ବଢିଲା କିଙ୍ଗଖାନଙ୍କ ଅଡୁଆ, KKR ରୁ ବିଦାହେବେ ବଙ୍ଗଳାଦେଶୀ କ୍ରିକେଟର
ଆଇପିଏଲରେ ବାଂଲାଦେଶ ଖେଳାଳୀଙ୍କ ନିଲାମୀକୁ ନେଇ ବିବାଦ ବଢିଚାଲିଥିବାବେଳେ କଥାବାଚକ ଦେବକୀ ନନ୍ଦନଙ୍କ ବୟାନ ଭାରତ ବର୍ଷରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କ୍ରିକେଟପ୍ରେମୀ ଏବେ ନିରାଶ ଅଛନ୍ତିା କିନ୍ତୁ ବର୍ତମାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ବୟାନକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । କିନ୍ତୁ ଏଠି କଥା ଉଠୁଛି ଶାହାରୁଖ ନିଲାମରେ ବାଂଲାଦେଶ ଖେଳାଳୀଙ୍କୁ କିଣିଲେ ସତ କିନ୍ତୁ ଅଲଗା ଫ୍ରାନଚାଇଜି ମାନେ ମଧ୍ୟ ଆଇପିଏଲ-୨୦୨୬ ନିଲାମିରେ ସାମିଲ ହୋଇଥିଲୋ କିନ୍ତୁ କାହିଁକି ଶାହାରୁଖଙ୍କୁ ଏ ବାବଦରେ ଟାର୍ଗେଟ କରାଯାଉଛିା ଶୁଣିବାକୁ ମିଳୁଛି ବିସିସିଆଇ ସହମତିରେ ବାଂଲାଦେଶ ଖେଳାଳୀ ନିଲାମୀରେ ସାମିଲ ହୋଇଛନ୍ତିା ବର୍ତମାନ ଭାରତବର୍ଷରେ ଏହି ବିବାଦଟି ଜୋରସୋରେ ବଢିଚାଲିଛିା ଏବଂ ଏହା ମଧ୍ୟରେ ଉଦ୍ଧବ ଠାକରେ ମଧ୍ୟ ବଡ ବୟାନ ଦେଇଛନ୍ତା କିନ୍ତୁ ବିସିସିଆଇରୁ ବର୍ତମାନ କଡା ନିଦେ୍ର୍ଦଶ ଆସିଛି , ଯାହାକୁ ନେଇ କ୍ରିକେଟପ୍ରେମା ଓ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛିା କିନ୍ତୁ କଣ ଏହି ବିବାଦ ଆସନ୍ତୁ ଜାଣିବା...
ବିଶିଷ୍ଟ କଥାବାଚକ ରାମଭଦ୍ରାଚାର୍ଯ୍ୟ କିଙ୍ଗଖାନଙ୍କୁ ଗଦ୍ଦାର କହିଥିବାବେଳେ ବର୍ତମାନ ଆଇପିଏଲ ନିଲାମୀ ରେ କୋଲକାତା ନାଇଟ ରାଇଡ଼ର୍ସ କୁ ନେଇ ବଢୁଛି ବିବାଦ I କୋଲକାତା ନାଇଟ ରାଇଡ଼ର୍ସ ପାଇଁ ଶାହରୁଖଙ୍କ ବଢ଼ିଲା ଅଡୁଆ I ଆବୁଧାବି ରେ ଆଇପିଏଲ - ୨୦୨୬ ର ମିନି ନିଲାମୀ ସରିଯାଇଛି I କିନ୍ତୁ ଏହା କୋଲକତା ନାଇଟ ରାଇଡ଼ର୍ସ (KKR )ପାଇଁ ବଢ଼ାଇଛି ଚିନ୍ତା I କାରଣ କୋଲକାତା ନାଇଟ ରାଇଡ଼ର୍ସ ର ମାଲିକ ଶାହରୁଖ ଖାଁ ବାଂଲାଦେଶୀ ବାମହାତି ବୋଲର ମୁସ୍ତାଫିଜୁର ରହମାନ ଙ୍କୁ ୯.୨ କୋଟି ରେ କିଣି ବିରୋଧ ର ଶିକାର ହୋଇଛନ୍ତି I ଏପରିକି ତାଙ୍କୁ ଦେଶର ଗଦ୍ଦାର ମଧ୍ୟ ଆକ୍ଷେପ କରାଯାଇଛି I
