ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ଭାରତୀୟ ହକି ଟିମ୍

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଭାରତୀୟ ହକି ଟିମ୍ I ଓହ୍ଲାଇବା ପରେ ବିମାନ ବନ୍ଦରରେରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଆସନ୍ତାକାଲିଠାରୁ ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବେ। ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ନେଇଛନ୍ତି। ଅମିତ ରୋହିଦାସଙ୍କ ସହ ସଂଜୀବ ନିଲମ ଖେସ୍ ବି ଦଳରେ […]

Samaya Live Picture
Published On

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଭାରତୀୟ ହକି ଟିମ୍ I ଓହ୍ଲାଇବା ପରେ ବିମାନ ବନ୍ଦରରେରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଆସନ୍ତାକାଲିଠାରୁ ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବେ।

ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ନେଇଛନ୍ତି। ଅମିତ ରୋହିଦାସଙ୍କ ସହ ସଂଜୀବ ନିଲମ ଖେସ୍ ବି ଦଳରେ ସାମିଲ୍ ହୋଇଛନ୍ତି।

ଅମିତ ରୋହିଦାସ କହିଛନ୍ତି, ମୁଁ ନିଜ ମାଟିରେ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ ଖେଳୁଥିବାରୁ ଖୁସି ଲାଗୁଛି। ଆମେ ବେଙ୍ଗାଲୁରୁରେ ପ୍ରାକ୍ଟିସ କରି ଆସିଛୁ। ପୁଣି ରାଉରକେଲା ଯାଇ ପ୍ରାକ୍ଟିସ କରିବୁ। ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟରେ ଆମେ ଭଲ ପ୍ରଦର୍ଶନ କରିବୁ।

ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେଉଛି ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ। ଏଥିପାଇଁ ରାଜଧାନୀରେ ଦେଖିବାକୁ ମିଳିଛି ହକି ବିଶ୍ୱକପ୍ ଫିଭର। ମ୍ୟାଚ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଲାଣି। ୧୩ଟି ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ବିଶ୍ୱକପ ହକି ଟ୍ରଫି। ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଟ୍ରଫିକୁ ସ୍ୱାଗତ କରିଥିଲେ।

ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ନବ ନିର୍ମିତ ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବାର ବ୍ୟବସ୍ଥା ହୋଇଛି।