ଦମଦାର କମବ୍ୟାକ କଲା କେକେଆର
ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ୍ ଦୈଡ ଏବେ ସଂପୂର୍ଣ୍ଣ ନୂଆ ମୋଡ ନେଇଛିା କିଛି ସପ୍ତାହ ପୂର୍ବରୁ ଯେଉଁ ଦଳକୁ ଲୋକମାନେ ପ୍ଲେ ଅଫ୍ ଦୈଡରୁ ପ୍ରାୟ ବାହାର ବୋଲି ଧରିନେଇଥିଲେ , ସେହି ଦଳ ଏବେ ଲଗାତାର ବିଜୟ ସହ ଟୁର୍ଣ୍ଣମେଂଟର ସବୁଠାରୁ ଭୟଙ୍କର ଟିମ ଭାବେ ଉଭା ହୋଇଛିା ସେହି ଦଳ ହେଉଛି କୋଲକତା ନାଇଟ ରାଇଡର୍ସା ଦିଲ୍ଲୀ ବିରୋଧରେ ଆଠ ୱିକେଟର ଧମାକାଦାର ବିଜୟ ସହିତ କେକେଆର ତାର କ୍ରମାଗତ ଚତୁର୍ଥ ବିଜୟ ହାସଲ କରି ସ୍ପଷ୍ଟ କରିଦେଇଛି ଯେ ସେମାନେ ଏବେ ଟ୍ରଫି ପାଇଁ କମ ବ୍ୟାକ କରନ୍ତି । ଏହି ମ୍ୟାଚର ସବୁଠାରୁ ବଡ ହିରୋ ଥିଲେ ନୁ୍ୟଜିଲ୍ୟାଣ୍ଡର ଧ୍ୱଂସାତ୍ମକ ବ୍ୟାଟ୍ସମ୍ୟାନ ଫିନ୍ ଅଲେନା ସେ ଏମିତ ଏକ ଚମକôାର ଇନିଂସ ଖେଳିଥିଲେ ଯେ, ଯାହାକୁ ଦିଲ୍ଲୀ ବୋଲର ମାନେ ଭୁଲି ପାରୁନାହାଁନ୍ତିା ମାତ୍ର ୪୭ ବଲରେ ଶତକ ଏହା ଶହ ୫ ଟି ଚୈକା ଏବଂ ୧୦ ଟି ଛକା ମାରି ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତିା ତାଙ୍କର ଏହି ଖେଳ କେବଳ ଏକ ଶତକ ନଥିଲା , ଏହା ଦିଲ୍ଲୀ ପାଇଁ ଏକ ଚ୍ୟାଲେଂଜା
ଗତକାଲିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲାା ଦିଲ୍ଲୀର ଆରମ୍ଭ ଭଲ ଥିଲାା ପର୍ଥୁମ ନିଶାଙ୍କାଦମଦାର ଅର୍ଧଶତକ ହାସଲ କରିଥିଲୋ ଏବଂ କେଏଲ ରାହୁଲ ମଧ୍ୟ ଭଲ ଷ୍ଟାଇକ ରେଟ ଖେଳି ଦଳରେ ସ୍ଥିରତା ଆଣିଥିଲୋ କିନ୍ତୁ ଏହା ପରେ ଦିଲ୍ଲୀର ମଧ୍ୟକ୍ରମ ପୂରାପୁରି ଭାଙ୍ଗିପଡ଼ିଲା। ବଡ଼ ଶଟ୍ ଖେଳିବାର ଚେଷ୍ଟାରେ ଲଗାତାର ୱିକେଟ୍ ପଡ଼ିବା ଆରମ୍ଭ ହେଲା। ରନ୍ ଗତି ଧୀରେ ଧୀରେ କମିଗଲା ଏବଂ ଦଳ ଚାପରେ ପଡ଼ିଗଲା।
କକଜର ବୋଲରମାନେ ଅସାଧାରଣ ବୋଲିଂ କରିଛନ୍ତିା । ବିଶେଷକରି ସୁନୀଲ ନାରିନ ତାଙ୍କର ସ୍ପିନ୍ ମାୟାରେ ମ୍ୟାଚ୍ର ଦିଗ ବଦଳାଇଦେଲେ। ସେ କେବଳ ୧୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ, କିନ୍ତୁ ତାଙ୍କର ସଠିକ୍ ଲାଇନ୍ ଓ ଲେଙ୍ଗ୍ଥ ଦିଲ୍ଲୀ ବ୍ୟାଟରମାନଙ୍କୁ ଚାପରେ ରଖିଥିଲା। ତାଙ୍କ ସହିତ କାର୍ତ୍ତିକ ତ୍ୟାଗୀ ଏବଂ ଅନୁକୂଳ ରାୟ ମଧ୍ୟ ଜବରଦସ୍ତ ବୋଲିଂ କରିଥିଲେ। ଫଳରେ ଦିଲ୍ଲୀ ସମ୍ପୂର୍ଣ୍ଣ ୨୦ ଓଭରରେ କେବଳ ୧୪୨ ରନ୍ କରିପାରିଲା।
