ଏସିଆ କପ୍ ଟି-୨୦ରେ ପାକିସ୍ତାନର ଶୋଚନୀୟ ପରାଜୟ
ଦୁବାଇ : ଏସିଆ କପ୍ ଟି-୨୦ ପ୍ରତିଯୋଗିତରା ଫାଇନାଲରେ ପାକିସ୍ତାନର ଶୋଚନୀୟ ପରାଜୟ ଘଟିଛି । ପାକିସ୍ତାନ ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ୱିକେଟ ହରାଇ ୧୪୭ରନ୍ କରିଥିଲା । ଶ୍ରୀଲଙ୍କା ପାକିସ୍ତାନକୁ ୨୩ରନ୍ରେ ପରାସ୍ତ କରି ୬ଷ୍ଠ ଥର ଏସିଆ କପ୍ ଚାମ୍ପିଅନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କ୍ା ୨୦ଓଭରରେ ୬ ୱିକେଟ ହରାଇ ୧୭୦ରନ କରିଥିଲା । ଟସ୍ ଜିତି ପାକିସ୍ତାନ ଅଧିନାୟକ ବାବର ଆଜମ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ […]
ଦୁବାଇ : ଏସିଆ କପ୍ ଟି-୨୦ ପ୍ରତିଯୋଗିତରା ଫାଇନାଲରେ ପାକିସ୍ତାନର ଶୋଚନୀୟ ପରାଜୟ ଘଟିଛି । ପାକିସ୍ତାନ ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ୱିକେଟ ହରାଇ ୧୪୭ରନ୍ କରିଥିଲା । ଶ୍ରୀଲଙ୍କା ପାକିସ୍ତାନକୁ ୨୩ରନ୍ରେ ପରାସ୍ତ କରି ୬ଷ୍ଠ ଥର ଏସିଆ କପ୍ ଚାମ୍ପିଅନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କ୍ା ୨୦ଓଭରରେ ୬ ୱିକେଟ ହରାଇ ୧୭୦ରନ କରିଥିଲା ।

ଟସ୍ ଜିତି ପାକିସ୍ତାନ ଅଧିନାୟକ ବାବର ଆଜମ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ୫ଥର ଏସିଆ କପ୍ ଟାଇଟଲ ବିଜେତା ଶ୍ରୀଲଙ୍କା ପାଇଁ ପୁଣି ଟାଇଟଲ ସଫଳତା ଦୋହରାଇବାର ଭଲ ସୁଯୋଗ ରହିଥିଲା । ଅପରପକ୍ଷରେ ୧୦ବର୍ଷ ପରେ ପାକିସ୍ତାନ ଏସିଆ କପ୍ ଦଖଲ ପାଇଁ ðଆଶା ବାନ୍ଧିଥିଲା । ଶ୍ରୀଲଙ୍କାର ପାଥୁମ ନିଶାଙ୍କଙ୍କ ସହ କୁଶଳ ମେଣ୍ଡିସ ପାଳି ଆରମ୍ଭ କରିଥିଲେ ।
ପାକିସ୍ତାନର ଅଗ୍ନିବର୍ଷି ବୋଲିଂ ଆଗରେ ଶ୍ରୀଲଙ୍କା ୮.୫ଓଭରରେ ୫ୱିକେଟ ହରାଇ ୫୮ରନ୍ କରିଥିଲା । ପରବର୍ତ୍ତୀ ୧୩.୧ ଓଭରରେ ଶ୍ରୀଲଙ୍କା ଆଉ ଗୋଟିଏ ୱିକେଟ ହରାଇ ଦଳୀୟ ସ୍କୋରକୁ ୧୭୦ ରନ୍ରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲା । ଓପନର ପାଥୁମ ନିଶାଙ୍କ ୮, କୁଶଳ ମେଣ୍ଡିସ ୦, ଧନଞ୍ଜୟ ଡିସିଲଭା ୨୮, ଦନୁସ୍କା ଗୁଣତିଲକା ୧, ଭନୁକା ରାଜପାକ୍ଷେ ଅପରାଜିତ ୭୧, ଦଶୁନ ସନକା ୨, ୱାନିନ୍ଦୁ ହସରଙ୍ଗା ଡିସିଲଭା ୩୬ ଓ ଚାମିକା କରୁଣାରତ୍ନେ ଅପରାଜିତ ୧୪ରନ କରିବାରୁ ଦଳୀୟ ସ୍କୋର ୧୭୦/୬ରେ ପହଞ୍ଚଥିଲା । ପାକିସ୍ତାନର ହାରିଷ ରଫ ୩ଟି , ନସିମ ସାହ, ସଦବ ଖାନ ଓ ଇଫତିଖାର ଅହମ୍ମଦ ଗୋଟିଏ କରି ୱିକେଟ ସଫଳତା ହାସଲ କରିଥିଲେ ।

୧୭୧ରନ୍ର ବିଜୟ ଲକ୍ଷ୍ୟ ପାକିସ୍ତାନ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ମହମ୍ମଦ ରିଜୱାନଙ୍କ ସହ ବାବର ଆଜମ ପଡିଆକୁ ଓହ୍ଲାଇଥିଲେ । ପ୍ରଥମ ଓଭରରେ ହିଁ ଦିଲ୍ସାମ ମଧୁସଙ୍କାଙ୍କ ଲୟହୀନ ବୋଲିଂ ଯୋଗୁ ପାକିସ୍ତାନ ଭଲ ଆରମ୍ଭ କରିଥିଲା । ଏଥରକୁ ମିଶାଇ ଶ୍ରୀଲଙ୍କା ଟିମ୍ ଏସିଆ କପ୍ରେ ଷଷ୍ଠ ଥର ଚାମ୍ପିଅନ ହୋଇଛି । ଶ୍ରୀଲାଙ୍କା ୨ଦିନ ପୂର୍ବରୁ ସୁପର-୪ ମୁକାବିଲାରେ ପାକିସ୍ତାନକୁ ସୋଚନୀୟ ଭାବେ ପରାସ୍ତ କରିଥିଲା । ପାକିସ୍ତାନ ଶେଷ ଥର ପାଇଁ ୨୦୧୨ରେ ଏସିଆ କପ୍ ଜିତିଥିଲା । ସେତେବେଳେ ବାଂଲାଦେଶକୁ ୨ରନ୍ ରେ ହରାଇ ଚାମ୍ପିଅନ ହୋଇଥିଲା । ପ୍ରାୟ ୧୦ବର୍ଷ ପରେ ଏସିଆ କପ୍ ଫାଇନାଲରେ ଟାଇଟଲ ଜିତିବାର ଆଶା ପାକିସ୍ତାନର ଧୂଳିସାତ ହୋଇଯାଇଛି ।




