ହକି ବିଶ୍ୱକପ୍‌: ଅମ୍ପାୟାର ବିଭୁ ନାୟକ ମେଡିକାଲ ଅଫିସର ନିଯୁକ୍ତ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ହକି ବିଶ୍ୱକପ୍‌ ଭାରତ ଆୟୋଜନ କରୁଥିବା ବେଳେ ଆନ୍ତର୍ଜାତିକ ହକି ସଂଘ (ଏଫ୍‌ଆଇଏଚ୍‌) ଏଥିପାଇଁ ଅମ୍ପାୟାର ଏବଂ ଅଫିସିଆଲ୍‌ଙ୍କ ତାଲିକା ନିଜ ଅଫିସିଆଲ େୱବସାଇଟ୍‌ ଘୋଷଣା କରିଛି । ଟେକ୍ନିକାଲ ଡେଲିଗେଟ୍ସ ଓ ଅମ୍ପାୟାର ମ୍ୟାନେଜରଙ୍କ ବ୍ୟତୀତ ମୋଟ ୮ ଜଣ ଟେକ୍ନିକାଲ ଅଫିସିଆଲ ଏବଂ ୧୫ ଫିଲï ଅମ୍ପାୟାରଙ୍କ ନାମ ଚୂଡାନ୍ତ କରିଛି । ଏହି ତାଲିକାରେ ଅଷ୍ଟ୍ରେଲିଆର ସର୍ବଧିକ ସଂଖ୍ୟକ ପ୍ରତିନିଧିିବ ଦେଖିବାକୁ ମିଳିଛି । […]

Samaya Live Picture
Published On

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ହକି ବିଶ୍ୱକପ୍‌ ଭାରତ ଆୟୋଜନ କରୁଥିବା ବେଳେ ଆନ୍ତର୍ଜାତିକ ହକି ସଂଘ (ଏଫ୍‌ଆଇଏଚ୍‌) ଏଥିପାଇଁ ଅମ୍ପାୟାର ଏବଂ ଅଫିସିଆଲ୍‌ଙ୍କ ତାଲିକା ନିଜ ଅଫିସିଆଲ େୱବସାଇଟ୍‌ ଘୋଷଣା କରିଛି । ଟେକ୍ନିକାଲ ଡେଲିଗେଟ୍ସ ଓ ଅମ୍ପାୟାର ମ୍ୟାନେଜରଙ୍କ ବ୍ୟତୀତ ମୋଟ ୮ ଜଣ ଟେକ୍ନିକାଲ ଅଫିସିଆଲ ଏବଂ ୧୫ ଫିଲï ଅମ୍ପାୟାରଙ୍କ ନାମ ଚୂଡାନ୍ତ କରିଛି । ଏହି ତାଲିକାରେ ଅଷ୍ଟ୍ରେଲିଆର ସର୍ବଧିକ ସଂଖ୍ୟକ ପ୍ରତିନିଧିିବ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଫିଲï ପ୍ରତିନିଧିିବ ବାଦ୍‌ ବିଭିନ୍ନ ରାଷ୍ଟ୍ରରୁ ଅଫିସିଆଲଙ୍କୁ ନିଯୁକ୍ତି ସଂପର୍କରେ ମଧ୍ୟ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ଫେଡେରିକୋ ଗାର୍ସିଆ (ଉରୁଗୁଏ), ହଙ୍ଗ୍‌ ଜେନ୍‌ ଲିମ୍‌ (ସିଙ୍ଗାପୁର), ଜାକୁବ ମେଜ୍ଲିକ୍‌ (ଚେକ୍‌ ରିପବ୍ଲିକ୍‌), ମାର୍ସିନ୍‌ ଗ୍ରୋଚାଲ (ପୋଲାଣ୍ଡ୍‌) ଏବଂ ମାର୍ଟିନ୍‌ ମାଡେନ୍‌ (ସ୍କଟଲାଣ୍ଡ୍‌)ଙ୍କୁ ଫିଲï ଅମ୍ପାୟାର ଭାବେ ପଞ୍ଜୀକୃତ କରାଯାଇଥିଲା ବେଳେ ସାରା ବେନେଟ୍‌ (ଜିମ୍ବାେୱ), ଇଚିରୋ ନିଶିଜାୱା (ଜାପାନ), କାସ୍ପର ଗୁଲ୍ୱରାଣ୍ଡ୍ସେନ୍‌ (ଡେନ୍ମାର୍କ) ଏବଂ ଥିଏଗୋ ଡି ମାଟୋସ୍‌ (ବ୍ରାଜିଲ) ଟେକ୍ନିକାଲ ଅଫିସିଆଲ ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ଏହି ପୂର୍ଣ୍ଣାଙ୍ଗ ତାଲିକାରେ ବିଶ୍ୱକପ୍‌ ଆୟୋଜକ ଭାରତରୁ ମାତ୍ର ୩ ଜଣ ସାମିଲ ହୋଇଛନ୍ତି । ରଘୁପ୍ରସାଦ ଓ ଜାଭେଦ୍‌ ସେକ୍‌ ଅନଫିଲï ଅମ୍ପାୟାର ଏବଂ ସୋନିଆ ବାଥଲା ଟେକ୍ନିକାଲ ଅଫିସିଆଲ ତାଲିକାରେ ଯୋଡ଼ି ହୋଇଛନ୍ତି । ଅନ୍ୟପକ୍ଷରେ ମାଲେସିଆର ରମାଲାଲ ଅବ୍ଦୁଲଙ୍କ ସହିତ ଓଡ଼ିଶାର ବିଭୁ ନାୟକ ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି ।

