ମାଲେସିଆ ମାଷ୍ଟର୍ସ: ସେମିରେ ପ୍ରଣୟ, ବିଦା ହେଲେ ସିନ୍ଧୁ
କ୍ୱାଲାଲମ୍ପୁର : ମାଲେସିଆ ମାଷ୍ଟର୍ସ ସୁପର-୫୦୦, ଟୁର୍ଣ୍ଣାମେଣ୍ଟରେ ଏଚ୍ଏସ ପ୍ରଣୟଙ୍କ ଜୟଯାତ୍ରା ଜାରି ଥିବା ବେଳେ ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ଭାରତୀୟ ପୁରୁଷ ପ୍ରତିଯୋଗୀ ଏଚ୍ଏସ୍ ପ୍ରଣୟ ଜାପାନର କାଣ୍ଟା ସୁନେୟାମାଙ୍କୁ କ୍ୱାର୍ଟରଫାଇନାଲରେ ହରାଇଥିଲେ । କି;ୁ ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟରରେ ତାଇ ଜୁ ୟଙ୍ଗ’ଙ୍କ ଠାରୁ ହାରିଯାଇଛନ୍ତି । ପ୍ରଣୟ ଓ ସୁନେୟାମାଙ୍କ ମଧ୍ୟରେ ୬୦ ମିନିଟ୍ର କଡା ସଂଘର୍ଷ ହୋଇଥିଲା । ଏଥିରେ ପ୍ରଣୟ ୨୫-୨୩, ୨୨-୨୦ ଗେମ୍ରେ […]
କ୍ୱାଲାଲମ୍ପୁର : ମାଲେସିଆ ମାଷ୍ଟର୍ସ ସୁପର-୫୦୦, ଟୁର୍ଣ୍ଣାମେଣ୍ଟରେ ଏଚ୍ଏସ ପ୍ରଣୟଙ୍କ ଜୟଯାତ୍ରା ଜାରି ଥିବା ବେଳେ ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ଭାରତୀୟ ପୁରୁଷ ପ୍ରତିଯୋଗୀ ଏଚ୍ଏସ୍ ପ୍ରଣୟ ଜାପାନର କାଣ୍ଟା ସୁନେୟାମାଙ୍କୁ କ୍ୱାର୍ଟରଫାଇନାଲରେ ହରାଇଥିଲେ ।
କି;ୁ ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟରରେ ତାଇ ଜୁ ୟଙ୍ଗ’ଙ୍କ ଠାରୁ ହାରିଯାଇଛନ୍ତି । ପ୍ରଣୟ ଓ ସୁନେୟାମାଙ୍କ ମଧ୍ୟରେ ୬୦ ମିନିଟ୍ର କଡା ସଂଘର୍ଷ ହୋଇଥିଲା । ଏଥିରେ ପ୍ରଣୟ ୨୫-୨୩, ୨୨-୨୦ ଗେମ୍ରେ ବିଜୟୀ ହୋଇଥିଲେ । ଥୋମାସ କପ୍ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ପ୍ରଣୟ ସେମିଫାଇନାଲରେ ଅଷ୍ଟମ ସିଡେଡ ହଂକଂର ନାଙ୍ଗ କା ଲଙ୍ଗ ଅନବୁସଙ୍କୁ ଭେଟିବେ ।
ପୁଣିଥରେ ସିନ୍ଧୁ ସେମିଫାଇନାଲ ପହଞ୍ଚିପାରିନାହାନ୍ତି । ତାଇୱାନର ତାଇ ଜୁ ଇ’ଙ୍କ ନିକଟରୁ ସିନ୍ଧୁ ୧୩-୨୧, ୨୧-୧୨, ୧୨-୨୧ ଗେମ୍ରେ ପରାଜିତ ହୋଇଥିଲେ । ଉଭୟଙ୍କ ମଧ୍ୟରେ ୫୫ ମିନିଟ୍ର ସଂଘର୍ଷ ହୋଇଥିଲା ।




