ଡାଇମଣ୍ଡ ଲିଗ୍‌ ଜିତିବାରେ ନୀରଜ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ : ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଭାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସମ୍ମାନଜନକ ଡାଇମଣ୍ଡ ଲିଗ୍‌ ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ସେ ଖେଳ ଆରମ୍ଭରୁ ଉସିାହଜନକ ପ୍ରଦର୍ଶନ ଦେଖାଇପାରିନଥିଲେ । କି;ୁ ୮୮.୪୪ ମିଟର ଥ୍ରୋ କରି ଶୀର୍ଷ ସ୍ଥାନକୁ ଲମ୍ଫ ମାରିଥିଲେ । ସେ ଦ୍ୱିତୀୟ ପ୍ରୟାସରେ ହିଁ କ୍ୟାରିୟର ଚତୁର୍ଥ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ତାଙ୍କର ପରବର୍ତ୍ତୀ ୪ଟି ଥ୍ରୋରେ ସେ ୮୮ ମିଟର, ୮୬.୧୧ ମିଟର, […]

Samaya Live Picture
Published On

ନୂଆଦିଲ୍ଲୀ : ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଭାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସମ୍ମାନଜନକ ଡାଇମଣ୍ଡ ଲିଗ୍‌ ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ସେ ଖେଳ ଆରମ୍ଭରୁ ଉସିାହଜନକ ପ୍ରଦର୍ଶନ ଦେଖାଇପାରିନଥିଲେ । କି;ୁ ୮୮.୪୪ ମିଟର ଥ୍ରୋ କରି ଶୀର୍ଷ ସ୍ଥାନକୁ ଲମ୍ଫ ମାରିଥିଲେ । ସେ ଦ୍ୱିତୀୟ ପ୍ରୟାସରେ ହିଁ କ୍ୟାରିୟର ଚତୁର୍ଥ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ତାଙ୍କର ପରବର୍ତ୍ତୀ ୪ଟି ଥ୍ରୋରେ ସେ ୮୮ ମିଟର, ୮୬.୧୧ ମିଟର, ୮୭ ମିଟର ଏବଂ ୮୩.୬୦ ମିଟର ଥ୍ରୋ କରିଥିଲେ ।

ଅଷ୍ଟ୍ରେଲିଆର ଷ୍ଟିଫାନୀ ଗିଲମୋର ଅଷ୍ଟମ ସର୍ଫିଂ ବିଶ୍ୱ ଟାଇଟଲ ଜିିତିଛନ୍ତି । ଜାକେବ ଡଲେଜ୍‌ ୮୬.୯୪ ମିଟର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଜର୍ମର୍ାନୀର ଜୁଲିଆନ୍‌ େୱବର ୮୩.୭୩ ମିଟର ଥ୍ରୋ କରି ତୃତୀୟ ସ୍ଥାନରେ ରହିଥିଲେ । ୨୪ ବର୍ଷୀୟ ନୀରଜ ଭାରତର ସୁପର ଷ୍ଟାର ଅଲିମ୍ପିକ୍‌ ଚାମ୍ପିଅନ୍‌, ବିଶ୍ୱ ଚାମ୍ପିଅନ୍‌ସିପ୍‌ ରୌପ୍ୟ ପଦକ ବିଜେତା ଏବଂ ଡାଇମଣ୍ଡ ଲିଗ୍‌ ଚାମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି ।

ମାତ୍ର ୧୩ ମାସ ମଧ୍ୟରେ ଏହି ୩ଟି ବଡ଼ ଉପଲବ୍ଧ ହାସଲ କରିଛନ୍ତି ନୀରଜ । ଗତବର୍ଷ ଅଗଷ୍ଟ ୭ରେ ନୀରଜ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦ୍‌ ଜିତିଥିଲେ । ଡାଇମଣ୍ଡ ଲିଗ୍‌ ଫାଇନାଲରେ ଏହା ନୀରଜଙ୍କ ତୃତୀୟ ପ୍ରଦର୍ଶନ ଥିଲା । ସେ ୨୦୧୭ ଓ ୨୦୧୮ ଯଥାକ୍ରମ ସପ୍ତମ ଓ ଚତୁର୍ଥ ସ୍ଥାନରେ ରହିଥିଲେ । ନୀରଜର ହେଙ୍ଗ୍ରେରୀରେ ଚାଲିଥିବା ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ ପାଇଁ ଏକ ହୀରା ଟ୍ରଫି, ୩୦,୦୦୦ ଡ଼ଲାର ପୁରସ୍କାର ରାଶି ଏବଂ ୱାଇଲïର୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା । ସେ ପ୍ରଥମ ଭାରତୀୟ ହୋଇ ଲୋଜାନରେ ଡାଇମଣ୍ଡ ଲିଗ୍‌ ମିଟ୍‌ ଟାଇଟଲ ହାସଲ କରି କ୍ୟାରିୟରର ତୃତୀୟ ଶ୍ରେଷ୍ଠ ଥ୍ରୋ କରିଥିଲେ ।