ଘୋଷଣା ହେଲା ଆଇପିଏଲ୍ରେ ଖେଳାଳୀଙ୍କ ନିଲାମ ତାରିଖ: କେଏଲ୍ ରାହୁଲଙ୍କୁ ମିଳିଲା ୨୦ କୋଟିର ଅଫର୍
ଦିଲ୍ଲୀ: ଡିସେମ୍ବର ୨୩: ଇଣ୍ଡିଆନ୍ ପ୍ରିମିୟମ ଲିଗ୍(ଆଇପିଏଲ୍)ରେ ଖେଳାଳୀଙ୍କ ମେଗା ଅକ୍ସନ ବା ନିଲାମ ତାରିଖର ଘୋଷଣା ହୋଇଛି । ବେଙ୍ଗାଲୁରୁଠାରେ ଆସନ୍ତା ମାସ ଫେବୁଆରୀ ୧୧, ୧୨ ଏବଂ ୧୩ ତାରିଖରେ କେଉଁ ଟିମ୍ କେଉଁ ଦିଗ୍ଗଜ ଖେଳାଳୀଙ୍କୁ କିଣିବେ, ତାହାର ନାମ ତାଲିକା ଘୋଷଣା ହେବ । ଆଇପିଏଲ୍ ସିଜନ୍ ୧୫ରେ ଭାଗ ନେବାକୁ ଥିବା ଟିମ୍ମାନେ ଆଗୁଅ ଖେଳାଳୀଙ୍କ ନାମ ତାଲିକା ପ୍ରସ୍ତୁତ କରିଥିବା ନେଇ ସୂଚନା ମିଳିଛି । ଏଥର ଆଇପିଏଲ୍-୨୦୨୨ରେ […]
ଦିଲ୍ଲୀ: ଡିସେମ୍ବର ୨୩: ଇଣ୍ଡିଆନ୍ ପ୍ରିମିୟମ ଲିଗ୍(ଆଇପିଏଲ୍)ରେ ଖେଳାଳୀଙ୍କ ମେଗା ଅକ୍ସନ ବା ନିଲାମ ତାରିଖର ଘୋଷଣା ହୋଇଛି । ବେଙ୍ଗାଲୁରୁଠାରେ ଆସନ୍ତା ମାସ ଫେବୁଆରୀ ୧୧, ୧୨ ଏବଂ ୧୩ ତାରିଖରେ କେଉଁ ଟିମ୍ କେଉଁ ଦିଗ୍ଗଜ ଖେଳାଳୀଙ୍କୁ କିଣିବେ, ତାହାର ନାମ ତାଲିକା ଘୋଷଣା ହେବ । ଆଇପିଏଲ୍ ସିଜନ୍ ୧୫ରେ ଭାଗ ନେବାକୁ ଥିବା ଟିମ୍ମାନେ ଆଗୁଅ ଖେଳାଳୀଙ୍କ ନାମ ତାଲିକା ପ୍ରସ୍ତୁତ କରିଥିବା ନେଇ ସୂଚନା ମିଳିଛି ।
ଏଥର ଆଇପିଏଲ୍-୨୦୨୨ରେ ୮ ଜଣ ଟିମ୍ଙ୍କ ପରିବର୍ତ୍ତେ ୧୦ଟି ଟିମ୍ ଭାଗ ନେବେ । ଗୋଏଙ୍କା ଗ୍ରୁପ୍ର ଏକ ଟିମ୍ ମଧ୍ୟ ଏଥିରେ ସାମିଲ ହେଉଛି । ଆସନ୍ତା ଆଇପିଏଲ୍ର ଖେଳର ଆୟୋଜନ ଭାରତରେ ହେବ ବୋଲି ବିସିସିଆଇ ପକ୍ଷରୁ ମୂଚନା ମିଳିଛି । ଅନ୍ୟପକ୍ଷରେ ଏହି ନିଲାମ ପୂର୍ବରୁ ଖେଳାଳୀଙ୍କ ମତ ନିଆଯିବ । ଦେଶରେ କୋଭିଡ ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ଏହି ନିଲାମ ତାରିଖ ଘୋଷଣା ହୋଇଛି ।
ଭେଙ୍କଟେଶ ଆୟାର ଏବଂ ସନ୍ରାଇଜ ହାଇଦ୍ରାବାଦର ଖେଳାଳୀ ଉମରାନ ମଲିକ ଏଥର ୩୯ ଗୁଣରୁ ଅଧିକ ଟଙ୍କାରେ ଯାଇପାରନ୍ତି । ବିଶେଷ ଖବର ହେଲା, କେଏଲ୍ ରାହୁଲଙ୍କୁ ଲକ୍ଷ୍ମୌ ଟିମ୍ ନିଜ ଦଳରେ ସାମିଲ କରିବା ପାଇଁ ୨୦ କୋଟି ଟଙ୍କାର ଅଫର୍ ଦେଇଛି । ଏହାପୂର୍ବରୁ ୨୦୧୮ ପଞ୍ଜାବ କିଙ୍ଗ ଦଳ ରାହୁଲଙ୍କୁ ୧୧ କୋଟିର ଅଫର୍ ଦେଇଥିଲା । ରାହୁଲଙ୍କ ଚମତ୍କାର ପ୍ରଦର୍ଶନକୁ ଦେଖି କେତେକ ବଡ଼ ବଡ଼ କମ୍ପାନୀ ତାଙ୍କୁ ନିଜ ଟିମ୍ରେ ସାମିଲ କରିବାକୁ ଚାହୁଁଛନ୍ତି । ଯଦି ରାହୁଲ ଲକ୍ଷ୍ମୌର ଅଫର୍କୁ ଗ୍ରହଣ କରନ୍ତି , ତେବେ ସେ ଆଇପିଏଲ୍ର ସବୁଠାରୁ ମହଙ୍ଗା ଖେଳାଳୀ ହେବେ ।
ରାହୁଲଙ୍କ ବ୍ୟତିତ ରବିନ୍ଦ୍ର ଜାଡ଼େଜା, ରୋହିତ ଶର୍ମା ଏବଂ ଋଷଭ ପନ୍ତଙ୍କୁ ୧୬ କୋଟିର ଅଫର୍ ମିଳିଛି । ବିରାଟ କୋହଲିଙ୍କୁ ୧୫ କୋଟି, କେନ୍ ବିଲିଅମସନ୍ଙ୍କୁ ୧୪ କୋଟି, ସଞ୍ଜୁ ସେମସମ୍ଙ୍କୁ ୧୪ କୋଟି, ମୟଙ୍କ ଅଗ୍ରୱାଲ, ଆନ୍ଦ୍ରେ ରସେଲ, ଏମ୍ଏସ୍ ଧୋନୀ, ଏବଂ ଜସପ୍ରୀତ୍ ବୁମରାହଙ୍କୁ ୧୨ କୋଟିର ଅଫର୍ ମିଳିଛି । ସେହିପରି ଗ୍ଲେନ୍ ମୈକ୍ସବେଲଙ୍କୁ ୧୧ କୋଟି ଏବଂ ଜେସ୍ ବଟଲରଙ୍କୁ ୧୦ କୋଟିର ଅଫର୍ ମିଳଥିବା ସୂଚନା ମିଳିଛି ।