ଅନ୍ୟପଟେ,ମହାରାଷ୍ଟ୍ରର ଶିବସେନା ଉଦ୍ଧବ ଵାଲା ସାହେବ ଠାକରେ ଏହାକୁ କଡା ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ବାଙ୍ଗଲାଦେଶୀ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦିଆଯାଉଛି ତେବେ ବିରୋଧ ପ୍ରଦର୍ଶନ ହେବ I ସେହିପରି ପାର୍ଟିର ସ୍ପକ୍ସ ପର୍ସନ ଆନନ୍ଦ ଦୁବେ କହିଛନ୍ତି ରାଷ୍ଟ୍ରୀୟ ଭାବନାକୁ ଅଣଦେଖା କରାଯିବ ନାହିଁ I ଯଦି ଶାହରୁଖ ଖାଁ ମୁସ୍ତାଫିଜୁର ରହମାନ ଙ୍କୁ ନିଜ ଦଳରୁ ବାହାର କରିବେ ତେବେ ଶାହରୁଖଙ୍କ ସମସ୍ତେ ଉଚିତ ମାନ୍ୟତା ମିଳିବ, କିନ୍ତୁ ଯଦି ଶାହରୁଖ ପଇସା ଲୋଭରେ ତାଙ୍କୁ ଖେଳାଇବେ ତେବେ ଏହା ଆତଙ୍କବାଦୀଙ୍କୁ ଅଧିକ ପ୍ରୋତ୍ସାହିତ କରିବ I କାରଣ ବଙ୍ଗଳାଦେଶରେ ବର୍ତ୍ତମାନ ସୁଦ୍ଧା ହିନ୍ଦୁ ବିରୋଧୀ ଦଙ୍ଗା ଜାରି ରହିଥିବାବେଳେ ହିନ୍ଦୁ ମାନଙ୍କୁ ସେଠାରେ ହତ୍ୟା କରାଯାଉଛି I ଆମ ଦେଶ ବିରୋଧରେ ସେ ଠାରେ ଚକ୍ରାନ୍ତ କରାଯିବ , ଆମେ କଦାପି ଏହା ହେବାକୁ ଦେବୁ ନାହିଁ I ବଙ୍ଗଳାଦେଶ ଓ ପାକିସ୍ଥାନ ଉଭୟ ଆମର ଶତ୍ରୁ ଦେଶ, ଆମେ ତାଙ୍କୁ ସମ୍ପୂର୍ଣ ବହିଷ୍କାର କରୁଚୁ I
ଜଗଦ୍ଗୁରୁ ସ୍ୱାମୀ ରାମଭଦ୍ରାଚର୍ଯ୍ୟ ବାଙ୍ଗଲାଦେଶୀ ଖେଳାଳି KKR ଟିମ୍ ରେ ସାମିଲ କରିବାକୁ ନେଇ ବିରୋଧ କରିବା ସହିତ ଶାହରୁଖ ଖାଁ ଙ୍କୁ କଡା ସମାଲୋଚନା କରିଛନ୍ତି I ସେ କହିଛନ୍ତି ' ଶାହରୁଖ ନାୟକ ନୁହନ୍ତି, ସେ ଖଳନାୟକ I ସେ ଗଦ୍ଦାର ସହ ସମାନ I ସେପଟେ ଅନ୍ୟ ଜଣେ ଆଧ୍ୟାତ୍ମିକ ଗୁରୁ ଦେବକୀ ନନ୍ଦନ କିଙ୍ଗ ଖାନ ଙ୍କୁ କଡା ସମାଲୋଚନା କରି କହିଛନ୍ତି ସେ ବାଙ୍ଗଲାଦେଶୀ ଖେଳାଳି ଙ୍କୁ କିଣି ବଙ୍ଗଳାଦେଶ କୁ ହିନ୍ଦୁ ବିରୋଧୀ କରାଉଛନ୍ତି I ଯେଉଁ ହିନ୍ଦୁ ମାନଙ୍କୁ ବଙ୍ଗଳାଦେଶରେ ହତ୍ୟା କରାଯାଉଛି ସେମାନଙ୍କ ପରିବାର କୁ ଯଦି ଏହି ୯.୨ କୋଟି ସାହାଯ୍ୟ କରନ୍ତି ତେବେ ଏହା ଭାରତ ପାଇଁ ସମ୍ମାନ ର କଥା ହେବ I 'ଉତର ପ୍ରଦେଶ ର ପୂର୍ବତନ ବିଧାୟକ ସଂଗୀତ ସୋମ ମେରାଟ ଗୋଟିଏ ସାର୍ବଜନିକ କାର୍ଯ୍ୟକ୍ରମରେ ଶାହରୁଖ ଙ୍କୁ ଗଦାର ବୋଲି କହିଛନ୍ତି, ଗୋଟିଏ ପଟରେ ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଉଛି ଅନ୍ୟ ପକ୍ଷରେ ଆଇପିଏଲ ରେ ବାଙ୍ଗଲାଦେଶୀ କ୍ରିକେଟର ଙ୍କୁ କିଣା ଯାଉଛି, ଏଭଳି ଗଦ୍ଦାର ଏହି ଦେଶରେ ରହିବାର କୌଣସି ହକ ନାହିଁ I
ଏହି ବିବାଦ ଭିତରେ ବିସିସିଆଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ଓ ଆଇପିଏଲରୁ ବାଂଲାଦେଶୀ ଖେଳାଳୀଙ୍କୁ ତୁରନ୍ତ ହଟାଇବାପାଇଁ ନିର୍ଦେଶ ଦେଇଛି ଇ ଯାହାକୁ ନେଇ ଚିନ୍ତାରେ ଅଛନ୍ତି କିଙ୍ଗ ଖାଁ ଶାହରୁଖ I



