ଆଇପିଏଲ ୨୦୨୬ ,ଦାମୀ ଖେଳାଳି କିଏ?
ଓଡିଆ ଖେଳାଳିଙ୍କୁ ନେଲା କିଏ? କାହା ଉପରେ ବର୍ଷୁଛି ଟଙ୍କା ,କିଏ ମାଲାମାଲ ତ ଆଉ କିଏ ହତାଶ । ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାକୁମ୍ଭ ୭ ଖେଳାଳୀଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ତେବେ ଓଡ଼ିଆ ଖେଳାଳିଙ୍କୁ ନବ କିଏ ଆସନ୍ତୁ ଜାଣିବା ।
ଆଇପିଏଲ ନିଲାମ ସରିଯାିଇଛି ସତ କିନ୍ତୁ କିଏ ଦୁଖରେ ଅଛି ତ କାହା ଘରେ ମିଠା ବଣ୍ଟା ହେଉଛି । ଭାଗ୍ୟ ଯେତେବେଳେ ସାଥ ଦେବ ରାତି ପାହିଲେ ସେ କୋଟିପତି ହେଇଯିବେ । ଏଭଳି କିଛି ଘଟଣା ଚଳିତ ଆଇପିଏଲରେ ଦେଖିବାକୁ ମିଳିଚି । ଆଇପିଏଲ ର ମିନି ନିଲାମୀ ଆବୁଧାବିରେ ଅନୁଷ୍ଠିତ ହୋଇ ଯାଇଛି । ସମସ୍ତ ୧୦ ଟି ଫ୍ରାଞ୍ଚାଇଜର ନିଲାମୀ ସମ୍ପୂର୍ଣ ହୋଇ ସାରିଛି । ୧୦ ଟି ଫ୍ରାଞ୍ଚାଇଜ ର ସର୍ବମୋଟ ୭୭ ସ୍ଲଟ ରେ ନିଲାମୀ ହୋଇ ସାରିଛି । ଚଳିତବର୍ଷ ଓଚଖ ରେ ସବୁଠୁ ଅଧିକ ଅର୍ଥ ବିନିଯୋଗ କରିଚି କୋଲକାତା ନାଇଟ ରାଇଡ଼ର୍ସ, ନିଲାମୀ ପାଇଁ କୋଲକାତା ନାଇଟ ରାଇଡ଼ର୍ସ ନିକଟରେ ୬୪.୩ କୋଟି ଟଙ୍କା ରହିଥିଲା । ଏବଂ ସବୁଠୁ କମ ଅର୍ଥ ବିନିଯୋଗ କରିଥିଲା ମୁମ୍ବାଇ ଇଣ୍ଡିଅନ୍ସ । ଏହି ମିନି ଅକ୍ସନ ରେ ୧୩୫୦ ଖେଳାଳି ନାମ ରେଜିଷ୍ଟାର କରିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ସର୍ଟ ଲିଷ୍ଟ କରାଯାଇ ଥିଲା । ୧୦ ଟି ଟିମ ଙ୍କ ନିକଟରେ ୨୩୭.୫୫ କୋଟି ଟଙ୍କାର ପର୍ଶ ରହିଛି ।
୨୦୨୬ ଆଇପିଏଲ ରେ ସ୍ଥାନ ପାଇଥିବା ୭ ଜଣ ଦାମୀ ଖେଳାଳି ଙ୍କ ତାଲିକା ପ୍ରକାଶ ପାଇ ଯାଇଛି । ଏହି ତାଲିକାରେ ସବୁଠୁ ଅଧିକ ମୂଲ୍ୟ ରେ ନିଲାମ ହୋଇଛନ୍ତି ଅଷ୍ଟ୍ରେଲିଆ ର ଅଲ ରାଉଣ୍ଡର କାମେରୁନ ଗ୍ରୀନ । ଯାହାଙ୍କୁ କୋଲକାତା ନାଇଟ ରାଇଡ଼ର୍ସ୍ ତାଙ୍କୁ ୨୫ କୋଟି ୨୦ ଲକ୍ଷରେ କିଣିଛି । କାମେରୁନ ଆଇପିଏଲ ଇତିହାସ ରେ ସବୁଠୁ ଅଧିକ ଦାମୀ ବିଦେଶୀ ଖେଳାଳୀ ଭାବରେ ସ୍ଥାନ ପାଇଥିଲେ । ଏହାଛଡା କୋଲକାତା ନାଇଟ ରାଇଡ଼ର୍ସ ଶ୍ରୀଲଙ୍କା ର ଦ୍ରୁତ ତମ ବୋଲର ମଥିଶା ପଥିରାନା ଙ୍କୁ ୧୮ କୋଟି ଟଙ୍କାରେ କିଣିଛି । ୧ ନମ୍ବର ରେ ରହିଛନ୍ତି କେମରୁନ ଗ୍ରୀନ। କାମେରୁନ ଙ୍କୁ ଚେନ୍ନାଇ ସୁପର କିଂଗ୍ସ ୨୫ କୋଟି ପର୍ଯ୍ୟନ୍ତ ନିଲାମୀ ଡାକି ଥିଲା କିନ୍ତୁ କେକେଆର ୨୫ କୋଟି ୨୦ ଲକ୍ଷରେ କିଣିଲା । ୨ ନମ୍ବର ରେ ଅଛନ୍ତି ଶ୍ରୀଲଙ୍କା ର ଦୃତତମ ବୋଲର ମାଥିଶା ପଥିରାନା ଙ୍କୁ କେକେଆର ୧୮ କୋଟି ରେ କିଣିଛି । ମାଥିଶା IPL ଇତିହାସ ରେ ଶ୍ରୀଲଙ୍କାର ସବୁଠୁ ଅଧିକ ମୂଲ୍ୟ ରେ ନିଲାମ ହୋଇଥିବା ଖେଳାଳୀ ଅଟନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ପ୍ରଶାନ୍ତ ବୀର I ଯାହାଙ୍କୁ CSK ୧୪ କୋଟି ୨୦ ଲକ୍ଷରେ କିଣିଛି , ଚେନାଇ ସୁପର କିଙ୍ଗସ କୁ ରବିନ୍ଦ୍ର ଜାଡେଜା ଙ୍କ ପରେ ଏଭଳି ଜଣେ ବାମ ହାତି ଅଲରାଉଣ୍ଡର ଙ୍କ ର ଆବଶ୍ୟକତା ଥିଲା । ଯେବେକି ପ୍ରଶାନ୍ତ ବୀର ଙ୍କ ର ବେସ ପ୍ରାଇସ୍ ୩୦ ଲକ୍ଷ ଥିଲା । ଚତୁର୍ଥ ସ୍ଥାନରେ ରହିଛନ୍ତି କାର୍ତ୍ତିକ ଶର୍ମା ରହିଛନ୍ତି , ଯାହାଙ୍କୁ CSK ୧୪ କୋଟି ୨୦ ଲକ୍ଷରେ କିଣିଛି । କାର୍ତ୍ତିକ ଶର୍ମା ଙ୍କୁ ନେଇ ଚେନ୍ନାଇ ସୁପର କିଂଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡାକଡି ଟକ୍କର ହୋଇଥିଲା । ହାଇଦ୍ରାବାଦ ୧୪ କୋଟି ବୋଲି ଲଗାଇଥବା ବେଳେ ଚେନାଇ ସୁପର କିଂଗ୍ସ ୧୪ କୋଟି ୨୦ ଲକ୍ଷରେ କିଣିଥିଲା । ପଞ୍ଚମ ଖେଳାଳୀ ହେଲେ ଆକିବ ଦାର , ଯାହାଙ୍କୁ ଆଇପିଏଲ ଅକ୍ସନ ରେ ଦାମୀ ଖେଳାଳୀ ରେ ସାମିଲ କରାଯାଇଛି । ଆକିବଙ୍କ ର ବେସ ପ୍ରାଇସ ୩୦ ଲକ୍ଷ ଥିଲା , କିନ୍ତୁ ତାଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲସ ସହିତ ସନରାଇଜର୍ସ୍ ହାଇଦ୍ରାବାଦ ବୋଲି ଡାକୁଥିଲା । ତେବେ ହାଇଦ୍ରାବାଦ ର ଶେଷ ପ୍ରାଇସ ଥିଲା ୮ କୋଟି ୨୦ ଲକ୍ଷ । କିନ୍ତୁ ୮ କୋଟି ୪୦ ଲକ୍ଷରେ ଦିଲ୍ଲୀ କ୍ୟାପିଟାଲସ କିଣିଥିଲା । ୬ ଷ୍ଠ ଖେଳାଳୀ ହେଲେ ରବି ବିଷ୍ଣୋଇ । ରବି ବିଷ୍ଣୋଇ ଙ୍କ ବେସ ପ୍ରାଇସ ଥିଲା ୨ କୋଟି । ରାଜସ୍ଥାନ ରୟଲସ ତାଙ୍କୁ ୭ କୋଟି ୨୦ ଲକ୍ଷରେ କିଣିଛନ୍ତି । ୨୫ ବର୍ଷୀୟ ରବି ବିଷ୍ଣୋଇ ୪ ଟି ସଂସ୍କରଣ ରୁ ଲକ୍ଷ୍ନୌ ଜଏଣ୍ଟ ସୁପର ଖେଳି ସାରିଛନ୍ତି । ରାଜସ୍ଥାନ ରୟାଲ୍ସ ତାଙ୍କର ତୃତୀୟ ଦଳ । ୭ ମ ଖେଳାଳୀ ହେଲେ ଭେଙ୍କଟେସ ଆୟାର । ଆଇପିଏଲ ୨୦୨୬ ରେ ଭେଙ୍କଟେସ ଆୟାର ଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ କୋଟି ରେ କିଣିଛି । ଗତବର୍ଷ ତାଙ୍କର ମୂଲ୍ୟ ଥିଲା ୨୩ କୋଟି ୭୫ ଲକ୍ଷ । କିନ୍ତୁ ୨୦୨୬ ଆଇପିଏଲ ରେ ୭ କୋଟି ହୋଇଛି । କିନ୍ତୁ ଦୁଃଖର ବିଷୟ ଏହିକି ଯେ ଘରୋଇ ପିଚରେ ବଲ ସ୍କୋର ନଥିବା ହେତୁ ଓଡିଆ ଖେଳାଳୀଙ୍କୁ ଏପର୍ଯ୍ୟନ୍ତି ବେଷ୍ଟ ପ୍ରାଇସରେ କେହି ନେଇ ନାହାନ୍ତି ।




