ଆଇପିଏଲ ୨୦୨୬-ରୋହିତ-ରିକେଲଟନ୍ ଙ୍କ ଦମଦାର ପ୍ରଦର୍ଶନ
ଆଇପିଏଲ ୨୦୨୬ର ଦ୍ୱିତୀୟ ଦିନର ମ୍ୟାଚ୍ ସାଧାରଣ ଆଇପିଏଲ ମ୍ୟାଚ୍ ନଥିଲା । ଏହା ଥିଲା ଏକ ରନ୍ ଝଡ, ଏକ ହାଇଭୋଲ୍ଟେଜ୍ ଥ୍ରିଲର୍, ଯେଉଁଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ପଡିଆରେ ହୋଇଥିବା ଯୁଦ୍ଧ ଦର୍ଶକଙ୍କ ହୃଦୟର ସ୍ପନ୍ଦନ ବଢାଇଦେଇଥିଲା । ୨୨୧ ରନ୍ ର ବିଶାଳ ଲକ୍ଷ , ଷ୍ଟାଡିୟମ୍ ରେ ଚାଲିଥିଲା ଏମିତି ଏକ ଯୁଦ୍ଧ ଯେଉଁଠାରେ ପ୍ରତ୍ୟେକ ବଲ୍ ନେଇ ନୂତନ କାହାଣୀ ଲେଖାଯାଉଥିଲା । କିନ୍ତୁ ପ୍ରଶ୍ନ ହେଉଛି ଏତେ ବଡ ଟାର୍ଗେଟ୍ କେମିତି ଚେସ୍ ହେଲା ? କିଏ ଥିଲେ ସେଇ ହିରୋ ଯିଏ ମ୍ୟାଚର ଦିଗକୁ ପୁରାପୁରି ବଦଳାଇଦେଲେ ? ଆସନ୍ତୁ ଜାଣିବା ଏହି ରୋମାଞ୍ଚକର ମ୍ୟାଚର ସମ୍ପୂର୍ଣ୍ଣ କାହାଣୀ ।
ଆଇପିଏଲ- ୨୦୨୬ ସତରେ ଏକ ହାଇ ଭୋଲଟେଜ୍ ଥ୍ରିଲର୍ ଥିଲା । ଯେଉଁଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହୋଇଥିବା ମୁକାବିଲା ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ଜୋରଦାର ଆରମ୍ଭ କରିଥିଲେ । ଅଧିନାୟକ ଅଜିଙ୍କ୍ୟ ରାହାଣେ ଆରମ୍ଭରୁ ଆକ୍ରମଣାତ୍ମକ ଭାବରେ ଖେଳି ୪୦ ବଲ୍ ରେ ୬୭ ରନ୍ କରିଥିଲେ । ତାଙ୍କୁ ସାଥ୍ ଦେଇ ଫିନ୍ ଆଲେନ୍ ୧୭ ବଲ୍ ରେ ୩୭ ରନ୍ କରି ଦଳକୁ ଏକ ଦ୍ରୁତ ଗତି ଦେଇଥିଲେ । ମଧ୍ୟମ କ୍ରମରେ ଅଙ୍ଗକୃଷ୍ଣ ରଘୁବଂଶୀ ୨୯ ବଲ୍ ରେ ୫୧ ରନ୍ କରି ଇନିଂସକୁ ଆଗକୁ ନେଇଥିଲେ । ଯେଉଁଥିରେ ଶେଷରେ ରିଙ୍କୁ ସିଂ ୨୧ ବଲ୍ ରେ ୩୩ ରନ୍ କରି ଦଳକୁ ଶକ୍ତିଶାଳୀ ସମାପ୍ତି ଦେଇଥିଲେ । ଏହାର ଫଳରେ କୋଲକାତା ୨୦ ଓଭରରେ ୨୨୦ ରନ୍ ର ବିଶାଳ ସ୍କୋର୍ ଠିଆ କରିଥିଲା । ବୋଲିଂରେ ସାର୍ଦୁଲ୍ ଠାକୁର୍ ୩ଟି ୱିକେଟ୍ ନେଇଥିଲେ । ଯେତେବେଳେ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ମଧ୍ୟ ସଫଳତା ମିଳିଥିଲା । କିନ୍ତୁ ଅନ୍ୟ ବୋଲରମାନେ ଅଧିକ ରନ୍ ଦେଇଥିଲେ । ୨୨୧ ରନ୍ ର ବଡ ଲକ୍ଷ୍ୟ ପିଛା କରିବାକୁ ଆସି ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ହିଁ ଆକ୍ରମଣ କରିଥିଲା । ରୋହିତ ଶର୍ମା ୩୮ ବଲ୍ ରେ ବିସ୍ଫୋରକ ୭୮ ରନ୍ କରି ମ୍ୟାଚ୍ ର ଦିଗ ବଦଳାଇଦେଲେ । ତାପରେ ମ୍ୟାଚ୍ ର ମୁଖ୍ୟ ହିରୋ ହେଲେ ରାୟନ୍ ରିକେଲଟନ୍ । ଯିଏ ୪୩ ବଲ୍ ରେ ଶାନଦାର ୮୧ ରନ୍ କରି କୋଲକାତାର ବୋଲିଂ ଲାଇନ୍କୁ ପୂରାପୁରି ଧ୍ୱସ୍ତ କରିଥିଲେ । ତାଙ୍କ ଇନିଂସ ମ୍ୟାଚ୍ ର ଟର୍ନିଂ ପଏଣ୍ଟ୍ ହେଇଥିଲା । ଶେଷ ଦିନରେ ସୂର୍ଯ୍ୟକୁମାର ୟାଦବ୍, ତିଲକ୍ ବର୍ମା ଏବଂ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ଛୋଟ କିନ୍ତୁ ଦ୍ରୁତ ଇନିଂସ ଖେଳି ଦଳକୁ ଲକ୍ଷ୍ୟରେ ପହଞ୍ଚାଇଦେଲେ । ମୁମ୍ବାଇ ୧୯.୧ ଓଭରରେ ୬ ଟି ୱିକେଟ୍ ହାତରେ ରଖି ଏହି ବଡ ଲକ୍ଷ୍ୟ ହାସଲ କରିଥିଲା । ଏହି ମ୍ୟାଚର ମୁଖ୍ୟ ମୋଡ ଥିଲା ରୋହିତ ଶର୍ମା ଓ ରାୟନ୍ ରିକେଲଟନ୍ଙ୍କ ମଧ୍ୟରେ ହୋଇଥିବା ଦମଦାର ଭାଗୀଦାରୀ , ଯାହା ମ୍ୟାଚକୁ ମୁମ୍ବାଇ ପକ୍ଷକୁ ଘୁଞ୍ଚାଇଦେଲା । ଅନ୍ୟପଟେ କୋଲକାତାର ବୋଲିଂ ବହୁତ ଦୁର୍ବଳ ପ୍ରମାଣିତ ହୋଇଥିଲା । ବୈଭବ ଅରୋରା, ବରୁଣ ଚକ୍ରବର୍ତ୍ତି ଏବଂ ସୁନିଲ ନାରିଣ ଅଧିକ ରନ୍ ଦେଇଥିଲେ । ଯାହା ଦଳ ପାଇଁ ଭାରୀ ପଡିଥିଲା । ସମଗ୍ର ମ୍ୟାଚରେ ତିନୋଟି ମୁଖ୍ୟ କାରଣ ମୁମ୍ବାଇ ବିଜୟରେ ଦେଖିବାକୁ ମିଳିଲା । ପ୍ରଥମ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ଆରମ୍ଭ, ଦ୍ୱିତୀୟ ରାୟନ୍ ରିକେଲଟନ୍ଙ୍କ ମ୍ୟାଚ୍ ଲଢୁଆ ଇନିଂସ ଏବଂ ତୃତୀୟ, ଶେଷରେ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଶାନ୍ତ ଓ ସମୟୋଚିତ ବ୍ୟାଟିଂ । ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ହାଇ ସ୍କୋରିଂ ମ୍ୟାଚରେ ୬ ୱିକେଟରେ ଜିତି ଦର୍ଶକମାନଙ୍କୁ ଏକ ସ୍ମରଣୀୟ କ୍ରିକେଟ୍ ମୁହୂର୍ତ୍ତ ଉପହାର ଦେଇଥିଲା ।



