ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା,ବାଦ ପଡିଲେ ଶୁଭମନ୍‌ ଗିଲ୍‌

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା,ବାଦ ପଡିଲେ ଶୁଭମନ୍‌ ଗିଲ୍‌
Samaya Live News Picture
Published On

ନୂଆଦିଲ୍ଲୀ :  ICC  ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ । ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । 

ତାଲିକାରେ ସଞ୍ଜୁ ସାମସନ ଓ ଈଶାନ କିଶନ ଦୁଇ ୱିକେଟ କିପର ଭାବେ ଘୋଷଣା ହୋଇଛନ୍ତି । ଟିମରେ ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଦଳରେ ସ୍ଥାନ ପାଇଛନ୍ତି ।

ଏହି ମ୍ୟାଚ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ ଏବଂ ଭାରତୀୟ ଦଳ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି, ସେମାନଙ୍କୁ ଚାରିଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତୀୟ ଦଳ ଗ୍ରୁପ A ରେ ଅଛି, ଯେଉଁଥିରେ ନାମିବିଆ, ନେଦରଲ୍ୟାଣ୍ଡ, ଆମେରିକା ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ।

Tags: