MI କୁ ପଛରେ ପକାଇଲା KKR
ଗତକାଲିର ମ୍ୟାଚ୍ କେବଳ ଏକ ସାଧାରଣ କ୍ରିକେଟ୍ ମ୍ୟାଚ୍ ନଥିଲା ତାହା ଥିଲା ଭାବନା, ଚାପ ଏବଂ ଶେଷ ମୁହୂର୍ତ୍ତର ବିସ୍ଫୋରକ ଡ୍ରାମାରେ ଭରିଥିବା ଏକ ସୁପରହିଟ୍ ଥ୍ରିଲର୍ । ଆରମ୍ଭରୁ ଲାଗୁଥିଲା ଯେ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛି । କିନ୍ତୁ ଶେଷ ଓଭରଗୁଡିକରେ ମୁମ୍ବାଇ ଇଣ୍ଡିଆନ୍ସ ଯେପରି ଫେରିଆସିଲା , ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ୱିକେଟ୍ ପଡୁଥିଲା, ଚାପ ବଢୁଥିଲା, ଆଉ ତାପରେ ଆସିଲା ଏକ ବିସ୍ଫୋରକ ଟର୍ଣ୍ଣିଂ ପଏଣ୍ଟ ଯାହା ପୁରା ମ୍ୟାଚର ଚିତ୍ରକୁ ବଦଳାଇଦେଲା । ତେବେ ଆସନ୍ତୁ ଜାଣିବା ଏହି ହାଇଭୋଲ୍ଟେଜ୍ କେକେଆର ଏବଂ ଏମଆଇ ମ୍ୟାଚର ସମ୍ପୂର୍ଣ୍ଣ ଖବର ।
କାଲିର ମ୍ୟାଚ୍ କେବଳ ଏକ ସାଧାରଣ କ୍ରିକେଟ୍ ମ୍ୟାଚ୍ ନଥିଲା ବରଂ ରୋମାଞ୍ଚ, ଚାପ ଏବଂ ଶେଷ ମୁହୂର୍ତ୍ତର ବିସ୍ଫୋରକ ପ୍ରଦର୍ଶନରେ ଭରିଥିବା ଏକ ହାଇଭୋଲ୍ଟେଜ୍ ଥ୍ରିଲର ଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହୋଇଥିବା ଏହି ମୁକାବିଲା ଆରମ୍ଭରୁ ହିଁ ଦର୍ଶକଙ୍କୁ ସିଟ୍ର କୋଣରେ ବସାଇ ରଖିଥିଲା । ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆରମ୍ଭଟି ଆକ୍ରମଣାତ୍ମକ ଥିଲା । କିନ୍ତୁ କେକେଆର ବୋଲରମାନେ ଆରମ୍ଭରୁ ହିଁ ଚାପ ସୃଷ୍ଟି କରିଦେଇଖିଲେ । ରିଆନ୍ ରିକେଲଟନ୍ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ । କ୍ୟାମେରନ୍ ଗ୍ରୀନଙ୍କ ଚମତ୍କାର ବୋଲିଂ ମୁମ୍ବାଇକୁ ପ୍ରଥମ ଝଟକା ଦେଇଛି । ତାପରେ ରୋହିତ ଶର୍ମା କ୍ରିଜ୍କୁ ଆସି ନିଜ ସ୍ୱାଭାବିକ ଶୈଳୀରେ ବଡ ସଟ୍ ଖେଳିବା ଆରମ୍ଭ କରିଥିଲେ । ଦର୍ଶକମାନେ ଉତ୍ସାହିତ ହୋଇଯାଇଥିଲେ ଏବଂ ଲାଗୁଥିଲା ଯେ ରୋହିତ ଏକ ବଡ ଇନିଂସ ଖେଳିବେ । କିନ୍ତୁ ସୌରଭ ଦୁବେ ତାଙ୍କୁ ୧୫ ରନରେ ଆଉଟ୍ କକରି ମୁମ୍ବାଇକୁ ଆଉ ଏକ ବଡ ଝଟକା ଦେଇଥିଲେ । ଏହା ପରେ ନମନ ଧୀର ଖାତା ମଧ୍ୟ ଖୋଲି ପାରିନଥିଲେ । କ୍ୟାମେରନ୍ ଗ୍ରୀନ୍ ପୁଣିଥରେ ଦୁର୍ଦ୍ଦାନ୍ତ ବୋଲିଂ କରି ମୁମ୍ବାଇକୁ ଚାପରେ ପକାଇଥିଲେ । ଏହି ସମୟରେ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସି ଖେଳର ଗତି ବଦଳାଇବାକୁ ଚେଷ୍ଟା କରିଥିଲେ । ସେ ମାତ୍ର ୬ଟି ବଲରେ ୧୫ ରନ୍ କରି ଦଳକୁ ଆଶା ଦେଇଥିଲେ । କିନ୍ତୁ ସୌରଭ ଦୁବେ ପୁଣିଥରେ ଆକ୍ରମଣ କରି ସୂର୍ଯ୍ୟକୁମାରଙ୍କୁ ପାଭିଲିଅନ୍ ପଠାଇଦେଲେ । ପାୱାରପ୍ଲେ ଶେଷରେ ମୁମ୍ବାଇର ସ୍କୋର ଥିଲା ୪ୱିକେଟରେ ୪୬ ରନ୍ । ସେଠାରୁ ମ୍ୟାଚ୍ ପୂରାପୂରି କେକେଆର ନିୟନ୍ତ୍ରଣରେ ଥିବା ପରି ଲାଗୁଥିଲା । କୋଲକାତାର ବୋଲରମାନେ ଲାଇନ୍ ଏବଂ ଲେନ୍ଥରେ ନିଖୁଣ ବୋଲିଂ କରୁଥିଲେ ଏବଂ ମୁମ୍ବାଇ ବ୍ୟାଟ୍ସମ୍ୟାନମାନଙ୍କୁ ଗୋଟିଏ ମଧ୍ୟ ସହଜ ବଲ ମିଳୁନଥିଲା । ତାପରେ ତିଲକ ବର୍ମା ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦାୟିତ୍ୱ ନେଇ ଇନିଂସକୁ ସମ୍ଭାଳିଥିଲେ । ତିଲକ ବର୍ମା ୩୨ଟି ବଲରେ ୨୦ ରନ୍ କରିଥିଲେ ଏବଂ କଠିନ ପରିସ୍ଥିତିରେ ୱିକେଟ୍ ଧରି ରଖିଥିଲେ । ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ୨୭ଟି ବଲରେ ୨୬ ରନ୍ କରି କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ । କିନ୍ତୁ କେକେଆର ବୋଲରମାନେ ସେମାନଙ୍କୁ ସ୍ୱାଧୀନ ଭାବେ ଖେଳିବାର ସୁଯୋଗ ଦେଉନଥିଲେ । ସୁନୀଲ୍ ନାରିନ୍ ପୁଣିଥରେ ନିଜ ଅଭିଜ୍ଞତାର ଛାପ ଛାଡିଥିଲେ । ସେ ୪ ଓଭରରେ ମାତ୍ର ୧୩ ରନ୍ ଦେଇ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ତାଙ୍କର ଜବରଦସ୍ତ ବୋଲିଂ ମୁମ୍ବାଇକୁ ବଡ ସ୍କୋର ଦିଗରେ ଯିବାରୁ ଅଟକାଇଥିଲା । କ୍ୟାମେରନ୍ ଗ୍ରୀନ୍ ଏବଂ ସୌରଭ ଦୁବେ କାଲିର ମ୍ୟାଚରେ କେକେଆର ପାଇଁ ସବୁଠାରୁ ବଡ ହିରୋ ଥିଲେ । ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ମୁଖ୍ୟ ବ୍ୟାଟ୍ସମ୍ୟାନମାନଙ୍କୁ ଆଉଟ୍ କରି ସେମାନେ ମ୍ୟାଚର ଗତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ । କିନ୍ତୁ ପ୍ରକୃତ ରୋମାଞ୍ଚ ଆସିଥିଲା ଶେଷ ଓଭରଗୁଡିକରେ । ଗୋଟେ ସମୟରେ ଲାଗୁଥିଲା ଯେ ମୁମ୍ବାଇ ୧୩୦ ରନ୍ ମଧ୍ୟ ପହଞ୍ଚିପାରିବ ନାହିଁ । ସେହି ସମୟରେ କର୍ବିନ୍ ବୋଶ୍ କ୍ରିଜକୁ ଆସି ଖେଳର ଚିତ୍ରକୁ ବଦଳାଇଦେଲେ । ସେ ଆରମ୍ଭରୁ ହିଁ ବଡ ବଡ ସଟ୍ ଖେଳିବା ଆରମ୍ଭ କରିଥିଲେ । ମାତ୍ର ୧୮ଟି ବଲରେ ଆପରାଜିତ ୩୨ ରନ୍ କରି ସେ ମୁମ୍ବାଇକୁ ଜୋରଦାର ଫିନିଶ୍ ଦେଇଥିଲେ । ଶେଷ ଓଭରରେ କାର୍ତ୍ତିକ ତ୍ୟାଗୀଙ୍କ ବିପକ୍ଷରେ ଚୋକା ଏବଂ ଛକାର ବର୍ଷା ହୋଇଥିଲା । ସେହି ଓଭରରୁ ୧୯ ରନ୍ ଆସିଥିଲା ଏବଂ କର୍ବିନ୍ ବୋଶ୍ ଶେଷ ପର୍ଯ୍ୟନ୍ତ ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରିଥିଲେ । ଏହି ବିସ୍ଫୋରକ ଶେଷ ଓଭରଗୁଡିକ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୪୭ ରନ୍ କରିପାରିଥିଲା । ଏକ ଏପରି ସ୍କୋର, ଯାହା ଗୋଟିଏ ସମୟରେ ପ୍ରାୟ ଅସମ୍ଭବ ଲାଗୁଥିଲା । ତେବେ ଏହି ମ୍ୟାଚରେ ମୁମ୍ବାଇ ପାଇଁ ସବୁଠାରୁ ପ୍ରଭାବଶାଳୀ ଇନିଂସ କିଏ ଖେଳିଥିଲେ ।



