ଫାଜା ଦୁବାଇ ପାରାବ୍ୟାଡ଼ମିଣ୍ଟନ: ପ୍ରମୋଦଙ୍କୁ ସ୍ୱର୍ଣ୍ଣ
ଭୁବନେଶ୍ୱର: ଚତୁର୍ଥ ଫାଜା ଦୁବାଇ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାର ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସ୍ଏଲ-୩ ରୋମାଞ୍ଚକର ଫାଇନାଲରେ ପ୍ରମୋଦ ନିଜ ଦେଶ ନିଶିତ କୁମାରଙ୍କୁ ୧୯-୧୧, ୨୧-୧୭, ୨୧-୧୭ ଗେମ୍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ଗେମ୍ରେ ପ୍ରମୋଦ ୧୯-୨୧ରେ ହାରିଯାଇଥିଲେ । କି;ୁ ଦ୍ୱିତୀୟ ଗେମ୍ରେ ସଫଳ ପ୍ରତ୍ୟାବର୍ତ୍ତନ କରି ୨୧-୧୭ରେ ବିଜୟୀ ହୋଇଥିଲେ । ତୃତୀୟ ସେଟ୍ରେ ନିତିଶ […]
ଭୁବନେଶ୍ୱର: ଚତୁର୍ଥ ଫାଜା ଦୁବାଇ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାର ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସ୍ଏଲ-୩ ରୋମାଞ୍ଚକର ଫାଇନାଲରେ ପ୍ରମୋଦ ନିଜ ଦେଶ ନିଶିତ କୁମାରଙ୍କୁ ୧୯-୧୧, ୨୧-୧୭, ୨୧-୧୭ ଗେମ୍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ଗେମ୍ରେ ପ୍ରମୋଦ ୧୯-୨୧ରେ ହାରିଯାଇଥିଲେ । କି;ୁ ଦ୍ୱିତୀୟ ଗେମ୍ରେ ସଫଳ ପ୍ରତ୍ୟାବର୍ତ୍ତନ କରି ୨୧-୧୭ରେ ବିଜୟୀ ହୋଇଥିଲେ । ତୃତୀୟ ସେଟ୍ରେ ନିତିଶ କୁମାରଙ୍କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇନଥିଲେ । ଗୋଟିଏ ଗୋଟିଏ ପଏଣ୍ଟ ଲଢ଼େଇ ଚାଲିଥିବା ବେଳେ ଶେଷରେ ପ୍ରମୋଦ ୨୧-୧୭ରେ ବିଜୟୀ ହୋଇଥିଲା । ଏହି ଫାଇନାଲଟି ୧ ଘଣ୍ଟା ୧ ମିନିଟ୍ ଧରି ଚାଲିଥିଲା । ବିଜୟ ପରେ ବିଶ୍ୱର ନଂ,୧ ଖେଳାଳି ପ୍ରମୋଦ ଖୁସିବ୍ୟକ୍ତ କରିଛନ୍ତି । ସିଙ୍ଗଲ୍ସ ଜିତିଥିବାରୁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ଦୁଃଖର କଥା ମିକ୍ସଡ ଡବଲ୍ସରେ ପଦକ ସଫଳତା ମିଳିପାରିଲା ନାହିଁ । ଏହି ପ୍ରତିଯୋଗିତା ଜରିଆରେ ଆଗାମୀ କାନାଡା ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଛି । ମନୀଶା ଜଣେ ଉଚ୍ଚକୋଟୀର ନବାଗତ ଖେଳାଳି । ଆଗକୁ ଆମ ଯୋଡି ସଫଳା ହେବ ବୋଲି ପ୍ରମୋଦ ଆଶାବ୍ୟକ୍ତ କରିଛନ୍ତି ।
ମନୀଶାଙ୍କୁ ଡବଲ ସ୍ୱର୍ଣ୍ଣ

ନବାଗତ ମହିଳା ପାରା ବ୍ୟାଡ଼ମିଣ୍ଟନ ତାରକା ମନୀଶା ରାମଦାସ ଫାଜା ଦୁବାଇ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ହାତେଇଛନ୍ତି । ମହିଳା ବର୍ଗର ଏସ୍ୟୁ-୫ ବର୍ଗରେ ମନୀଶା ଜାପାନର ଆକିକୋ ସୁଗିନୋଙ୍କୁ ୨୧-୧୭, ୨୧-୧୧ ଗେମ୍ରେ ହରାଇଥିଲେ । ସେହିଭଳି ଡବଲ୍ସ ମୁକାବିଲାରେ ମନୀଶା ଓ ମନଦୀପଙ୍କ ଯୋଡି ୍ଥାଇଲାଣ୍ଡର ନିପାଦା ସେନସୁପା ଓ ଚାନିଦା ଶ୍ରୀନା ବାକୁଲଙ୍କ ଯୋଡିକୁ ୨୧-୯, ୨୧-୧୩ ଗେମ୍ରେ ହରାଇ ଏହି ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି ।




