ଜୟ ଶାହ ୨ୟ ଥର ପାଇଁ ଆଇସିସି ଚେୟାରମ୍ୟାନ ନିର୍ବାଚିତ

ଜୟ ଶାହ ୨ୟ ଥର ପାଇଁ ଆଇସିସି ଚେୟାରମ୍ୟାନ ନିର୍ବାଚିତ
Samaya Live News Picture
Published On

ମୁମ୍ବାଇ : ୨ୟ ଥର ପାଇଁ  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ର ଚେୟାରମ୍ୟାନ ହେଲେ ଜୟ ଶାହ । ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ନିର୍ଦ୍ୱନ୍ଦ୍ୱରେ ପୁନଃନିର୍ବାଚିତ ହୋଇଛନ୍ତି । ନିର୍ଦ୍ଦେଶକମାନଙ୍କ ବୋର୍ଡ ମିଟିଂରେ  ଆସନ୍ତା ଦୁଇ ବର୍ଷ ପାଇଁ ଜୟ ଶାହ କାର୍ଯ୍ୟକାଳ ନୃଦ୍ଧି କରାଯାଇଛି । ଏହି ପଦବୀ ପାଇଁ ଜୟ ଶାହ ଏକମାତ୍ର ପ୍ରାର୍ଥୀ ଥିବାରୁ କୌଣସି ନିର୍ବାଚନର ଆବଶ୍ୟକତା ପଡ଼ିନଥିଲା ଏବଂ ICC ବୋର୍ଡ ପକ୍ଷରୁ ସର୍ବସମ୍ମତି କ୍ରମେ ତାଙ୍କୁ ପୁନଃନିଯୁକ୍ତି ଦିଆଯାଇଛି ।

ସୂଚନାନୁସାରେ, ୩୮ ବର୍ଷୀୟ ଶାହ ୨୦୨୪ ଡିସେମ୍ବର ୧ ତାରିଖରେ ପ୍ରଥମ ଥର ପାଇଁ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କର ଏହି ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ୨୦୨୭ ଦିନିକିଆ ବିଶ୍ୱକପ୍ ଏବଂ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟର ପ୍ରତ୍ୟାବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ଆୟୋଜିତ ହେବ ।

ପୁନଃନିର୍ବାଚିତ ହେବା ପରେ ସେ ସମସ୍ତ ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଶ୍ୱସ୍ତରରେ କ୍ରିକେଟର ପ୍ରସାର କରିବା ଏବଂ ୨୦୨୮ ଅଲିମ୍ପିକ୍ସ ମାଧ୍ୟମରେ ନୂଆ ଦର୍ଶକଙ୍କ ନିକଟରେ ଏହି ଖେଳକୁ ପହଞ୍ଚାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।

 

Tags: