ତାଇପେଇ ଓପନ: ହାରିଗଲେ କାଶ୍ୟପ, ତନିଶା

ତାଇପେଇ : ପାରୁପଲ୍ଲୀ କାଶ୍ୟପ ଓ ତନିଶା କ୍ରାଷ୍ଟୋଙ୍କୁ ପରାଜୟ ସହ ତାଇପେଇ ଓପନ ବ୍ୟାଡ଼ମିଣ୍ଟନରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି । ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମୁକାବିଲାରେ ତୃତୀୟ ସିଡ କାଶ୍ୟପ ୧୨-୨୧, ୨୧-୧୨, ୧୭-୨୧ ଗେମ୍‌ରେ ମାଲେସିଆର ସଙ୍ଗ ଜୋ ଭେନ୍‌ଙ୍କ ଠାରୁ ହାରିଯାଇଥିଲେ । ଉଭୟଙ୍କ ମଧ୍ୟରେ ୫୫ ମିନିଟର କଡ଼ା ସଂଘର୍ଷ ହୋଇଥିଲା । ତନିଶା ଉଭୟ ମିକ୍ସଡ ଓ ମହିଳା ଡବଲ୍ସରେ ହାରି ଯାଇଛନ୍ତି । ମିକ୍ସଡ ଡବଲ୍ସ କ୍ୱାର୍ଟରଫାଇନାଲରେ […]

Samaya Live Picture
Published On

ତାଇପେଇ : ପାରୁପଲ୍ଲୀ କାଶ୍ୟପ ଓ ତନିଶା କ୍ରାଷ୍ଟୋଙ୍କୁ ପରାଜୟ ସହ ତାଇପେଇ ଓପନ ବ୍ୟାଡ଼ମିଣ୍ଟନରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି । ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମୁକାବିଲାରେ ତୃତୀୟ ସିଡ କାଶ୍ୟପ ୧୨-୨୧, ୨୧-୧୨, ୧୭-୨୧ ଗେମ୍‌ରେ ମାଲେସିଆର ସଙ୍ଗ ଜୋ ଭେନ୍‌ଙ୍କ ଠାରୁ ହାରିଯାଇଥିଲେ ।

ଉଭୟଙ୍କ ମଧ୍ୟରେ ୫୫ ମିନିଟର କଡ଼ା ସଂଘର୍ଷ ହୋଇଥିଲା । ତନିଶା ଉଭୟ ମିକ୍ସଡ ଓ ମହିଳା ଡବଲ୍ସରେ ହାରି ଯାଇଛନ୍ତି । ମିକ୍ସଡ ଡବଲ୍ସ କ୍ୱାର୍ଟରଫାଇନାଲରେ ତନିଶା-ଇଶାନ ଭଟନାଗରଙ୍କ ଯୋଡି ୧୯-୨୧, ୧୨-୨୧ ଗେମ୍‌ରେ ମାଲେସିଆର ହୋ ପାଙ୍ଗ ରନ୍‌ ଏବଂ ଥୋ ଇ ୱିଙ୍କ ଠାରୁ ହାରିଯାଇଥିଲେ । ଏହି ମୁକାବିଲା ୩୨ ମିନିଟ୍‌ ହୋଇଥିଲା । ୧୯ ବର୍ଷୀୟା ଦୁବାଇରେ ଜନ୍ମିତ ତନିଶା ମହିଳା ଡବଲ୍ସରେ ଶ୍ରୁତି ମିଶ୍ରଙ୍କୁ ସାଥୀ କରି ମହିଳା ଡବଲ୍ସ କ୍ୱାର୍ଟରଫାଇନାଲ ରଣାଙ୍ଗନକୁ ଓହ୍ଲାଇଥିଲେ ।

ଭାରତୀୟ ଯୋଡି ଏକ ଘଣ୍ଟା ସଂଘର୍ଷ କରି ୧୬-୨୧, ୨୨-୨୦, ୧୮-୨୧ ଗେମ୍‌ରେ ହଂକଂର ଷଷ୍ଠ ସିଡ ନାଙ୍ଗ ସୁଜ ୟାଓ ଓ ସାଙ୍ଗ ହି ୟାଙ୍ଗ’ଙ୍କ ନିକଟରୁ ପରାଜିତ ହୋଇଥିଲେ । ଏଥିସହ ଚଳିତ ମୁକାବିଲାରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି ।