ମିଜୋରାମର ସୁନା ପୁଅ ଜେରେମୀ ଲାଲରିନୁଙ୍ଗା
ବର୍ମିଂହାମ : ମିଜୋରାମ ଆଇଜୱାଲର ୧୯ ବର୍ଷୀୟ ଜେରେମୀ ଲାଲରିନୁଙ୍ଗା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱପ୍ନ ସାକାର କରିଛନ୍ତି । ପୁରୁଷ ୬୭ କିଲୋଗ୍ରାମ୍ ଭାରୋତ୍ତୋଳନରେ ସେ ସ୍ୱର୍ଣ୍ଣ ଜିତି ଦୁଇଟି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ୩୦୦ କିଲୋଗ୍ରାମ ଭାର ଉଠାଇ ଏହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସ୍ନାଚରେ ୧୪୦ କିଲୋଗ୍ରାମ ଏବଂ କ୍ଲିନ୍ ଓ ଜର୍କରେ ୧୬୦ କିଲୋଗ୍ରାମ୍ ଭାର ଉଠାଇ ଦୁଇଟି ରେକର୍ଡ କରିଛନ୍ତି । ଭାରୋତ୍ତୋଳନରେ […]
ବର୍ମିଂହାମ : ମିଜୋରାମ ଆଇଜୱାଲର ୧୯ ବର୍ଷୀୟ ଜେରେମୀ ଲାଲରିନୁଙ୍ଗା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱପ୍ନ ସାକାର କରିଛନ୍ତି । ପୁରୁଷ ୬୭ କିଲୋଗ୍ରାମ୍ ଭାରୋତ୍ତୋଳନରେ ସେ ସ୍ୱର୍ଣ୍ଣ ଜିତି ଦୁଇଟି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ୩୦୦ କିଲୋଗ୍ରାମ ଭାର ଉଠାଇ ଏହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

ସ୍ନାଚରେ ୧୪୦ କିଲୋଗ୍ରାମ ଏବଂ କ୍ଲିନ୍ ଓ ଜର୍କରେ ୧୬୦ କିଲୋଗ୍ରାମ୍ ଭାର ଉଠାଇ ଦୁଇଟି ରେକର୍ଡ କରିଛନ୍ତି । ଭାରୋତ୍ତୋଳନରେ ବେଳେ ତାଙ୍କୁ ଆଘାତ ଲାଗିଥିଲେ ହେଁ ପଦକ ଗ୍ରହଣ ଉସିବରେ ସେ ସମ୍ପୂର୍ଣ୍ଣ ଫିଟ୍ ନଜର ଆସିଥିଲେ ।

ଏହି ଓଜନ ବର୍ଗରେ ସାମୁଆ ଖେଳାଳି ଭାଇପୋଭା ଲୋଆନୀ ରୌପ୍ୟ ଏବଂ ନାଇଜେରିଆର ଏଡିଅଙ୍ଗ ଉମୋଓଆଫିଆ ବ୍ରୋଞ୍ଜ ପଦକ ଜିତିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ଚମକ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକକୁ ମିଶାଇ ମୋଟ୍ ୫ଟି ପଦକ ହସ୍ତଗତ ହୋଇଛି ।
୨୦୧୮ ୟୁଥ ଅଲିମ୍ପିକ୍ସରେ ଲାଲରିନୁଙ୍ଗା ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣିମ ସଫଳତା ପାଇଁ ଜେରେମୀ ଲାଲରିନୁଙ୍ଗାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଐତିହାସିକ ପଦକ ସଫଳତା ଦେଶର କୋଟି କୋଟି ଜନତାଙ୍କ ପାଇଁ ଗୌରବ ଆଣିଦେଇଛି ।

ଅନେକ ନବାଗତ ପାଇଁ ଏହା ପ୍ରେରଣା ସାଜିବ ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇବା ସହ ଆମ ଯୁବଶକ୍ତି ଇତିହାସ ରଚିଛନ୍ତି । ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡା ପଦାର୍ପଣରେ ସ୍ୱର୍ଣ୍ଣିମ ସଫଳତା ଲାଲରିନୁଙ୍ଗାଙ୍କ ଅସଲ ଦକ୍ଷତାର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।




