ଭାରୋତ୍ତୋଳନରୁ ନବମ ପଦକ: ଲଭପ୍ରୀତ ସିଂ ଜିତିଲେ ବ୍ରୋଞ୍ଜ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନ ଭାରୋତ୍ତୋଳନରୁ ଭାରତ ଆଉ ଏକ ପଦକ ଜିତିଛି । ଭାରତର ଲଭପ୍ରୀତ ସିଂ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ସଫଳତା ପୂର୍ବରୁ ଭାରତ ୮ଟି ପଦକ ଜିତିଥିଲା । ଏହାକୁ ମିଶାଇ ଭାରୋତ୍ତୋଳନରେ ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏଯାଏଁ ୧୪ଟି ପଦକ ଜିତିଲାଣି । ପଦକ ପର୍ଯ୍ୟାୟରେ ଲଭପ୍ରୀତଙ୍କ […]

Samaya Live Picture
Published On

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନ ଭାରୋତ୍ତୋଳନରୁ ଭାରତ ଆଉ ଏକ ପଦକ ଜିତିଛି । ଭାରତର ଲଭପ୍ରୀତ ସିଂ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ସଫଳତା ପୂର୍ବରୁ ଭାରତ ୮ଟି ପଦକ ଜିତିଥିଲା । ଏହାକୁ ମିଶାଇ ଭାରୋତ୍ତୋଳନରେ ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏଯାଏଁ ୧୪ଟି ପଦକ ଜିତିଲାଣି ।

ଭାରୋତ୍ତୋଳନରୁ ନବମ ପଦକ: ଲଭପ୍ରୀତ ସିଂ ଜିତିଲେ ବ୍ରୋଞ୍ଜ ପଦକ

ପଦକ ପର୍ଯ୍ୟାୟରେ ଲଭପ୍ରୀତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ସେ ସ୍ନାଚର ପ୍ରଥମ ପ୍ରୟାସରେ ୧୫୭ କେଜି, ଦ୍ୱିତୀୟ ପ୍ରୟାସରେ ୧୬୩ କେଜି ଓ ତୃତୀୟ ପର୍ଯ୍ୟାୟରେ ୧୬୩ କେଜି ଉଠାଇ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହାପରେ କ୍ଲିନ୍‌ ଓ ଜର୍କ ବର୍ଗରେ ଲଭପ୍ରୀତଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ୧୮୫ କେଜି, ୧୮୯ କେଜି, ୧୯୨ କେଜି ଭାର ଉଠାଇଥିଲେ ।

ଭାରୋତ୍ତୋଳନରୁ ନବମ ପଦକ: ଲଭପ୍ରୀତ ସିଂ ଜିତିଲେ ବ୍ରୋଞ୍ଜ ପଦକ

ଏହାକୁ ମିଶାଇ ସେ ମୋଟ୍‌ ୩୫୫ କେଜି ଓଜନ ଉଠାଇ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । ଏହି ଇଭେଣ୍ଟରେ କାମେରୁନ୍‌ର ଜୁନିୟର ପି ନାଗାଡଜା ୩୮୧ କେଜି ସହ ସ୍ୱର୍ଣ୍ଣ ଏବଂ ସାମୁଆର ଜାକ୍‌ ଓପେଲାଗୁ ୧୫୮ କେଜି ସହ ରୌପ୍ୟ ପଦକ ଜିତିଛନ୍ତି ।