବଢିଲା ଭାରତ- ପାକ୍ କ୍ରିକେଟ ବିବାଦ। ଫେବୃଆରୀ ୧୫ ଭାରତ ବିପକ୍ଷ ମ୍ୟାଚ୍ ଖେଳିବନି ପାକିସ୍ତାନ । ତେବେ ୨୦୨୬ ଅନ୍ୟ ସମସ୍ତ T 20 ବିଶ୍ବକପ୍ ଖେଳିବ । ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ଖେଳିବାକୁ ପିସିବିର ପ୍ରସ୍ତାବକୁ ଅନୁମୋଦନ କରିଛି ପାକିସ୍ତାନ ସରକାର । ଏହି ମ୍ୟାଚ୍ ଆସନ୍ତା ୧୫ ତାରିଖରେ ନ୍ୟୁଟ୍ରାଲ ଭେନ୍ୟୁ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ତା ପୂର୍ବରୁ ପାକିସ୍ତାନ ଏହି ମ୍ୟାଚ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ପାକିସ୍ତାନ ସରକାରଙ୍କ ପକ୍ଷରୁ Xରେ ଏକ ପୋଷ୍ଟ କରି ସ୍ପଷ୍ଟ କରାଯାଇଛି ।

ପାକିସ୍ତାନ କ୍ରିଟେକ ଦଳ T20 ବିଶ୍ବକପ୍ ୨୦୨୬ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ, ମାତ୍ର ଭାରତ ବିପକ୍ଷ ଫେବୃଆରୀ ୧୫ରେ ଖେଳାଯିବାକୁ ଥିବା ଲିଗ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ଏହି ପୋଷ୍ଟରେ ସ୍ପଷ୍ଟ କରାଯାଇଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ପିସିବି ମୁଖ୍ୟ ମୋହସିନ ନକଭୀଙ୍କ ମଧ୍ୟରେ ଆଲୋଚନା ପରେ ଏହା ଘୋଷଣା କରାଯାଇଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ଫେବୃଆରୀ ୨ ପୂର୍ବରୁ ନିଷ୍ପତ୍ତି ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଥିଲା। ଫେବୃଆରୀ ୭ରୁ ମାର୍ଚ୍ଚ ୮ ଯାଏ ଅନୁଷ୍ଠିତ ହେବ ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ। ଭାରତ ଓ ଶ୍ରୀଲଙ୍କା ମ୍ୟାଚର ଆୟୋଜକ ଅଛନ୍ତି। ପୂର୍ବରୁ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ ପରେ ବାଂଲାଦେଶ ସହ ବହୁତ ଖରାପ ହୋଇଥିବା କହିଥିଲା ପିସିବି।



