ରାଜ୍ୟଗୋଷ୍ଠୀ କ୍ରୀଡା: ୫ଟି ଭିନ୍ନ କ୍ରୀଡା ଗ୍ରାମରେ ରହିବେ ଭାରତୀୟ ଆଥଲେଟ୍
ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ପ୍ରସ୍ତୁତି ପୂର୍ବ ଶେଷ ହୋଇସାରିଛି । ଏହି ମର୍ଯ୍ୟାଦାଜନକ କ୍ରୀଡାରେ ଅଂଶଗ୍ରହଣ କରିବା ପାଇଁ ଭାରତର ୨୧୫ ଜଣ ଆଥଲେଟ୍ ବର୍ମିଂହାମ ଗସ୍ତ କରିବେ । ଭାରତୀୟ ପ୍ରତିଯୋଗୀ ମୋଟ୍ ୧୬ଟି ବର୍ଗରେ ପ୍ରତିଦ୍ୱନ୍ଦିତା ଲଢ଼ିବେ । ଆଥଲେଟ୍ ଓ ଅଫିସିଆଲକୁ ମିଶାଇ ମୋଟ୍ ୩୨୫ ଜଣ ଭାରତୀୟ ଦଳ ରାଜ୍ୟଗୋଷ୍ଠୀରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଭାରତୀୟଙ୍କ ପାଇଁ ୫ଟି ଅଲଗା ଅଲଗା କ୍ରୀଡାଗ୍ରାମରେ ରହିବାର ବ୍ୟବସ୍ଥା ରହିଛି […]
ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ପ୍ରସ୍ତୁତି ପୂର୍ବ ଶେଷ ହୋଇସାରିଛି । ଏହି ମର୍ଯ୍ୟାଦାଜନକ କ୍ରୀଡାରେ ଅଂଶଗ୍ରହଣ କରିବା ପାଇଁ ଭାରତର ୨୧୫ ଜଣ ଆଥଲେଟ୍ ବର୍ମିଂହାମ ଗସ୍ତ କରିବେ । ଭାରତୀୟ ପ୍ରତିଯୋଗୀ ମୋଟ୍ ୧୬ଟି ବର୍ଗରେ ପ୍ରତିଦ୍ୱନ୍ଦିତା ଲଢ଼ିବେ । ଆଥଲେଟ୍ ଓ ଅଫିସିଆଲକୁ ମିଶାଇ ମୋଟ୍ ୩୨୫ ଜଣ ଭାରତୀୟ ଦଳ ରାଜ୍ୟଗୋଷ୍ଠୀରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

ଭାରତୀୟଙ୍କ ପାଇଁ ୫ଟି ଅଲଗା ଅଲଗା କ୍ରୀଡାଗ୍ରାମରେ ରହିବାର ବ୍ୟବସ୍ଥା ରହିଛି । ମହିଳା କ୍ରିକେଟ୍ର ବର୍ମିଂହାମ ସହରରେ ଅଲଗା ରହିବାର ବ୍ୟବସ୍ଥା ହୋଇଛି । ସାଧାରଣତଃ ବଡ଼ ପ୍ରତିଯୋଗିତା ଗୁଡିକ ପାଇଁ କ୍ରୀଡାଗ୍ରାମ୍ ପ୍ରସ୍ତୁତ ହୋଇଥାଏ । ଏଥିରେ ସମସ୍ତ ଅଂଶଗ୍ରହଣକାରୀ ପ୍ରତିଯୋଗୀ ଓ ଅଫିସିଆଲଙ୍କ ଏକତ୍ର ରହଣୀର ବ୍ୟବସ୍ଥା ହୋଇଥାଏ । କି;ୁ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜକ ବର୍ମିଂହାମ୍ର ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଆଥଲେଟ ରହଣୀର ବ୍ୟବସ୍ଥା କରିଛନ୍ତି । ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବେ ।

ଭାରତୀୟ ପ୍ରତିଯୋଗୀ ବର୍ମିଂହାମ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ ଆର୍ଟିପିସିଆର୍ ଟେଷ୍ଟ କରାଇବା ବାଧ୍ୟତାମୂଳକ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ ପ୍ରତିଯୋଗୀମାନେ ସନ୍ତରଣ, ଆଥଲେଟିକ୍ସ, ଜିମ୍ନାଷ୍ଟିକ୍ସ, ସ୍କ୍ୱାଶ ଓ ହକିରେ ଭାଗ ନେବେ ସେମାନେ ବର୍ମିଂହାମର ରାଜ୍ୟଗୋଷ୍ଠୀ କ୍ରୀଡା ଗ୍ରାମରେ ରହିବେ । ଯେଉଁମାନେ ବ୍ୟାଡ଼ମିଣ୍ଟନ, ବକ୍ସିଂ, ଟେବୁଲ ଟେନିସ୍, େୱଟଲିଫଫିଂ ଓ ଟ୍ରାଏଥଲନରେ ଭାଗ ନେବେ ସେମାନେ ଏନ୍ଇ ସ୍ଥିତ କ୍ରୀଡା ଗ୍ରାମରେ ରହିବେ ।

ରେସଲିଂ, ଜୁଡୋ ଓ ଲନ୍ବୋଲ୍ସ ପ୍ରତିଯୋଗୀ ୱାରୱିକ୍ ସ୍ଥିତ ରାଜ୍ୟଗୋଷ୍ଠୀ କ୍ରୀଡା ଗ୍ରାମ୍ରେ ରହିବେ । ସେହିଭଳି କ୍ରିକେଟରଙ୍କ ପାଇଁ ସିଟି ସେଣ୍ଟରେ କ୍ରୀଡାଗ୍ରାମ୍ ପ୍ରସ୍ତୁତ ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡାର କ୍ରିକେଟ୍ ବର୍ଗ ପ୍ରସିଦ୍ଧ ଏଜ୍ବଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ସାଇକ୍ଲିଷ୍ଟଙ୍କ ପାଇଁ ସାଟଲାଇଟ ଭିଲେଜ୍ରେ ରହିବାର ବ୍ୟବସ୍ଥା ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବାକୁଥିବା ସମସ୍ତ ଆଥଲେଟ୍ ଓ ଅଫିସିଆଲଙ୍କ ପାଇଁ କୋଡ ଅଫ୍ କଣ୍ଡକଫ ଲାଗୁ ହେବ ।