ଫିଲï ଅମ୍ପାୟାରଙ୍କ ତାଲିକା: ବେନ୍‌ ଗୋଏଣ୍ଟଜେନ୍‌ (ଜର୍ମାନି), ବ୍ରୁସ୍‌ ବାଲେ (ଇଂଲଣ୍ଡ), କୋଏନ ଭାନ୍‌ ବଙ୍ଗେ (ନେଦରଲାଣ୍ଡ୍ସ), ଡାନ୍‌ ବାର୍ଷ୍ଟୋ (ଇଂଲଣ୍ଡ), ଡେଭିଡ୍‌ ଟୋମ୍ଲିନ୍ସନ (ନ୍ୟୁଜିଲାଣ୍ଡ୍‌), ଫ୍ରେଡେରିକୋ ଗାର୍ସିଆ (ଉରୁଗୁଏ), ଗାରେଥ ଗ୍ରିନ®ିଲï (ନ୍ୟୁଜିଲାଣ୍ଡ୍‌), ଜର୍ମାନ ମଣ୍ଟେସ୍‌ (ଆର୍ଜେଣ୍ଟିନା), ହଙ୍ଗ୍‌ ଝେନ୍‌ ଲିମ୍‌ (ସିଙ୍ଗାପୁର), ଜାକୁବ ମେଜଲିକ୍‌ (ଚେକ୍‌ ରିପବ୍ଲିକ୍‌), ଜାଭେଦ ସେଖ୍‌ (ଭାରତ), ଜୋନାସ ଭାନ୍‌ ହେକ୍‌ (ନେଦରଲାଣ୍ଡ୍ସ), ମାର୍ସିନ୍‌ ଗ୍ରୋଚାଲ (ପୋଲାଣ୍ଡ), ମାର୍ଟିନ୍‌ ମାଡେନ୍‌ (ସ୍କଟ୍ଲାଣ୍ଡ୍‌), ରଘୁ ପ୍ରସାଦ (ଭାରତ), ରାୱି ଅନ୍ୱନାଥନ୍‌ (ମାଲେସିଆ), ସିନ୍‌ ରାପାଟୋର୍ଟ (ଦକ୍ଷିଣ ଆଫ୍ରିକା), ଷ୍ଟିଭ୍‌ ରୋଜର୍ସ (ଅଷ୍ଟ୍ରେଲିଆ) ।
ଅମ୍ପାୟାର ମ୍ୟାନେଜରଙ୍କ: କୋଲିନ ଫ୍ରେଞ୍ଚ୍‌ (ନ୍ୟୁଜିଲାଣ୍ଡ୍‌) ଓ ସୋଲେଡାଡ୍‌ ଇପାରାଗୁଇରେ (ଆର୍ଜେଣ୍ଟିନା) ।

ଟେକ୍ନିକାଲ ଡେଲିଗେଟ୍ସ: ଜୋସୁଆ ବୁର୍ଟ (ଅଷ୍ଟ୍ରେଲିଆ) ଓ ଟାମି ଷ୍ଟାଣ୍ଡ୍ଲି (ଅଷ୍ଟ୍ରେଲିଆ) ।
ଟେକ୍ନିକାଲ ଅଫିସିଆଲ୍ସ: ଆଦାମ େୱବ୍‌ଷଫର (ଅଷ୍ଟ୍ରେଲିଆ), କାସ୍ପର ଗୁଲ୍ୱରାଣ୍ଡସେନ (ଡେନ୍ମାର୍କ), ଈଚିରୋ ନାଶିଜାୱା (ଜାପାନ), ଲୋରେନ ରିନାଲïିନି (ଆର୍ଜେଣ୍ଟିନା), ସାରା ବେନେଟ୍‌ (ଜିମ୍ବାେୱ), ସୋନିଆ ବାଥ୍ଲା (ଭାରତ), ସିଲଭି ପେଟିଜିନ୍‌ (ଫ୍ରାନ୍ସ) ଓ ଥିଏଗୋ ଡି ମାଟୋସ୍‌ (ବ୍ରାଜିଲ) ।