ଯେତେବେଳେ କକଜ ରନ୍ ପିଛା କରିବାକୁ ଲକ୍ଷ ରଖି ଥିବାବେଳେ ଦଳର ଆତ୍ମବିଶ୍ୱାସ ସ୍ପଷ୍ଟ ଦେଖାଯାଉଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ ଆରମ୍ଭରୁ ଦ୍ରୁତ ଗତିରେ ରନ୍ କରିଥିଲେ। ସେ କିଛି ଆକର୍ଷଣୀୟ ଶଟ୍ ଖେଳି ଦଳକୁ ଭଲ ଆରମ୍ଭ ଦେଲେ। କିନ୍ତୁ ତାଙ୍କ ଆଉଟ୍ ହେବା ପରେ ଯାହା ଘଟିଲା, ସେଥିରୁ ମ୍ୟାଚ୍ ପୂରାପୁରି ଏକପକ୍ଷୀୟ ହୋଇଗଲା।
ଫିନ୍ ଆଲେନ୍ ତାଙ୍କ ବ୍ୟାଟ୍ରେ ରନ ବର୍ଷା କରିଚାଲିଲୋ । ପ୍ରତ୍ୟେକ କୋଣକୁ ବଲ୍ ପଠାଇ ସେ ଦିଲ୍ଲୀର ବୋଲରମାନଙ୍କୁ ଅସହାୟ କରିଦେଲେ। ପେସ୍ ବୋଲର ହେଉ କି ସ୍ପିନର—କେହି ତାଙ୍କୁ ରୋକିପାରୁନଥିଲେ। ମିଚେଲ ଷ୍ଟାର୍କ ପରି ଅନୁଭବୀ ବୋଲରଙ୍କୁ ମଧ୍ୟ ସେ ସହଜରେ ବାଉଣ୍ଡାରି ପାର କରାଇଦେଲେ। କୁଲଦୀପ ଯାଦବ ମଧ୍ୟ ତାଙ୍କ ଆକ୍ରମଣରୁ ବଞ୍ଚିପାରିଲେ ନାହିଁ। ପ୍ରତ୍ୟେକ ଓଭରରେ ଚୌକା ଏବଂ ଛକାର ବର୍ଷା ହେଉଥିଲା।
କକଜର ବ୍ୟାଟରମାନଙ୍କ ଆକ୍ରମଣ ଏତେ ତୀବ୍ର ଥିଲା ଯେ ମ୍ୟାଚ୍ କେବଳ ୧୪.୨ ଓଭରରେ ଶେଷ ହୋଇଗଲା। ଛଅ ଓଭର ପୂର୍ବରୁ ଲକ୍ଷ୍ୟ ହାସଲ କରି କକଜ କେବଳ ଦୁଇ ପଏଣ୍ଟ ନୁହେଁ, ବରଂ ଅନ୍ୟ ସମସ୍ତ ଦଳକୁ ଏକ ବଡ଼ ସନ୍ଦେଶ ଦେଲା। ଏହି ଦଳ ଏବେ ଗତି ଧରିଛି, ଏବଂ ପ୍ରମାଣ କରିଛି ଯେତେବେଳେ କକଜ ଫର୍ମ କୁ ଆସୋ ସେମାନଙ୍କୁ ରୋକିବା ଅତ୍ୟନ୍ତ କଠିନ ହୋଇଯାଏ।
ଏହି ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି—ପ୍ରତ୍ୟେକ ମ୍ୟାଚ୍ରେ ନୂଆ ନାୟକ ଉଭା ହେଉଛନ୍ତି। କେବେ ସୁନୀଲ ନାରିନ ବଲ୍ରେ ମ୍ୟାଚ୍ ଜିତାନ୍ତି, କେବେ କ୍ୟାମେରନ୍ ଗ୍ରୀନ୍ ବ୍ୟାଟ୍ରେ ଦଳକୁ ଆଗକୁ ନେଇଯାନ୍ତି, ଆଉ କେବେ ବୋଲରମାନେ ପ୍ରତିପକ୍ଷକୁ ଧ୍ୱଂସ କରନ୍ତି। ଏଥର ଫିନ୍ ଆଲେନ୍ ସମଗ୍ର ବିଶ୍ୱକୁ ଦେଖାଇଦେଲେ ଯେ ସେ କେତେ ଧ୍ୱଂସାତ୍ମକ ବ୍ୟାଟସ୍ମ୍ୟାନ୍। ସ୍ପିନ୍ ଏବଂ ପେସ୍—ଦୁଇ ପ୍ରକାର ବୋଲିଂ ବିରୋଧରେ ତାଙ୍କ ଆକ୍ରମଣାତ୍ମକ ଶୈଳୀ ଦେଖି ଲାଗୁଛି ଯେ ଆଗାମୀ ମ୍ୟାଚ୍ଗୁଡ଼ିକରେ ସେ ଆଉ ଅଧିକ ବିପଦପୂର୍ଣ୍ଣ ହେବେ।
ଅନ୍ୟପଟେ, ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ପରାଜୟ ଗଭୀର ଚିନ୍ତାର କାରଣ। ଦଳର ବ୍ୟାଟିଂରେ ସ୍ଥିରତା ନାହିଁ, ବୋଲିଂରେ ଆତ୍ମବିଶ୍ୱାସ ନାହିଁ, ଏବଂ କ୍ଷେତ୍ରରକ୍ଷଣରେ ମଧ୍ୟ ଉର୍ଜାର ଅଭାବ ଦେଖାଯାଉଛି। ଅଧିନାୟକ ଅକ୍ଷର ପଟେଲ ତାଙ୍କ ସର୍ବୋତ୍ତମ ଚେଷ୍ଟା କରୁଥିଲେ, କିନ୍ତୁ କ୍ରିକେଟ୍ ଏକ ଦଳୀୟ ଖେଳ। ଯଦି ଦିଲ୍ଲୀକୁ ପ୍ଲେଅଫ୍ ଦୌଡ଼ରେ ରହିବାକୁ ହେବ, ତେବେ ସେମାନଙ୍କୁ ଶୀଘ୍ର ପୁନର୍ଗଠନ କରିବାକୁ ପଡ଼ିବ। ନଚେତ୍ ପରିସ୍ଥିତି ତାଙ୍କ ହାତରୁ ସରିଯିବ।



