ବିଶ୍ୱକପରେ ବିରାଟ ସର୍ବାଧିକ ରନ ସଂଗ୍ରହକାରୀ
ଆଡିଲେଡ୍ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଜମାଣିଆ ପ୍ରଦର୍ଶନ ସହ ଲୟକୁ ଫେରିଛନ୍ତି । ସୁପର-୧୨ ପର୍ଯ୍ୟାୟରେ କୋହଲି ଏପର୍ଯ୍ୟନ୍ତ ଖେଳିଥିବା ୪ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲି ୪୪ ବଲରୁ ୬୪ରନ୍ର ଅପରାଜିତ ଇନିଂସ୍ ଖେଳି ବିଶ୍ୱକପରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି । ଏଥିସହ ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାର […]
ଆଡିଲେଡ୍ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଜମାଣିଆ ପ୍ରଦର୍ଶନ ସହ ଲୟକୁ ଫେରିଛନ୍ତି । ସୁପର-୧୨ ପର୍ଯ୍ୟାୟରେ କୋହଲି ଏପର୍ଯ୍ୟନ୍ତ ଖେଳିଥିବା ୪ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲି ୪୪ ବଲରୁ ୬୪ରନ୍ର ଅପରାଜିତ ଇନିଂସ୍ ଖେଳି ବିଶ୍ୱକପରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି । ଏଥିସହ ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେଙ୍କ ୧୦୧୬ ରନ୍କୁ ପଛରେ ପକାଛନ୍ତି ବିରାଟ । ବିଶ୍ୱକପରେ ଜୟବର୍ଦ୍ଧନେ ୩୧ ଇନିଂସରୁ ୧୦୧୬ରନ୍ ସଂଗ୍ରହ କରିଥିଲେ ।
କୋହଲି ମାତ୍ର ୨୩ ଇନିଂସରୁ ଏହି କୀର୍ତ୍ତିମାନ ରଚିଛନ୍ତି । ଏହାଛଡା ବିରାଟ ଟି-୨୦ ବିଶ୍ୱକପରେ ୧୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଧୁନା କୋହଲି ଟି-୨୦ ବିଶ୍ୱକପରେ ୧୦୬୫ରନ୍ ସହ ସର୍ବାଗ୍ରେ ରହିଥିବା ବେଳେ ଆଇପିଏଲ୍ରେ ୬୬୨୪ରନ ଓ ଅନ୍ତର୍ଜାତୀୟ ଟି-୨୦ରେ ୩୯୩୨ରନ୍ କରିଛନ୍ତି । କୋହଲି ଓ ଜୟବର୍ଦ୍ଧନେଙ୍କ ବ୍ୟତୀବ କ୍ରିସ ଗେଲ ୩୧ ମ୍ୟାଚରୁ ୯୬୫ରନ୍ କରିଥିଲେ । ୨୦୧୪ ବିଶ୍ୱକପ ସଂସ୍କରଣରେ କୋହଲି ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଥିଲେ ।




